Advertisment

ହାତ ଧରାଧରି ହୋଇ ରେଳ ଧାରଣାରେ ଶୋଇପଡ଼ିଲେ ବାପ-ପୁଅ, ମାଡ଼ିଗଲା ଟ୍ରେନ୍‌

ଏ ପୂରା ଘଟଣାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି, ଯାହାକୁ ଦେଖିଲେ ଦେହ ଶୀତେଇ ଯାଉଛି।

Train

Train

Advertisment

ଚଳନ୍ତା ଟ୍ରେନ୍ ସମ୍ମୁଖରେ ଶୋଇ ଜଣେ ବ୍ୟକ୍ତି ଓ ତାଙ୍କ ବାପା ଆତ୍ମହତ୍ୟା କରିଛନ୍ତି। ଘଟଣାଟି ଘଟିଛି ମୁମ୍ବାଇଠାରୁ ପ୍ରାୟ ୩୨ କିମି ଦୂର ଭୟନ୍ଦର ଷ୍ଟେସନରେ। ଏ ପୂରା ଘଟଣାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି, ଯାହାକୁ ଦେଖିଲେ ଦେହ ଶୀତେଇ ଯାଉଛି। 

Advertisment

ଆଜି ଦିନ ପ୍ରାୟ ସାଢ଼େ ୧୦ଟା ବେଳେ ଏହି ଘଟଣା ଘଟିଛି। ମୃତକମାନେ ହେଉଛନ୍ତି ଜୟ ମେହତା (୩୫) ଓ ତାଙ୍କ ବାପା ହରିଶ ମେହତା (୬୦)। ସେମାନେ ନାଲାସୋପାରାର ବାସିନ୍ଦା ଥିଲେ। ସେମାନେ କାହିଁକି ଆତ୍ମହତ୍ୟା କଲେ, ତାହା ସ୍ପଷ୍ଟ ହୋଇନି। ପୁଲିସ୍ ମାମଲା ରୁଜୁ କରି ତଦନ୍ତ କରୁଛି।

ସିସିଟିଭି ଫୁଟେଜରୁ ଦେଖିବାକୁ ମିଳିଛି ଯେ ଏକ ଟ୍ରେନ୍ ପ୍ଲାଟଫର୍ମ ଅତିକ୍ରମ କରୁଥିବା ବେଳେ ବାପ-ପୁଅ କଥାବାର୍ତ୍ତା ହୋଇ ପ୍ଲାଟଫର୍ମରେ ଚାଲି ଚାଲି ଯାଉଛନ୍ତି। ପ୍ଲାଟଫର୍ମ ସୀମା ଶେଷ ହୋଇଯିବା ପରେ ସେମାନେ ସେଥିରୁ ତଳକୁ ଓହ୍ଲାଇଛନ୍ତି ଓ ରେଳ ଧାରଣା ଅତିକ୍ରମ କରିଛନ୍ତି। 

Advertisment

ସେଠାରେ ଦୁଇଟି ରେଳ ଧାରଣା ରହିଛି। ସେମାନେ ଗୋଟିଏ ରେଳ ଧାରଣାକୁ ଅତିକ୍ରମ କରିବା ପରେ ପୁଣି ସେହି ରେଳ ଧାରଣା ଉପରକୁ ହାତ ଧରାଧରି ହୋଇ ଫେରି ଆସିଥିଲେ। ତେବେ ଟ୍ରେନ୍‌ଟିଏ ଅନ୍ୟ ରେଳ ଧାରଣାରେ ଆସୁଥିବା ବେଳେ ବାପା-ପୁଅ ହାତ ଧରାଧରି ହୋଇ ସେହି ରେଳ ଧାରଣାକୁ ଚାଲି ଯାଇଥିଲେ ଓ ଶୋଇ ପଡ଼ିଥିଲେ। ଏହାର ଅଳ୍ପ କିଛି କ୍ଷଣ ପରେ ଟ୍ରେନ୍‌ଟି ସେମାନଙ୍କ ଉପରେ ଚଢ଼ି ଯାଇଥିଲା।  

Suicide
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe