Advertisment

ଗାଡ଼ି ପାର୍କିଂକୁ ନେଇ ଫୁଟିଲା ଗୁଳି, ବାପପୁଅ ଗୁରୁତର

ଗତକାଲି ବିଳମ୍ବିତ ରାତିରେ ବୀରେନ୍ଦ୍ର ଓ ସଚିନ ଘରକୁ କାର୍‌ ଯୋଗେ ଫେରୁଥିଲେ। ମାତ୍ର ଘରଠୁ କିଛି ଦୂରରେ ଥିବା ଗଳି ରାସ୍ତା ମଝିରେ ଏକ କାର୍‌ ପାର୍କିଂ ହୋଇଥିଲା।

author-image
Niharika Rout
Parking spot

Parking spot

ଗାଡ଼ି ପାର୍କିଂକୁ ନେଇ ରାଜଧାନୀ ଦିଲ୍ଲୀର ଯମୁନା ବିହାର ଅଞ୍ଚଳରେ ଫୁଟିଛି ଗୁଳି। ଏଥିରେ ବାପପୁଅ ଗୁରୁତର ହୋଇଛନ୍ତି। ଏହାକୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ବ୍ୟାପକ ପୁଲିସ୍‌ ଫୋର୍ସ ମୁତୟନ ହୋଇଛନ୍ତି। ଗୁଳି ମାଡ଼ର ଶିକାର ଦ୍ୱୟ ହେଲେ ବୀରେନ୍ଦ୍ର କୁମାର ଅଗ୍ରୱାଲ ଓ ସଚିନ ଅଗ୍ରୱାଲ ।

Advertisment

ପୀଡ଼ିତଙ୍କ ପରିବାରର ଅଭିଯୋଗ ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ବୀରେନ୍ଦ୍ର ଓ ସଚିନ ଘରକୁ କାର୍‌ ଯୋଗେ ଫେରୁଥିଲେ। ମାତ୍ର ଘରଠୁ କିଛି ଦୂରରେ ଥିବା ଗଳି ରାସ୍ତା ମଝିରେ ଏକ କାର୍‌ ପାର୍କିଂ ହୋଇଥିଲା।

ଏହାଦେଖି ବାପପୁଅ ଉକ୍ତ କାର୍‌ ମାଲିକଙ୍କୁ ଡାକି କାର୍‌ ହଟାଇବାକୁ କହିଥିଲେ। ଏହି ସମୟରେ ଉଭକ୍ଷ ପକ୍ଷ ମଧ୍ୟରେ ବିବାଦ ଲାଗିଥିଲା। ମାତ୍ର ପାଟିତୁଣ୍ଡ ଶୁଣି ପାଖପଡ଼ୋଶୀ ଏକାଠି ହେବାରୁ ରାସ୍ତା ମଝିରେ କାର୍‌ ପାର୍କିଂ କରିଥିବା ବ୍ୟକ୍ତି ଭୁଲ୍‌ ମାଗି ପଳାଇଥିଲେ । ଏହାପରେ ଉଭୟ ବୀରେନ୍ଦ୍ର କୁମାର ଓ ସଚିନ ଅଗ୍ରୱାଲ ସେମାନଙ୍କ ଘରକୁ ପଳାଇଥିଲେ।

Advertisment

କିଛି ସମୟ ପରେ ଉକ୍ତ କାର୍‌ ମାଲିକ ପ୍ରାୟ ୧୦ରୁ ୧୫ ଯୁବକଙ୍କୁ ଧରି ବୀରେନ୍ଦ୍ରଙ୍କ ଘର ସମ୍ମୁଖରେ ପହଞ୍ଚିଥିଲେ। ଏହାପରେ ସେମାନେ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଭଙ୍ଗାଭଙ୍ଗି କରିବା ସହ ଆଖି ବୁଜା ଗୁଳି ଚଳାଇଥିଲେ। ଗୁଳି ଚାଳନା ଯୋଗୁ ବୀରେନ୍ଦ୍ର କୁମାର ଓ ସଚିନ ଅଗ୍ରୱାଲ ଗୁରୁତର ହୋଇଛନ୍ତି।

ବୀରେନ୍ଦ୍ରଙ୍କ ହାତ ଏବଂ ଛାତି ନିକଟରେ ବୁଲେଟ୍ ଆଘାତ ଲାଗିଥିବା ବେଳେ ସଚିନଙ୍କ ହାତରେ ଗୁଳି ବାଜିଛି। ପରିବାର ଲୋକେ ଉଭୟଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ସେଠାରେ ସେମାନଙ୍କ ଚିକିତ୍ସା ଚାଲିଛି। ଘଟଣାର ସମ୍ବେଦନଶୀଳକୁ ଦୃଷ୍ଟିରେ ରଖି ପୀଡିତାଙ୍କ ଘର ବାହାରେ ଦିଲ୍ଲୀ ପୁଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଛି।

ସୂଚନା ଅନୁଯାୟୀ, ବୀରେନ୍ଦ୍ର କୁମାର ଜଣେ ବ୍ୟବସାୟୀ ହୋଇଥିବାଳ ବେଳେ ସଚିନ ଜଣେ ସ୍ନାତନ ଛାତ୍ର।

Firing