ପତ୍ନୀଙ୍କୁ ଫ୍ଲାଟ ଦେବାକୁ ନିଷ୍ପତ୍ତି ନେଇଥିଲେ ବାପା,୧ କୋଟିର ସୁପାରୀ ଦେଇ ମାରିଦେଲା ପୁଅ

ଫେବୃଆରୀ ୧୩ରେ ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ସ୍ୱାମୀଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ସହ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

son PhotoTOI

ଅଭିଯୁକ୍ତ ପୁଅ ମଣିକାନ୍ତ

Hemant Lenka
  • Published: Tuesday, 28 February 2023
  • Updated: 28 February 2023, 04:42 PM IST

Sports

Latest News

ସମ୍ପତ୍ତି ପାଇଁ ବାହାର ଲୋକଙ୍କୁ ଲଗାଇ ବାପାଙ୍କୁ ହତ୍ୟା କରିଛି ଜନ୍ମ କଲା ପୁଅ। ବାପାଙ୍କୁ ହତ୍ୟା କରିବା ପାଇଁ ପୁଅ ଜଣଙ୍କ ୧ କୋଟି ଟଙ୍କାରେ ଡିଲ୍‌ କରିଥିଲା। ହତ୍ୟାକାଣ୍ଡ ପୂର୍ବରୁ ସେ ସୁପାରୀ କିଲରଙ୍କୁ ଅଗ୍ରୀମ ଭାବେ ୧ ଲକ୍ଷ ଟଙ୍କା ବି ଦେଇଥିଲା। ସବୁ କିଛି ତା’ରି ଇସାରାରେ ହୋଇଥିଲେ ହେଁ ହତ୍ୟାକାଣ୍ଡ ପରେ ସମସ୍ତଙ୍କୁ ବିଭ୍ରାନ୍ତ କରିବା ପାଇଁ ପୁଅ ଜଣଙ୍କ ନିଜେ ପୁଲିସରେ ଅଭିଯୋଗ କରିଥିଲା।

ହେଲେ ପୁଲିସ୍‌ ତଦନ୍ତ କରି ଅଭିଯୋଗ କରିଥିବା ପୁଅକୁ ହିଁ ଗିରଫ କରିଛି। ଗିରଫ ପରେ ସେ ନିଜର ଦୋଷ ସ୍ୱୀକାର କରିଛି। ଅଭିଯୁକ୍ତଙ୍କ ପତ୍ନୀଙଙ୍କୁ ବାପା ଗୋଟିଏ ଆପାର୍ଟମେଣ୍ଟରେ ଫ୍ଲାଟ ଦେବାକୁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ବାପାଙ୍କୁ ସବୁ ଦିନ ପାଇଁ ଶେଷ କରି ଦେଇଛି ପୁଅ।

କର୍ଣ୍ଣାଟକାର ବେଙ୍ଗାଲୁରୁରୁ ଏପରି ଘଟଣା ସାମ୍ନାକୁ ଆସିଛି। ମରାଠାହାଲିରେ ଥିବା କାଭେରାପ୍ପା ବ୍ଲକରେ ରହୁଥିବା ନାରାୟଣ ସ୍ୱାମୀଙ୍କୁ ତାଙ୍କ ଆପାର୍ଟମେଣ୍ଟ ବାହାରେ ହତ୍ୟା କରାଯାଇଥିଲା। ଫେବୃଆରୀ ୧୩ରେ ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ସ୍ୱାମୀଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ସହ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ସ୍ୱାମୀଙ୍କ ପୁଅ ଏନ ମଣିକାନ୍ତ ଘଟଣାର ସାକ୍ଷୀ ଥିବା ବେଳେ ସେହିଦିନ ସେ ମରାଠାହାଲି ପୁଲିସ୍‌ ଷ୍ଟେସନରେ ଏନେଇ ଅଭିଯୋଗ କରିଥିଲେ।

ଅଭିଯୋଗ ପାଇବା ପରେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପୁଲିସ୍‌ କହିଛି ଯେ ମଣିକାନ୍ତ ଦୁଇ ସୁପାରୀ କିଲରଙ୍କୁ ତା’ ମା’ ଓ ବାପାଙ୍କୁ ମାରିବା ପାଇଁ ୧ କୋଟି ଟଙ୍କା ଦେବ ବୋଲି ଡିଲ୍‌ କରିଥିଲା। ୨୦୧୩ରେ ମଣିକାନ୍ତର ପ୍ରଥମ ପତ୍ନୀଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାରେ ସେ ଜେଲ ମଧ୍ୟ ଯାଇଥିଲା। ୨୦୨୦ରେ ସେ ଏହି ମାମଲାରେ ଦୋଷମୁକ୍ତ ହେବା ସହ ଅର୍ଚ୍ଚନା ନାମ୍ନୀ ଜଣେ ମହିଳାଙ୍କୁ ବିବାହ କରିଥିଲା।

Also Read

ବେଶ କିଛି ବର୍ଷ ସବୁ କିଛି ଠିକଠାକ ଚାଲିଥିଲା। ତେବେ ପୁଅର କୌଣସି ରୋଜଗାର ନଥିବାରୁ ବାପା ନାରାୟଣ ସ୍ୱାମୀ ବୋହୂ ଅର୍ଚ୍ଚନାଙ୍କୁ ଗୋଟିଏ ଫ୍ଲାଟ ଦେବାକୁ ନିଷ୍ପତ୍ତି ନେଇଥିଲେ। ରିଟେଲର ଭାବେ କାମ କରୁଥିବା ସ୍ୱାମୀ କାଭେରାପ୍ପା ବ୍ଲକରେ ଗୋଟିଏ ଆପାର୍ଟମେଣ୍ଟ ତିଆରି କରିବା ସହ ପତ୍ନୀ, ପୁଅ ମଣିକାନ୍ତ ଓ ବୋହୂ ଅର୍ଚ୍ଚନାଙ୍କ ସହ ଗୋଟିଏ ଫ୍ଲାଟ୍ସରେ ରହୁଥିଲେ। ଅର୍ଚ୍ଚନା ହେଉଛନ୍ତି ମଣିକାନ୍ତର ଦ୍ୱିତୀୟ ପତ୍ନୀ ଓ ସେମାନଙ୍କର ଗୋଟିଏ ଶିଶୁକନ୍ୟା ରହିଛନ୍ତି।

ମଣିକାନ୍ତ ରୋଜଗାର କରୁ ନଥିବାରୁ ଅର୍ଚ୍ଚନାଙ୍କ ସହ ସବୁବେଳେ ପାଟିତୁଣ୍ଡ ହେଉଥିଲା। ଏପରି କି ଗତବର୍ଷ ଅଗଷ୍ଟରେ ସେ ଅର୍ଚ୍ଚନାଙ୍କୁ ଛୁରୀ ଭୁଷି ଦେଇଥିଲା। ଏଥିପାଇଁ ତାଙ୍କୁ ଜେଲ ଯିବାକୁ ମଧ୍ୟ ପଡ଼ିଥିଲା। ବେଙ୍ଗାଲୁରୁ କେନ୍ଦ୍ରୀୟ ଜେଲରେ ରହିବା ଭିତରେ ମଣିକାନ୍ତର ବନ୍ଧୁତା ସୁପାରୀ କିଲର ଶିବ କୁମାର ଓ ଆଦର୍ଶ ସହ ହୋଇଥିଲା।

ନିକଟରେ ମଣିକାନ୍ତ ବେଲରେ ବାହାରିବା ପରେ ଅର୍ଚ୍ଚନାଙ୍କ ଠାରୁ ଅଲଗା ହୋଇ ରହିଥିଲା। ଏସବୁ ଭିତରେ ବୋହୂର ଭବିଷ୍ୟତ ପାଇଁ ସ୍ୱାମୀ ଗୋଟିଏ ଫ୍ଲାଟ ତାଙ୍କ ନାଁରେ କରିବାକୁ ନିଷ୍ପତ୍ତି ନେଇଥିଲେ। ନାରାୟଣ ସ୍ୱାମୀ ଭଲ ଭାବେ ଜାଣିଥିଲେ ପୁଅ ମଣିକାନ୍ତ ବୋହୂ ଅର୍ଚ୍ଚନାଙ୍କୁ କୌଣସି ପ୍ରକାରର ଆର୍ଥିକ ସମର୍ଥନ ଯୋଗାଇ ପାରିବ ନାହିଁ। ଏପରି କି ସେ ମଧ୍ୟ ପୁଅକୁ ଦେଉଥିବା ଖର୍ଚ୍ଚ ବନ୍ଦ କରି ଦେଇଥିଲେ।

ଏହି ସବୁ ଘଟଣା ମଣିକାନ୍ତକୁ ବ୍ୟଥିତ କରିଥିଲା। ଏଥିପାଇଁ ସେ ସବୁ ସମ୍ପତ୍ତି ପାଇଁ ବାପା ଓ ମା’ଙ୍କୁ ହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲା। ଯୋଜନା ଅନୁସାରେ ସେ ଆଦର୍ଶକୁ ଭେଟିଥିଲା। ଆଦର୍ଶ ଓ ଶିବ କୁମାର ମିଳିତ ଭାବେ ହତ୍ୟାକାଣ୍ଡକୁ ରୂପରେଖ ଦେବାକୁ ମଣିକାନ୍ତ ସହ ୧ କୋଟି ଟଙ୍କାରେ ଡିଲ କରିଥିଲେ। ଏହାବାଦ ଉଭୟଙ୍କୁ ଗୋଟିଏ ଲେଖାଏ କାର ଓ ଫ୍ଲାଟ ଦେବାକୁ ମଧ୍ୟ ମଣିକାନ୍ତ ପ୍ରତିଶ୍ରୁତି ଦେଇଥିଲା।

ଫେବୃଆରୀ ୧୩ରେ ନାରାୟଣ ସ୍ୱାମୀ ବୋହୂ ଅର୍ଚ୍ଚନାଙ୍କ ନାଁରେ ଗୋଟିଏ ଫ୍ଲାଟ ପଞ୍ଜିକରଣ କରିବାକୁ କେପି ପୁରମ ସବ ରେଜିଷ୍ଟର ଅଭିମୁଖେ ବାହାରିଥିଲେ। ଦିନ ପ୍ରାୟ ୧୧ଟା ବେଳେ ସେ ପୁଅ ମଣିକାନ୍ତଙ୍କ ସହ ଆପାର୍ଟମେଣ୍ଟ ବାହାରକୁ ବାହାରିଥିଲେ। ସ୍ୱାମୀଙ୍କ ପତ୍ନୀ ମଧ୍ୟ ଆସିବାର ଥିଲା। ହେଲେ ଏସବୁ ଭିତରେ ଆପାର୍ଟମେଣ୍ଟ ବାହାରେ ଛିଡ଼ା ହୋଇଥିବା ସ୍ୱାମୀଙ୍କ ପାଖରେ ଦୁଇ ଜଣ ଯୁବକ ଧାରୁଆ ଅସ୍ତ୍ର ଧରିପହଞ୍ଚିଥିଲେ।

କେହି କିଛି ବୁଝିବା ଆଗରୁ ଗାଡ଼ିର ପଛରେ ବସିଥିବା ଶିବକୁମାର ଧାରୁଆ ଅସ୍ତ୍ରରେ ସ୍ୱାମୀଙ୍କ ମୁଣ୍ଡ ଓ ବେକକୁ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ପୁଲିସ୍‌ କହିଛି ଯେ ଘଟଣା ପରେ ଆଦର୍ଶ, ଶିବ କୁମାର ଓ ମଣିକାନ୍ତକୁ ଗିରଫ କରାଯାଇଛି। ତେବେ ସେଦିନ କିଏ ବାଇକ ଚଳାଉଥିଲା, ସେକଥା ଜଣାପଡ଼ିନି। ମଣିକାନ୍ତ ତା’ ମା’ଙ୍କୁ ମଧ୍ୟ ହତ୍ୟା କରିବାରକୁ ଯୋଜନା କରିଥିଲା। ହେଲେ ସେ ଘରୁ ବାହାରିବାରେ ବିଳମ୍ବ କରିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story