Advertisment

ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ କରୁଥିଲେ, ବନ୍ଧା ହେଲେ ମହିଳା

ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ କରୁଥିବା ଏକ ରାକେଟକୁ ଝାଡ଼ଖଣ୍ଡର ଦେବଘରରୁ ମାଡ଼ି ବସିଛି ପୁଲିସ୍‌। ଏହି ରାକେଟର ମୁଖିଆ ଜଣେ ମହିଳା ବୋଲି ଜଣା ପଡ଼ିଥିବା ବେଳେ ପୁଲିସ୍‌ ତାଙ୍କୁ ବାନ୍ଧିଛି।

Arrest

Arrest

Advertisment

ଏବେ ନିର୍ବାଚନ ଋତୁ ଚାଲିଥିବା ବେଳେ ପୁଲିସ୍‌ ଧରପଗଡ଼ ବି ଜୋରଦାର ହେଉଛି। କେଉଁଠୁ ପୁଳା ପୁଳା ଟଙ୍କା ମିଳୁଛି ତ କେଉଁଠୁ ଅସ୍ତ୍ରଶସ୍ତ୍ର। ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ କରୁଥିବା ଏକ ରାକେଟକୁ ଝାଡ଼ଖଣ୍ଡର ଦେବଘରରୁ ମାଡ଼ି ବସିଛି ପୁଲିସ୍‌। ଏହି ରାକେଟର ମୁଖିଆ ଜଣେ ମହିଳା ବୋଲି ଜଣା ପଡ଼ିଥିବା ବେଳେ ପୁଲିସ୍‌ ତାଙ୍କୁ ବାନ୍ଧିଛି।

Advertisment

ଜଣେ ମହିଳା ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ କରୁଥିବା ନେଇ ପୁଲିସ୍‌କୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଏପରିକି ମହିଳାଜଣକ ଅସ୍ତ୍ରଶସ୍ତ୍ର ଧରି ବିହାରରୁ ଦେବଘର ଜିଲ୍ଲାକୁ ଆସୁଥିବା ପୁଲିସ୍‌ ଖବର ପାଇଥିଲା। ଏହାପରେ ସମ୍ପୃକ୍ତ ମହିଳାଙ୍କୁ କାବୁ କରିବାକୁ ପୁଲିସ୍ ଏକ ଟିମ୍‌ ଗଠନ କରିଥିଲା।

ଏହାପରେ ପୁଲିସ୍‌ କିଶନପୁର ଗାଁର ରୁବିୟା ଖାତୁନଙ୍କ ଘରେ ଉପରେ ରେଡ କରିଥିଲା। ଉକ୍ତ ସମୟରେ ଘରେ ଥିବା ବିପୁଳ ଅସ୍ତ୍ରଶସ୍ତ୍ର, ଜୀବନ୍ତ ଗୁଳି ବି ଜବତ ହୋଇଥିଲା। ଏହି ମାମଲାରେ ପୁଲିସ୍‌ ରୁବିୟାଙ୍କୁ ବାନ୍ଧି ଥାନାକୁ ନେଇ ଯାଇଛି।

Advertisment

ଏନେଇ ପୁଲିସ୍‌ ପଚରାଉଚରା କରିବାରୁ ରୁବିୟା କହିଛନ୍ତି, ସେ ବିହାରର ଜମୁଥଇ ଓ ମୁଙ୍ଗେର ଅଞ୍ଚଳରୁ ଅସ୍ତ୍ରଶସ୍ତ୍ର ଆଣି ମାରଗୋମୁଣ୍ଡା ଥାନା ଅଞ୍ଚଳରେ ବିକ୍ରି କରୁଥିଲା। ଏହି ଘଟଣାରେ ପୁଲିସ୍‌ ରୁବିୟାଙ୍କୁ ଗିରଫ କରିଥିବା ବେଳେ ତାଙ୍କର କିଛି ସମ୍ପର୍କୀୟ ବି ଏଥିରେ ସାମିଲ ଥିବା ଜଣାଯାଇଛି। ଏଥିରେ ସାମିଲ ସମସ୍ତଙ୍କୁ ଖୋଜି ବାହାର କରି ଗିରଫ କରାଯିବ ବୋଲି ପୁଲିସ୍‌ ଅଧିକାରୀ ସୂଚନା ଦେଇଛନ୍ତି ।

Jharkhand
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe