Advertisment

ଚିକେନ ପାଇଁ ବାପା ସାଜିଲା ସଇତାନ, ପୁଅକୁ ପିଟି ପିଟି ମାରିଦେଲା

ଚିକେନ ତରକାରୀ ପାଇଁ ପୁଅ ହୋଇଗଲା ପର। ଚିକେନ ତରକାରୀ ସରିଗଲା ବୋଲି ହିତାହିତ ଜ୍ଞାନ ହରାଇ ବସିଲା ବାପା।

chicken

chicken

Advertisment

ଚିକେନ ତରକାରୀ ପାଇଁ ପୁଅ ହୋଇଗଲା ପର। ଚିକେନ ତରକାରୀ ସରିଗଲା ବୋଲି ହିତାହିତ ଜ୍ଞାନ ହରାଇ ବସିଲା ବାପା। ଯେଉଁ ପୁଅକୁ କୋଳେଇ କାଖେଇ ବଡ଼ କରିଥିଲା, ତାକୁ ହିଁ ପିଟି ପିଟି ମାରିଦେଲା। ଏପରି ଏକ ଅଭାବନୀୟ ଘଟଣା କର୍ଣ୍ଣାଟକର କନ୍ନଡ଼ ଜିଲ୍ଲାରେ ଘଟିଛି। ସାମାନ୍ୟ ଚିକେନ ପାଇଁ ଜଣେ ବାପା ନିଜ ପୁଅକୁ ପିଟି ମାରିଦେବା ଘଟଣାକୁ ଅଞ୍ଚଳବାସୀ ସହଜେ ଗ୍ରହଣ କରି ପାରୁ ନାହାନ୍ତି।

Advertisment

ମୃତକ ହେଲେ ୩୨ ବର୍ଷୀୟ ଶିବରାମ । ଶିବରାମଙ୍କୁ ହତ୍ୟା ଅଭିଯୋଗରେ ପୁଲିସ୍‌ ତାଙ୍କ ବାପା ଶିନାଙ୍କୁ ଗିରଫ କରିଛି। ଶିନା ନିଜ ପରିବାର ସହ କନ୍ନଡ଼ ଜିଲ୍ଲାରେ ବସବାସ କରନ୍ତି।

ଗତ ମଙ୍ଗଳବାର ସେ କୌଣସି କାମରେ ବାହାରକୁ ଯାଇଥିଲେ। ଘରକୁ ଫେରି ଚିକେନ ତରକାରୀ ହୋଇଥିବା ଜାଣିବାକୁ ପାଇଥିଲେ। ମାତ୍ର ସେ ଖାଇ ବସିବା ପରେ ତାଙ୍କ ପାଇଁ ତରକାରୀ ନ ଥିବା ଜାଣିବାକୁ ପାଇଲେ। ଏଥିରେ ହିତାହିତ ଜ୍ଞାନ ହରାଇ ବସିଲେ ଶିନା।

Advertisment

ଏହାକୁ ନେଇ ବାପପୁଅଙ୍କ ମଧ୍ୟରେ ପ୍ରବଳ ପାଟିଗୋଳ ହେଲା । ଉତ୍ତ୍ୟକ୍ତ ଶିନା ଘରେ ଥିବା ଏକ ବାଡ଼ିରେ ଶିବରାମଙ୍କୁ ପିଟିବାକୁ ଲାଗିଲେ। ଅତ୍ୟଧିକ ମାଡ଼ ଯୋଗୁ ରକ୍ତସ୍ରାବ ହୋଇ ନିଜ ଘରେ ହିଁ ଛଟପଟ ହୋଇ ଆଖି ବୁଜିଲେ ଶିବରାମ ।

ଏହି ଖବର ପ୍ରଚାରିତ ହେବା ପରେ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପୁଅକୁ ହତ୍ୟା ଅଭିଯୋଗରେ ପୁଲିସ୍‌ ଶିନାଙ୍କୁ ଗିରଫ କରିଛି। ଏଥିସହ ହତ୍ୟାରେ ବ୍ୟବହୃତ ବାଡ଼ି ବି ପୁଲିସ୍‌ ଜବତ କରିଛି। ମୃତକଙ୍କର ପତ୍ନୀ ଓ ୨ ପିଲା ଥିବା ଜଣାଯାଇଛି।

Murder Family Dispute
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe