Advertisment

ଟଙ୍କା ଚୋରି କରିଥିବା ଭାବି ଫୁଙ୍କନଳିରେ ପିଟି ୧୦ ବର୍ଷର ପୁଅକୁ ମାରି ଦେଲା ବାପା

ପୁଅ ଘରୁ ୫୦୦ ଟଙ୍କା ଚୋରି କରିଥିବା ସନ୍ଦେହରେ ତା’କୁ ବାପା ଦେଇଛି ମୃତ୍ୟୁଦଣ୍ଡ। ଏପରି ଘଟଣା ଗାଜିଆବାଦରେ ଘଟିଛି।

author-image
Hemant Lenka
Father Beats 10-Year-Old To Death

Father Beats 10-Year-Old To Death

ବାପା ଘଟାଇଛି ଜଘନ୍ୟକାଣ୍ଡ। ଯେଉଁ ପୁଅକୁ ଜନ୍ମ ଦେଇଥିଲା, ତା’କୁ ହିଁ ଶେଷରେ ହତ୍ୟା କରିଛି। ଚୁଲି ଜଳାଇବା ପାଇଁ ବ୍ୟବହାର ହେଉଥିବା ଫୁଙ୍କନଳି ଦ୍ୱାରା ବାପା ଜଣକ ତା’ର ୧୦ ବର୍ଷର ପୁଅକୁ ପିଟିପିଟି ମାରି ଦେଇଛନ୍ତି। ପୁଅ ଘରୁ ୫୦୦ ଟଙ୍କା ଚୋରି କରିଥିବା ସନ୍ଦେହରେ ତା’କୁ ବାପା ଦେଇଛି ମୃତ୍ୟୁଦଣ୍ଡ। ଏପରି ଘଟଣା ଗାଜିଆବାଦରେ ଘଟିଛି।

Advertisment

୧୦ ବର୍ଷୀୟ ଆଦ ଗାଜିଆବାଦର ତୋୟଦି ଗାଁରେ ବାପା ନୌଶାଦ ଓ ସାବତ ମା’ ରାଜିଆଙ୍କ ସହ ରହୁଥିଲା। ଅନେକ ସମୟରେ ରାଜିଆ ଓ ନୌଶାଦ ପିଲାଟିକୁ ଅକାରଣରେ ମାଡ଼ ଓ ଗାଳି ଦିଅନ୍ତି। ଶନିବାର ସକାଳେ ଘରେ ରଖିଥିବା ୫୦୦ ଟଙ୍କା ନୌଶାଦ କିମ୍ବା ରାଜିଆ ପାଇ ନଥିଲେ। ତେଣୁ ଆଦ ଟଙ୍କା ଚୋରି କରିଥିବା ସେମାନେ ସନ୍ଦେହ କରିଥିଲେ।

ଏଥିପାଇଁ ନୌଶାଦ ପୁଅ ଡାକି ପଚାରିଥିଲା। ଏହାପରେ ଆରମ୍ଭ କରିଥିଲା ମାଡ଼। ସେ ଗୋଟିଏ ଫୁଙ୍କନଳିରେ ଆଦକୁ ଏକାଧିକ ଥର ପିଟିଥିଲା। ଶେଷରେ ସେ ତା’ ମୁଣ୍ଡକୁ ପିଟି ଦେବାରୁ ଆଦ ଘଟଣାସ୍ଥଳରେ ହିଁ ଟଳି ପଡ଼ିଥିଲେ।

Advertisment

ଘଟଣା ସାମ୍ନାକୁ ଆସିବା ପରେ ପୁଲିସ୍‌ ନୌଶାଦ ଓ ରାଜିଆଙ୍କୁ ଗିରଫ କରିଛି। ସ୍ଥାନୀୟ ଅଞ୍ଚଳର ରାହତ ଅଲୀ କହିଛନ୍ତି, ନୌଶାଦ ପ୍ରାୟ ସବୁ ଦିନ ପୁଅକୁ ପିଟିଥାଏ। ଶନିବାର ୫୦୦ ଟଙ୍କା ଚୋରି କରିଥିବା ସନ୍ଦେହରେ ସେ ପୁଅକୁ ପିଟିଥିଲା। ଏଥିରେ ପୁଅର ମୃତ୍ୟୁ ହୋଇଛି। ପିଲାଟିକୁ ପିଟିବା, ତା’ର ଗୋଟିଏ ଅଭ୍ୟାସରେ ପରିଣତ ହୋଇଯାଇଥିଲା।

Crime Ghaziabad