Advertisment

ଆତଙ୍କୀ ହମଲା ପାଇଁ ପାକିସ୍ତାନକୁ ଦାୟୀ କଲେ ଫାରୁକ ଅବଦୁଲ୍ଲା

ଜମ୍ମୁ-କଶ୍ମୀରରେ କ୍ରମାଗତ ବଢ଼ୁଥିବା ଆତଙ୍କବାଦୀ ହମଲା ପାଇଁ କ୍ଷମତାସୀନ ନ୍ୟାଶନାଲ କନଫରେନ୍ସର ବସ୍‌ ଫାରୁକ ଅବଦୁଲ୍ଲା ପାକିସ୍ତାନକୁ ଦାୟୀ କରିଛନ୍ତି।

Farooq Abdullah

Farooq Abdullah

Advertisment

ଜମ୍ମୁ-କଶ୍ମୀରରେ କ୍ରମାଗତ ବଢ଼ୁଥିବା ଆତଙ୍କବାଦୀ ହମଲା ପାଇଁ କ୍ଷମତାସୀନ ନ୍ୟାଶନାଲ କନଫରେନ୍ସର ବସ୍‌ ଫାରୁକ ଅବଦୁଲ୍ଲା ପାକିସ୍ତାନକୁ ଦାୟୀ କରିଛନ୍ତି। ଉପତ୍ୟକାରେ ଘଟୁଥିବା ଆତଙ୍କବାଦୀର ମୂଳ ପାକିସ୍ତାନରେ ରହିଛି ଓ ଇସଲାମାବାଦ ଏହା ଉପରେ ରୋକ ଲଗାଉ ବୋଲି ସେ କହିଛନ୍ତି। ଏହାବାଦ ପାକିସ୍ତାନକୁ ବନ୍ଧୁତା ସ୍ଥାପନ ପାଇଁ ବାଟ କରିବାକୁ ମଧ୍ୟ ଫାରୁକ ପରାମର୍ଶ ଦେଇଛନ୍ତି।

Advertisment

ଫାରୁକ ଅବଦୁଲ୍ଲା କହିଛନ୍ତି, “ଆମେ ଉପଯୁକ୍ତ ସମାଧାନର ରାସ୍ତା ନ ପାଇବା ଯାଏ ରାଜ୍ୟରେ ଏପରି ଆତଙ୍କବାଦୀ ହମଲା ଜାରି ରହିଥିବ। ଆମେ ସମସ୍ତେ ଏହାର ମୂଳ କେଉଁଠି, ସେକଥା ଜାଣିଛେ।

ଦୀର୍ଘ ୩୦ ବର୍ଷ ହେଲାଣି ମୁଁ ନିରୀହ ଲୋକଙ୍କ ହତ୍ୟାର ସାକ୍ଷୀ ରହିଛି। କାହିଁକି ସେମାନେ(ପାକିସ୍ତାନ) ଏସବୁ କରୁଛନ୍ତି? ସେମାନେ ନିଜର ଭବିଷ୍ୟତକୁ ବିପଦରେ ପକାଉଛନ୍ତି। ଆମେ ପାକିସ୍ତାନର ଅଂଶ ହେବୁ ନାହିଁ, ତଥାପି ସେମାନେ କାହିଁକି ଏମିତି କରୁଛନ୍ତି?

Advertisment

ଆମର ଅନେକ ସହକର୍ମୀ ସହିଦ ହୋଇଛନ୍ତି। କିନ୍ତୁ ପ୍ରତିବର୍ଷ ଏପରି ଘଟୁଛି ଓ ଆପଣମାନେ ଜାଣିଛନ୍ତି, ଏଥିପାଇଁ ଦାୟୀ କିଏ? ଏମିତି କରି ସେମାନେ କଶ୍ମୀରକୁ ପାକିସ୍ତାନରେ ମିଶାଇ ଦେବେ ବୋଲି ଭୁଲରେ ଭାବି ନେଇଛନ୍ତି।

ସେମାନେ ନିଜ ଦେଶରେ ଘଟୁଥିବା ସମସ୍ୟାକୁ ଦେଖୁ ନାହାନ୍ତି। ମୁଁ ସେମାନଙ୍କୁ ଏସବୁ ବନ୍ଦ କରିବା ପାଇଁ ଆହ୍ୱାନ ଦେଉଛି ଓ ବନ୍ଧୁତା କେମିତି ହେବ, ତା’ର ବାଟ ବାହର କରନ୍ତୁ। ନଚେତ ପ୍ରସଙ୍ଗ ଏମିତି ଉଠି ଚାଲିଥିବ। ଆତଙ୍କୀ ହମଲାରେ ଆହତ ଓ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ପ୍ରତି ମୁଁ ସମବେଦନା ଜଣାଉଛି।”

Jammu Kashmir Farooq Abdullah
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe