Advertisment

ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାରେ ଏମିତି ସନ୍ଦେହ କଲେ ବାପା

ସମ୍ଭବତଃ ତାଙ୍କ ଝିଅଙ୍କୁ ହସ୍ପିଟାଲର ଆଉ କେଉଁ ରୁମରେ ହତ୍ୟା କରାଯାଇଥିଲା ଓ ମୃତଦେହକୁ ପରବର୍ତ୍ତୀ ଅବସ୍ଥାରେ ସେମିନାର ହଲକୁ ଅଣାଯାଇଥିଲା ବୋଲି ସେ ଆଶଙ୍କା କରିଛନ୍ତି।

 Kolkata

Kolkata

Advertisment

କୋଲକାତାର ଗୋଟିଏ ସରକାରୀ ହସ୍ପିଟାଲରେ ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯିବା ଘଟଣାର ତଦନ୍ତ ସିବିଆଇ ଜାରି ରଖିଛି। ଏହାରି ଭିତରେ ପୀଡ଼ିତାଙ୍କ ବାପା ଝିଅର ହତ୍ୟା ସ୍ଥଳକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି।

Advertisment

ସମ୍ଭବତଃ ତାଙ୍କ ଝିଅଙ୍କୁ ହସ୍ପିଟାଲର ଆଉ କେଉଁ ରୁମରେ ହତ୍ୟା କରାଯାଇଥିଲା ଓ ମୃତଦେହକୁ ପରବର୍ତ୍ତୀ ଅବସ୍ଥାରେ ସେମିନାର ହଲକୁ ଅଣାଯାଇଥିଲା ବୋଲି ସେ ଆଶଙ୍କା କରିଛନ୍ତି।

ସେ ଗଣମାଧ୍ୟମକୁ କହିଛନ୍ତି ଯେ “ଆମେ ପୁଲିସ୍‌ର ତ୍ରୁଟିକୁ ଠାବ କରିଛୁ ଓ ସିବିଆଇକୁ କହିଛୁ। ଝିଅକୁ ସେମିନାର ହଲରେ ହତ୍ୟା କରାଯାଇଥିଲା କି ନାହିଁ, ତା’କୁ ନେଇ ଏବେ ଆମେ ସନ୍ଦେହ କରୁଛୁ। ସମ୍ଭବତଃ ତା’କୁ ଆଉ କେଉଁ ଠାରେ ହତ୍ୟା କରାଯାଇଛି। ଆମର ସିବିଆଇ ଉପରେ ପୂରା ଭରସା ରହିଛି।

Advertisment

ଦୋଷୀକୁ କଡ଼ା ଦଣ୍ଡ ଦିଆଯାଉ। ହସ୍ପିଟାଲ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେଉ। ମୋର ଗୋଟିଏ ଝିଅ ଚାଲିଗଲା। କିନ୍ତୁ ଏବେ ମୋତେ ଲାଗୁଛି ମୋର କୋଟି କୋଟି ପୁଅ ଓ ଝିଅମାନେ ଆଜି ରାଜରାସ୍ତାରେ ବସିଛନ୍ତି। ଏନେଇ ପୂରା ବିଶ୍ୱରେ ବିପ୍ଳବ ଦେଖାଯାଇଛି। ଆମେ ନ୍ୟାୟ ଚାହୁଁଛୁ।”

ଛାତି ରୋଗ ବିଭାଗର ତୃତୀୟ ମହଲାରେ ଥିବା ସେମିନାର ହଲ ନିକଟରେ ନବୀକରଣ କାମ ପାଇଁ ନିର୍ଦ୍ଦେଶ ଦିଆଯିବା ଘଟଣା ପରେ ଏପରି ସନ୍ଦେହ ପ୍ରକାଶ ପାଇଛି। ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ନଷ୍ଟ କରିବାକୁ ଏପରି କରାଯାଉଥିବା ଅଭିଯୋଗ ହୋଇଛି।

ଶୁକ୍ରବାର କଲିକତା ହାଇକୋର୍ଟ ମଧ୍ୟ ଅପରାଧ ଘଟିଥିବା ସ୍ଥାନ ନିକଟରେ ତରିବରିଆ ନବୀକରଣ କାମ ଆରମ୍ଭ କରିବା କାରଣ ସମ୍ପର୍କରେ ମଧ୍ୟ ବେଙ୍ଗଲ ସରକାରଙ୍କୁ ପ୍ରଶ୍ନ କରିଥିଲେ।

ଏହାର ଜବାବରେ ବେଙ୍ଗଲ ସରକାର କହିଛନ୍ତି ଯେ ଅଭିଯୋଗ ଭିତ୍ତିହୀନ। ଡାକ୍ତରମାନଙ୍କ ବିଶ୍ରାମ କକ୍ଷ ପାଇଁ ନବୀକରଣ କାମ କରାଯାଉଛି।

Kolkata Doctor Rape Case Kolkata Kolkata Doctor Rape And Murder Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe