Advertisment

ପୋର୍ସେ କାର୍‌ ଦୁର୍ଘଟଣା, ଅଭିଯୁକ୍ତ ନାବାଳକର ବାପା ଗିରଫ

ପୁଣେ ପୁଲିସ ଅଭିଯୁକ୍ତ ନାବାଳକର ବିଲ୍ଡର୍‌ ବାପା ଅମିତ ଅଗ୍ରଓ୍ୱାଲଙ୍କୁ ସାମ୍ଭାଜୀନଗରରୁ ଗିରଫ କରିଛି।

author-image
Madhupriya Mistry
Porsche Car Accident

Porsche Car Accident

ମହାରାଷ୍ଟ୍ରର ପୁଣେରେ ପୋର୍ସେ କାର ଦୁର୍ଘଟଣା ମାମଲାରେ ପୁଲିସ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଯୁବକ ଓ ଯୁବତୀଙ୍କୁ ଦଳି ଦେଇଥିବା ଅଭିଯୁକ୍ତ ନାବାଳକର ବାପାଙ୍କୁ ପୁଲିସ ଆଜି ଗିରଫ କରିଛି।

Advertisment

ସୂଚନା ମୁତବାକ, ପୁଣେ ପୁଲିସ ଅଭିଯୁକ୍ତ ନାବାଳକର ବିଲ୍ଡର୍‌ ବାପା ଅମିତ ଅଗ୍ରଓ୍ୱାଲଙ୍କୁ ସାମ୍ଭାଜୀନଗରରୁ ଗିରଫ କରିଛି। ଅଭିଯୁକ୍ତର ବାପା ପୁଣେ ସହରର ଜଣେ ଜଣାଶୁଣା ବିଲ୍ଡର ଅଟନ୍ତି। ନିକଟରେ ସେ ଏକ ହୋଟେଲ ତିଆରି କରିବା ସହ ଏକ କ୍ଲବ ମଧ୍ୟ ଚଳାନ୍ତି।

ଶନିବାର ବିଳମ୍ବିତ ରାତିରେ ବିଲ୍ଡର ଅମିତ ଅଗ୍ରଓ୍ୱାଲଙ୍କ ୧୭ ବର୍ଷୀୟ ପୁଅ ଦାମୀ ପୋର୍ସେ କାରରେ ଯାଉଥିଲେ। ଏହି ସମୟର ରାତି ପ୍ରାୟ ୨.୧୫ ସମୟରେ ସେ ଦ୍ରୁତ ଗତିରେ କାର୍‌ ଚଳାଇ ଏକ ବାଇକକୁ ଧକ୍କା ଦେଇଥିଲେ। ଯେଉଁଥିରେ ମଧ୍ୟପ୍ରଦଶରେ ଉଞ୍ଜିନିୟର ଯୁବକ ଓ ଯୁବତୀଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଯୁବତୀ ଜଣକ କିଛି ଫୁଟ ଉପରକୁ ଉଡିଯିବା ପରେ ଅନ୍ୟ ଏକ କାର୍ ଉପରେ ପଡିଥିଲେ। ସ୍ଥାନୀୟ ଲୋକେ ଉକ୍ତ ନାବାଳକ ଡ୍ରାଇଭରଙ୍କୁ ଅଟକ ରଖି ପୁଲିସକୁ ଜିମା ଦେଇଥିଲେ।

Advertisment

ଏହି ମାମଲାରେ କାର୍‌ ଚଳାଉଥିବା ନାବାଳକ ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ ହେବା ପରେ ତାଙ୍କୁ ଗିରଫ କରାଯାଇଥିଲା। ତେବେ ଗିରଫର ୧୪ ଘଣ୍ଟା ପରେ ତାଙ୍କୁ କୋର୍ଟ କିଛି ସର୍ତ୍ତ ରଖି ଜାମିନ୍‌ରେ ଛାଡି ଦେଇଥିଲେ।

ନାବାଳକଙ୍କୁ ବେଲ୍ ମିଳିବାର କିଛି ସମୟ ପରେ ଏହି ଭିଡିଓ ସାମ୍ନାକୁ ଆସିଥିଲା। ସିସିଟିଭି ଫୁଟେଜ ଅନୁସାରେ, ଦୁର୍ଘଟଣାର କିଛି ସମୟ ପୂର୍ବରୁ ଉକ୍ତ ନାବାଳକ ପବରେ ସାଙ୍ଗମାନଙ୍କ ସହ ମଦ ପିଉଥିଲେ। ଯୁକ୍ତ ଦୁଇ ଫଳାଫଳ ପ୍ରକାଶ ପାଇବା ପରେ ସେ ସାଙ୍ଗମାନଙ୍କ ସହ ପାର୍ଟି କରୁଥିବା କୁହାଯାଉଛି।

ନାବାଳକ ଜଣକ ମଦ ପିଉଥିବା ପବ୍ ମଧ୍ୟ ପୁଲିସ ମାମଲାର ସମ୍ମୁଖୀନ ହୋଇଛି। ଜୁଭେନାଇଲ ଜଷ୍ଟିସ୍ ଆକ୍ଟର ଧାରା ୭୫ ଏବଂ ୭୭ ଅନୁଯାୟୀ ପବ୍ ବିରୁଦ୍ଧରେ ପୁଲିସ ମାମଲା ରୁଜୁ କରାଯାଇଛି। 

Road Accident Pune Accident Porsche Crash