Advertisment

ପତ୍ନୀଙ୍କ ମୃତ୍ୟୁ ପରେ ନିଜ ଝିଅକୁ କରିଥିଲେ ବଳାତ୍କାର, ମିଳିଲା ଆଜୀବନ କାରାଦଣ୍ଡ

ପତ୍ନୀଙ୍କ ମୃତ୍ୟୁ ପରେ ନିଜ ୧୧ ବର୍ଷୀୟା ଝିଅକୁ ହିଁ ପାଶବିକ ଅତ୍ୟାଚାରର ଶିକାର କରିଥିବା ଜଣେ ପିତାଙ୍କୁ ମିଳିଛି ଆଜୀବନ କାରାଦଣ୍ଡ।

undefined

Minor Girl

Advertisment

ବାପାମା’ ପିଲାଙ୍କ ସୁରକ୍ଷା କବଚ ପାଲଟି ଥାଆନ୍ତି। ସେମାନଙ୍କ ଉପରେ ପିଲାମାନେ ଆଖିବୁଜି ବିଶ୍ୱାସ କରିଥାନ୍ତି । ମାତ୍ର ଯେତେବେଳେ ରକ୍ଷକ ହିଁ ଭକ୍ଷକ ସାଜିବେ ସେତେବେଳେ କୁନି କୁନି ଶିଶୁ କୁଆଡ଼େ ଯିବେ। କାହା ପାଖରୁ ସ୍ନେହ, ଭଲ ପାଇବା ଓ ସୁରକ୍ଷା ଆଶା କରିବେ।

Advertisment

ପତ୍ନୀଙ୍କ ମୃତ୍ୟୁ ପରେ ନିଜ ୧୧ ବର୍ଷୀୟା ଝିଅକୁ ହିଁ ପାଶବିକ ଅତ୍ୟାଚାରର ଶିକାର କରିଥିବା ଜଣେ ପିତାଙ୍କୁ ମିଳିଛି ଆଜୀବନ କାରାଦଣ୍ଡ। ଦିଲ୍ଲୀର ଏକ କୋର୍ଟ ଏହି ରାୟ ପ୍ରକାଶ କରିଛନ୍ତି।

ଅଦାଲତରେ ଏହି ମାମଲାର ଶୁଣାଣି ଚାଲିଥିବା ବେଳେ ବିଚାରପତି କହିଛନ୍ତି, ନିଜ ମା’କୁ ହରାଇ ପିଲାଟି ମାନସିକ ରୂପେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲା। ଉକ୍ତ ସମୟରେ ସେ ନିଜ ପିତାଙ୍କ ନିକଟରୁ ସ୍ନେହ ଓ ଭଲ ପାଇବା ଆଶା କରିଥିବା ବେଳେ ପିତା କିନ୍ତୁ ପଶୁ ପାଲଟି ଯାଇଥିଲେ। ଆଉ ନିଜ ଝିଅ ଉପରେ ହିଁ ଲୋଲୁପ ଦୃଷ୍ଟି ପକାଇ ତାକୁ ଜୋରଜବରଦସ୍ତି ବଳାତ୍କାର କରିଥିଲେ।

Advertisment

ଏହାଦ୍ୱାରା ବ୍ୟକ୍ତିଜଣକ ନିଜ ଝିଅର ବିଶ୍ୱାସ ସହ ଖେଳିଥିବା ବେଳେ ସାମାଜିକ ମୂଲ୍ୟବୋଧକୁ ହ୍ରାସ କରିଛନ୍ତି। ଏପରି ସାଂଘାତିକ ଝଟକା ପାଇ ପିଲାଟି ମାନସିକ ରୂପେ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡ଼ିଛି। ତେଣୁ ପୀଡ଼ିତାଙ୍କ ଥଇଥାନ ନିମନ୍ତେ ୧୨ ଲକ୍ଷ ଟଙ୍କା ଦେବାକୁ ବିଚାରପତି ରାୟ ଦେଇଛନ୍ତି। ଏଥିସହ ଏପରି କାଣ୍ଡ ଘଟାଇଥିବା ବ୍ୟକ୍ତିଙ୍କୁ ଅବଶିଷ୍ଟ ଜୀବନ ଜେଲ୍‌ରେ କାଟିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Delhi Minor Raped Judgement
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe