Advertisment

ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କୁ ଇଡି ସମନ

ତାଙ୍କୁ ସମାନ ମାମଲାରେ ଗତ ମାସରେ ମଧ୍ୟ ଇଡି ସମନ କରିଥିଲା। କିନ୍ତୁ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ସେ ଇଡି ନିକଟରେ ହାଜର ହୋଇ ନଥିଲେ।

NC

NC

Advertisment

ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭେଟରାନ ରାଜନେତା ଫାରୁକ ଅବଦୁଲ୍ଲାକୁ ଆଜି ଇଡି ସମନ କରିଛି। ଗୋଟିଏ ମନି ଲଣ୍ଡରିଂ ମାମଲାରେ ତାଙ୍କୁ ସମନ କରାଯାଇଛି।

Advertisment

୮୬ ବର୍ଷୀୟ ଫାରୁକ ଏବେ ଶ୍ରୀନଗରର ଲୋକସଭା ସଦସ୍ୟ ରହିଛନ୍ତି। ତାଙ୍କୁ ସମାନ ମାମଲାରେ ଗତ ମାସରେ ମଧ୍ୟ ଇଡି ସମନ କରିଥିଲା। କିନ୍ତୁ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ସେ ଇଡି ନିକଟରେ ହାଜର ହୋଇ ନଥିଲେ। ତେଣୁ ତାଙ୍କୁ ପୁଣିଥରେ ଶ୍ରୀନଗର ଇଡି ଅଫିସରେ ହାଜର ହେବାକୁ ସମନ କରାଯାଇଛି।

ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ଏବେ ଇଡି ବେଶ ସକ୍ରିୟ ହୋଇ ଉଠିଛି। ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ କିଛି ଦିନ ତଳେ ଇଡି ଗିରଫ କରିଥିଲା। ସେହିପରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପଛରେ ମଧ୍ୟ ଇଡି ପଡ଼ିଛି। ଏବେ ଏହି ତାଲିକାରେ ଫାରୁକ ଯୋଡ଼ି ହୋଇ ଯାଇଛନ୍ତି।

Advertisment

ଫାରୁକ ଅବଦୁଲ୍ଲାଙ୍କୁ ଜମ୍ମୁ-କଶ୍ମୀର କ୍ରିକେଟ ଆସୋସିଏସନର ପାଣ୍ଠି ଘୋଟାଲା ମାମଲାରେ ଇଡି ସମନ କରିଛି। ଆସୋସିଏସନ ପାଇଁ ଆସିଥିବା ଟଙ୍କାକୁ ସଂଘର କର୍ମକର୍ତ୍ତା ଓ ବିଭିନ୍ନ ଲୋକଙ୍କ ବ୍ୟକ୍ତିଗତ ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଇଥିବା ଅଭିଯୋଗ ହୋଇଛି।

୨୦୦୧ରୁ ୨୦୧୨ ମଧ୍ୟରେ ବିସିସିଆଇ ଜମ୍ମୁ-କଶ୍ମୀର କ୍ରିକେଟ ଆସୋସିଏସନକୁ ୧୧୨ କୋଟି ଟଙ୍କା ଦେଇଥିଲେ। ଆସୋସିଏସନ ଓ କ୍ରିକେଟର ବିକାଶ ପାଇଁ ପାଣ୍ଠି ଯୋଗାଣ କରାଯାଇଥିଲା।

କିନ୍ତୁ ଏହି ଟଙ୍କା ବାଟମାରଣା ହୋଇଥିବା ଅଭିଯୋଗ ହୋଇଛି। ସିବିଆଇ ଏହି ଘଟଣାରେ ପ୍ରଥମେ ଚାର୍ଜଶିଟ ଦାଖଲ କରିଥିଲା। ଏହାପରେ ୨୦୧୮ରୁ ଇଡି ମନି ଲଣ୍ଡରିଂ ଦିଗର ତଦନ୍ତ କରୁଛି। ୨୦୨୨ରେ ସିବିଆଇ ଦାଖଲ କରିଥିବା ଚାର୍ଜଶିଟରେ ଫାରୁକଙ୍କ ନାଁ ଥିଲା। କାରଣ ଟଙ୍କା ଆତ୍ମସାତ ବେଳେ ଫାରୁକ ଜମ୍ମୁ-କଶ୍ମୀର କ୍ରିକେଟ ଆସୋସିଏସନର ଅଧ୍ୟକ୍ଷ ରହିଥିଲେ।

ED Raid Farooq Abdullah
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe