Advertisment

ଗିରଫଦାରୀରୁ ବର୍ତ୍ତିବା ପାଇଁ କୋର୍ଟ ଭିତରକୁ ଦୌଡ଼ିଲେ ପିଟିଆଇ ନେତା

ଜାମିନରେ ମୁକିଳିବା ପରେ କାଳେ ପୁଣି ପୁଲିସ୍‌ ତାଙ୍କୁ ଗିରଫ କରିନେବ, ସେହି ଭୟରେ ଫୱାଦ କ୍ଷୀପ୍ର ଗତିରେ କୋର୍ଟ ଭିତରକୁ ଦୌଡ଼ିଥିଲେ। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

author-image
Hemant Lenka
Fawad Chaudhry

Fawad Chaudhry

ପାକିସ୍ତାନର ଇସଲାମାବାଦ ହାଇକୋର୍ଟ ବାହାରେ ଆଜି ନାଟକୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗିରଫଦାରୀରୁ ବର୍ତ୍ତିବା ପାଇଁ କାର୍‌ ଭିତରୁ ଓହ୍ଲାଇ କୋର୍ଟ ଭିତରକୁ ଦୌଡ଼ିଛନ୍ତି ପିଟିଆଇ ନେତା ଫୱାଦ ଚୌଧୁରୀ।

Advertisment

ଜାମିନରେ ମୁକିଳିବା ପରେ କାଳେ ପୁଣି ପୁଲିସ୍‌ ତାଙ୍କୁ ଗିରଫ କରିନେବ, ସେହି ଭୟରେ ଫୱାଦ କ୍ଷୀପ୍ର ଗତିରେ କୋର୍ଟ ଭିତରକୁ ଦୌଡ଼ିଥିଲେ। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

ଇମ୍ରାନ ଖାନଙ୍କ ଗିରଫଦାରୀ ପରେ ପୂରା ଦେଶରେ ପୋଡ଼ାଜଳା ଓ ହିଂସା ଦେଖିବାକୁ ମିଳିଥିଲା। ଏହା ପଛରେ ଫୱାଦ ଚୌଧୁରୀ ଓ ଆଉ କିଛି ପିଟିଆଇ ନେତାଙ୍କ ହାତ ଥିବା ଅଭିଯୋଗ କରି ଇସଲାମାବାଦ ପୁଲିସ୍‌ ସମସ୍ତଙ୍କୁ ଗିରଫ କରିଥିଲା। ତେବେ ମଙ୍ଗବଳାର ଇସଲାମାବାଦ ହାଇକୋର୍ଟ ତାଙ୍କୁ ଖଲାସ କରିବାକୁ ନିର୍ଦ୍ଦେଶ ଦେବା ପରେ ଫୱାଦ ଚୌଧୁରୀ ବାହାରକୁ ଆସିଥିଲେ ଓ ତାଙ୍କ କାର୍‌ରେ ବସିଥିଲେ।

Advertisment

ସେ ଆଗକୁ ଯିବା ପାଇଁ ଚେଷ୍ଟା କରୁଥିବା ବେଳେ କୋର୍ଟ ବାହାରେ ପୁଲିସ୍‌କୁ ଦେଖିଥିଲେ। କାଳେ ପୁଲିସ୍‌ ତାଙ୍କୁ ପୁଣି ଗିରଫ କରିନେବ, ସେ ଭୟରେ ସେ କାର୍‌ରୁ ବାହାରି କୋର୍ଟ ଭିତରକୁ ପୁଣି ଦୌଡ଼ି ଦୌଡ଼ି ପଳାଇଥିଲେ।

ପୁଲିସ୍‌ ତାଙ୍କୁ ଆଉ ଗୋଟିଏ ମାମଲାରେ ଗିରଫ କରିବାକୁ ଆସିଥିବାରୁ ସେ ଏପରି କରିଥିବା ଜଣାପଡ଼ିଛି। ପିଟିଆଇ ପକ୍ଷରୁ ଗୋଟିଏ ଭିଡିଓ ଜାରି କରି କୋର୍ଟ ଭିତରେ ଦୁଇ ଜଣ ଓକିଲ କେମିତି ଫୱାଦଙ୍କୁ ଧରିଧରି ନେଉଛନ୍ତି, ତା’ ଦୃଶ୍ୟ ରହିଛି।

ଦଳ କହିଛି ଯେ ଜାମିନ ସତ୍ତ୍ୱେ ଫୱାଦ ଚୌଧୁରୀଙ୍କୁ ସୁପ୍ରିମକୋର୍ଟ ପରିସରରୁ ଅପହରଣ କରାଯାଇଥିଲା। ଏବେ ପୁଣି ଜାମିନ ସତ୍ତ୍ୱେ ତାଙ୍କୁ ଇସଲାମାବାଦ ହାଇକୋର୍ଟ ପରିସରରୁ ଅପହରଣ କରିବାକୁ ଉଦ୍ୟମ କରାଯାଉଛି। ପତ୍ନୀ ହିବା ମଧ୍ୟ ଟ୍ୱିଟ କରି ସମାନ କଥା କହିଛନ୍ତି। 

Pakistan Imran Khan