Advertisment

ବନ୍ଧୁକ ମୁନରେ ମହିଳା କନଷ୍ଟେବଳଙ୍କୁ ଦୁଷ୍କର୍ମ, ବନ୍ଧା ହେଲେ SI

ଏକ ଗେଷ୍ଟ ରୁମ୍‌ ଭିତରେ ସର୍ଭିସ ବନ୍ଧୁକ ଦେଖାଇ ମହିଳା କନଷ୍ଟେବଳଙ୍କୁ ସବ୍‌ ଇନ୍ସପେକ୍ଟର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

author-image
Madhupriya Mistry
Sexual Assult

Sexual Assult

ପୁଣି ଖାକିରେ ଲାଗିଲା ଦାଗ। ରକ୍ଷକ ସାଜିଲା ଭକ୍ଷକ। ନିଜ ସହକର୍ମୀଙ୍କୁ ବି ଛାଡିଲାନି। ବନ୍ଧୁକ ମୁନରେ ମହିଳା ପୁଲିସକର୍ମୀଙ୍କୁ ଦୁଷ୍କର୍ମ କଲେ ଖୋଦ୍‌ ପୁଲିସ ସବ ଇନସ୍ପପେକ୍ଟର। ମାମଲା ରୁଜୁ ହେବା ପରେ ବନ୍ଧା ହେଲେ ଏସ୍‌ଆଇ। ତେଲେଙ୍ଗାନାରେ ଘଟିଛି ଏଭଳି କିଛି ଲଜ୍ଜାଜନକ ଘଟଣା।

Advertisment

ଇଣ୍ଡିଆ ଟୁଡେର ରିପୋର୍ଟ ମୁତାବକ, ତେଲେଙ୍ଗାନା ପୁଲିସର ସବ୍ ଇନ୍ସପେକ୍ଟର ଭବାନୀ ସେନ୍‌ଙ୍କୁ ବୁଧବାର ଗିରଫ କରାଯାଇଛି। ସେ ବନ୍ଧୁକ ମୁନରେ ଜଣେ ମହିଳା କନଷ୍ଟେବଳଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଏସ୍‌ଆଇ ଜୁନ୍‌ ୧୫ ତାରିଖରେ ଜୟଶଙ୍କର ଭୁପଲପଲ୍ଲି ଜିଲ୍ଲାର ଏକ ଗେଷ୍ଟ ରୁମରେ ଏହି କାଣ୍ଡ ଘଟାଇଥିବା କୁହାଯାଉଛି।

କଲସେଭାରାମ ପୁଲିସ ଷ୍ଟେସନରେ କାର୍ଯ୍ୟ କରୁଥିବା ପୀଡିତା କନଷ୍ଟେବଳ ଅଭିଯୋଗ ମୁତାବକ, ଜୁନ୍‌ ୧୫ ତାରିଖରେ ଜଳସେଚନ ପ୍ରକଳ୍ପର ଏକ ଗେଷ୍ଟ ରୁମ୍‌ ଭିତରେ ତାଙ୍କ ସହ ଦୁଷ୍କର୍ମ ହୋଇଛି। ଏସଆଇ ସେନ୍‌ ତାଙ୍କୁ ଦୁଷ୍କର୍ମ କରିବା ପୂର୍ବରୁ ତାଙ୍କ ସର୍ଭିସ ବନ୍ଧୁକ ଦେଖାଇ ଧମକ ଦେଇଥିଲେ। କେବଳ ଏତିକି ନୁହେଁ ଯଦି ସେ ଏହି ଘଟଣା ବିଷୟରେ କାହାକୁ କିଛି କୁହନ୍ତି ତେବେ ତାଙ୍କୁ ଗୁରୁତର ପରିଣାମର ସମ୍ମୁଖୀନ ହେବାକୁ ପଡିବ ବୋଲି ମଧ୍ୟ ଚେତାବନୀ ଦେଇଥିଲେ।

Advertisment

ତେବେ ଏନେଇ ପୀଡିତା କନଷ୍ଟେବଳ ଜଣକ ବରିଷ୍ଠ ପୁଲିସ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବା ପରେ ଅଭିଯୁକ୍ତ ଏସ୍‌ଆଇଙ୍କ ବିରୋଧରେ ତଦନ୍ତ ଆରମ୍ଭ କରାଯାଇ ତାଙ୍କୁ ଗିରଫ କରାଯାଇଛି। ଉକ୍ତ ଏସ୍‌ଆଇ ଅନ୍ୟ ତିନିଜଣ ମହିଳା ପୁଲିସ୍ କନଷ୍ଟେବଳଙ୍କୁ ଧମକ ଦେବା ସହ ଯୌନ ନିର୍ଯାତନା ଦେଇଥିବା ତଦନ୍ତରୁ ଜଣାପଡିଛି। 

ଖବର ମୁତାବକ, ଆଇଜି ଏଭି ରଙ୍ଗନାଥ ଅଭିଯୁକ୍ତ ଏସ୍‌ଆଇ ସେନ୍‌ଙ୍କୁ ପୁଲିସ ସେବାରୁ ସ୍ଥାୟୀଭାବେ ବହିଷ୍କାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ତାଙ୍କର ସର୍ଭିସ ବନ୍ଧୁକଙ୍କୁ ଜବତ କରାଯାଇଛି। ଅଭିଯୁକ୍ତ ଏସ୍‌ଆଇଙ୍କ ବିରୋଧରେ ତଦନ୍ତ ଜାରି ରହିଛି। 

Telangana Police Sexual Assault