Advertisment

ଝିଅ ଭଳି ବୋହୂର କନ୍ୟାଦାନ କଲେ ଶ୍ୱଶୁର, ଜାଣନ୍ତୁ ପୂରା ଘଟଣା

ପରିବାରର ଝିଅ ବାହାଘର ବେଳେ ଯେଉଁ ସବୁ ନୀତିକାନ୍ତି କରାଯାଏ, ଏବେ ମଧ୍ୟ ବୋହୂଙ୍କ ଦ୍ୱିତୀୟ ବିବାହରେ ସମାନ କାମ ସବୁ କରାଯାଇଛି। ଘରର ବୟସ୍କ ବ୍ୟକ୍ତି ଜଣଙ୍କ ମଧ୍ୟ କନ୍ୟାଦାନ କରିଛନ୍ତି।

MP

MP

Advertisment

ନୂଆ ଉଦାହରଣ ସୃଷ୍ଟି କରିଛନ୍ତି ଜଣେ ବୟସ୍କ ବ୍ୟକ୍ତି। ସେ ନିଜର ବୋହୂଙ୍କୁ ଝିଅ ଭଳି କେବଳ ବିବେଚନା କରି ନାହାନ୍ତି, ବରଂ ତାଙ୍କର ଦ୍ୱିତୀୟ ବିବାହ କରାଇଛନ୍ତି। ଏଥିସହ ଶ୍ୱଶୁର ହୋଇ ମଧ୍ୟ ବୋହୂଙ୍କୁ ଝିଅ ଭଳି କନ୍ୟାଦାନ ମଧ୍ୟ କରିଛନ୍ତି।

Advertisment

ମଧ୍ୟପ୍ରଦେଶର ଛିନ୍ଦୱାରା ଜିଲ୍ଲାର ପରାସିଆ ତହସିଲରେ ରହୁଥିବା ଗୋଟିଏ ପରିବାର ଏପରି କାମ କରି ସମାଜକୁ ନୂଆ ବାର୍ତ୍ତା ଦେବାକୁ ଚେଷ୍ଟା କରିଛନ୍ତି। ପରିବାରର ସଦସ୍ୟମାନେ ଘରର ବିଧବା ବୋହୂଙ୍କୁ ନିଜ ଝିଅ ଭାବରେ ବିବେଚନା କରିନଥିଲେ ବରଂ ତାଙ୍କର ଭବିଷ୍ୟତ ପାଇଁ ସେମାନେ ପୁଣିଥରେ ବାହାଘର କରାଯାଇଛନ୍ତି।

ପରିବାରର ଝିଅ ବାହାଘର ବେଳେ ଯେଉଁ ସବୁ ନୀତିକାନ୍ତି କରାଯାଏ, ଏବେ ମଧ୍ୟ ବୋହୂଙ୍କ ଦ୍ୱିତୀୟ ବିବାହରେ ସମାନ କାମ ସବୁ କରାଯାଇଛି। ଘରର ବୟସ୍କ ବ୍ୟକ୍ତି ଜଣଙ୍କ ମଧ୍ୟ କନ୍ୟାଦାନ କରିଛନ୍ତି।

Advertisment

ପରାସିଆରେ ରହୁଥିବା ରାକ୍ଷୀ ୪ ବର୍ଷ ତଳେ ଜୟ କିଶନ ବାଭାରିଆଙ୍କୁ ବିବାହ କରିଥିଲେ। ଉଭୟ ବେଶ ହସଖୁସିରେ ସଂସାରର ଗାଡ଼ିକୁ ଆଗେଇ ମଧ୍ୟ ନେଉଥିଲେ। ତେବେ ସେମାନଙ୍କର ହସ ଖୁସିର ସଂସାରରେ ଉଠିଥିଲା ଝଡ଼। ୨୦୨୧ ମସିହା ଡିସେମ୍ବର ମାସରେ ହଠାତ୍‌ ଜୟ କିଶନ ଜଣ୍ଡିସ ରୋଗରେ ଆକ୍ରାନ୍ତ ହୋଇଥିଲେ। ଦୀର୍ଘ ଦିନର ଚିକିତ୍ସା ପରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲେ। ସ୍ୱାମୀଙ୍କୁ ହରାଇ ଅତି କମ ବୟସରେ ବିଧବା ହୋଇଯାଇଥିଲେ ରାକ୍ଷୀ।

ବିଧବା ବୋହୂ ରାକ୍ଷୀଙ୍କୁ ଶ୍ୱଶୁର ମଙ୍ଗଳ ବାଭରିଆ ବେଶ ଭଲ ପାଉଥିଲେ। ନିଜ ଝିଅ ଭଳି ତାଙ୍କୁ ସ୍ନେହ ଦେଉଥିଲେ। ତେଣୁ ବିଧବା ବୋହୂରର ଏକଲାପଣ ମଙ୍ଗଳକୁ ବେଶ କଷ୍ଟ ଦେଇଥିଲା। ତେଣୁ ସେ ରାକ୍ଷୀଙ୍କୁ ନିଜ ଝିଅ ଭାବେ ଗ୍ରହଣ କରି ତାଙ୍କୁ ପୁଣି ବିବାହ କରାଇବାକୁ ନିଷ୍ପତ୍ତି ନେଇଥିଲେ।

ଶ୍ୱଶୁର ମଙ୍ଗଳ ବୋହୂ ରାକ୍ଷୀଙ୍କୁ ପୁନର୍ବାର ବିବାହ କରିବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ରାକ୍ଷୀ ଏଥିରେ ରାଜି ହୋଇ ନଥିଲେ। ମଙ୍ଗଳଙ୍କ ସମେତ ପରିବାରର ଅନ୍ୟ ସଦସ୍ୟମାନେ ତାଙ୍କୁ ପୁନଃ ବିବାହ ପାଇଁ ବାରମ୍ବାର ବୁଝାଇବା ଆରମ୍ଭ କରିଥିଲେ। ଶେଷରେ ସେ ଦ୍ୱିତୀୟ ବିବାହ କରିବାକୁ ରାଜି ହୋଇଥିଲେ।

ନିଜେ ମଙ୍ଗଳ ବୋହୂଙ୍କ ପାଇଁ ବର ଖୋଜିବା ଆରମ୍ଭ କରିଥିଲେ। ବେଶ କିଛି ଦିନ ଖୋଜାଖୋଜି କରିବା ପରେ ପରାସିଆରେ ରହୁଥିବା ଅଜୟ କୈଥବାସଙ୍କ ସହ ରାକ୍ଷୀଙ୍କ ବିବାହ ପ୍ରସ୍ତାବ ପଡ଼ିଥିଲା। ରାକ୍ଷୀ ବିଧବା ହୋଇଥିଲେ ମଧ୍ୟ ଅଜୟ ତାଙ୍କୁ ବାହା ହେବାକୁ ରାଜି ହୋଇଥିଲେ।

ଅଜୟଙ୍କ ପରିବାର ଲୋକ ମଧ୍ୟ ରାକ୍ଷୀଙ୍କୁ ଗ୍ରହଣ କରିବାକୁ ରାଜି ହୋଇଥିଲେ। ଦୁଇ ପରିବାରର ନିଷ୍ପତ୍ତିକ୍ରମେ ରାକ୍ଷୀ ଓ ଅଜୟ ଗାୟତ୍ରୀ ମନ୍ଦିରରେ ବିବାହ କରିଥିଲେ। ରାକ୍ଷୀଙ୍କୁ ଶ୍ୱଶୁର ମଙ୍ଗଳ ଝିଅ ଭାବେ ଗ୍ରହଣ କରି ବାହାଘର ବେଳେ କନ୍ୟାଦାନ କରିଛନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ ସମସ୍ତେ ରାକ୍ଷୀଙ୍କ ଶ୍ୱଶୁର ମଙ୍ଗଳଙ୍କୁ ପ୍ରଶଂସା କରିଛନ୍ତି।

Madhya Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe