Advertisment

୫୦ ଲକ୍ଷ ପାଇଁ ପୁଅ ପାଲଟିଗଲା ଜହ୍ଲାଦ; ନେଇଗଲା ମା’ର ଜୀବନ

ଅର୍ଥ ଲୋଭ ହେଲା କାଳ । ପୁଅ ନେଇଗଲା ଜନ୍ମ କଲା ମା’ର ଜୀବନ । ୫୦ ଲକ୍ଷ ଟଙ୍କା ପାଇଁ ପାଲଟିଗଲା ଜହ୍ଲାଦ ।

author-image
Niharika Rout
ଅଦ୍ୟତନ ହୋଇଛି
Lady & Crime Spot

Lady & Crime Spot

ଅର୍ଥ ଲୋଭ ହେଲା କାଳ । ପୁଅ ନେଇଗଲା ଜନ୍ମ କଲା ମା’ର ଜୀବନ । ଯେଉଁ ମା’ କଷ୍ଟ ସହି ଦୁନିଆର ଆଲୋକ ଦେଖାଇଥିଲା, ୫୦ ଲକ୍ଷ ଟଙ୍କା ପାଇଁ  ତା’ ଜୀବନ ନେବାକୁ ପଛାଇଲା ନାହିଁ। ପ୍ରମାଣ ନଷ୍ଟ ପାଇଁ ହତ୍ୟା ପରେ ମା’ ମୃତଦେହକୁ ବସ୍ତାରେ ପୂରାଇ ନଦୀ କୂଳରେ ଫୋପାଡ଼ି ଦେଲା। ମାତ୍ର ଘଟଣାର ଛାନଭିନ କରି ଏପରି ନରରାକ୍ଷାସ ପୁଅକୁ ବାନ୍ଧିଛି ପୁଲିସ୍‌। ଏପରି ଏକ ଅଭାବନୀୟ ଘଟଣା ଉତ୍ତରପ୍ରଦେଶର ଫତେହପୁର ଜିଲ୍ଲାରେ ଘଟିଛି।

Advertisment

ଫତେହପୁର ଜିଲ୍ଲାର ଏକ ଗାଁରେ ରୋଶନ ସିଂ ନିଜ ପତ୍ନି ଓ ପୁଅ ହିମାଂଶୁ ସହ ରହୁଥିଲେ। ହିମାଂଶୁ ନିଜ ବାପାମା’ଙ୍କ ନାଁରେ ୫୦ ଲକ୍ଷ ଟଙ୍କା ଲେଖାଏଁର ବୀମା କରିଥିଲେ। ଉଭୟ ପଲିସିରେ ସେ ନୋମିନି ପଡ଼ିଥିବା ବେଳେ କାଗଜପତ୍ର ନିଜ ପାଖରେ ରଖିଥିଲେ।

ମା’ ନାଁରେ ଥିବା ବୀମା ରାଶି ହାତେଇବା ନିମନ୍ତେ ହିମାଂଶୁ ପ୍ରଥମେ ମା’କୁ ରାସ୍ତାରୁ ହଟାଇବାକୁ ନିଷ୍ପତ୍ତି ନେଇଥିଲେ । ଆଉ ଏଥିପାଇଁ ସୁଯୋଗ ଅପେକ୍ଷାରେ ଥିଲା।

Advertisment

ଘଟଣା ଦିନ ରୋଶନ ସିଂ ଘରେ ନ ଥିବା ବେଳେ ହିମାଂଶୁ ନିଜ ମା’ର ତଣ୍ଟି ଚିପି ହତ୍ୟା କରିଥିଲେ। ଏହାପରେ ସବୁ ପ୍ରମାଣ ନଷ୍ଟ ପାଇଁ ନିଜର ଦୁଇ ସାଙ୍ଗଙ୍କ ସହ ମା’ ମୃତଦେହକୁ ଏକ ବସ୍ତାରେ ପୂରାଇ ନଦୀ କୂଳରେ ଫୋପାଡ଼ି ଦେଇ ଘରକୁ ଫେରିଥିଲା।

ରୋଶନ ସିଂ ଫେରିବା ପରେ ପତ୍ନୀଙ୍କୁ ଖୋଜି ପାଇ ନ ଥିଲେ। ନିଜ ପୁଅକୁ ଏ ସମ୍ପର୍କରେ ପଚାରିଥିଲେ ବି ସେ କିଛି କହି ନ ଥିଲା। ଏହାପରେ ସନ୍ଦେହ ହେବାରୁ ସେ କିଛି ଲୋକଙ୍କୁ ଧରି ନଦୀ କୂଳକୁ ଯାଇଥିଲେ। ସେଠାରେ ଏକ ବସ୍ତା ପଡ଼ିଥିବା ଦେଖି ଗ୍ରାମବାସୀ ପୁଲିସ୍‌କୁ ଖବର ଦେଇଥିଲେ।

ପୁଲିସ୍‌ ପହଞ୍ଚି ବସ୍ତା ଖୋଲିବା ବେଳକୁ ତା’ ଭିତରେ ଜଣେ ମହିଳାଙ୍କ ମୃତଦେହ ଥିବା ଦେଖିବାକୁ ପାଇଥିଲା। ତାହା ନିଜ ପତ୍ନୀଙ୍କ ମୃତଦେହ ବୋଲି ରୋଶନ ସିଂ ଚିହ୍ନଟ କରିଥିଲେ ।

ପୁଲିସ୍‌ ଏହି ଘଟଣାର ଖୋଳତାଡ଼ ଆରମ୍ଭ କରି ହିମାଂଶୁଙ୍କୁ ପଚରାଉଚରା କରିବାରୁ ସେ ସବୁ ସତ ମାନି ଯାଇଥିଲେ। ବୀମା ରାଶି ହାତେଇବା ନିମନ୍ତେ ସେ ନିଜ ମା’ର ହତ୍ୟା କରିଥିବା ସ୍ୱୀକାର କରିଥିଲେ। ପୁଲିସ୍‌ ତୁରନ୍ତ ଅଭିଯୁକ୍ତ ପୁଅକୁ ଗିରଫ କରିଥିବା ବେଳେ ତା’ର ଦୁଇ ସାଙ୍ଗଙ୍କୁ ଖୋଜୁଛି। ଏହି ଘଟଣା ଯୋଗୁ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି।

Murder Uttar Pradesh