Advertisment

୨ କେନ୍ଦ୍ରମନ୍ତ୍ରୀଙ୍କ ସମେତ ୪୧ ବିଜେପି ନେତ୍ରୀଙ୍କୁ ମହିଳା ରେସଲର ଲେଖିଲେ ଚିଠି

ଦିଲ୍ଲୀର ଯନ୍ତରମନ୍ତରରେ ଆନ୍ଦୋଳନ କରୁଥିବା ମହିଳା ରେସଲମାନେ ଆଜି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଓ ନିର୍ମଳା ସୀତାରମଣଙ୍କ ସମେତ ୪୧ ଜଣ ବିଜେପି ମହିଳା ନେତ୍ରୀଙ୍କୁ ଚିଠି ଲେଖି ନ୍ୟାୟ ଦେବାକୁ ନିବେଦନ କରିଛନ୍ତି।

author-image
Niranjan Mishra
ଅଦ୍ୟତନ ହୋଇଛି
Female wrestlers

Female wrestlers

ଦିଲ୍ଲୀର ଯନ୍ତରମନ୍ତରରେ ଆନ୍ଦୋଳନ କରୁଥିବା ମହିଳା ରେସଲମାନେ ଆଜି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଓ ନିର୍ମଳା ସୀତାରମଣଙ୍କ ସମେତ ୪୧ ଜଣ ବିଜେପି ନେତ୍ରୀଙ୍କୁ ଚିଠି ଲେଖି ନ୍ୟାୟ ଦେବାକୁ ନିବେଦନ କରିଛନ୍ତି। ସେମାନେ ଦୀର୍ଘ ସମୟ ଧରି କୁସ୍ତି ମହାସଂଘର ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂହଙ୍କ ଦ୍ୱାରା ଅନେକ ଥର ଯୌନ ନିର୍ଯାତନାର ଶିକାର ହୋଇଥିବା ଚିଠିରେ ଅଭିଯୋଗ ଆଣିଛନ୍ତି।

Advertisment

ଏଥିସହ ଚିଠିରେ ଉଲ୍ଲେଖ କରିଛନ୍ତି, ସେମାନେ ଏହା ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି। ମାତ୍ର ବ୍ରିଜ୍ ଭୂଷଣଙ୍କ କ୍ଷମତା ନିର୍ଯାତିତ ରେସଲରଙ୍କ ଭବିଷ୍ୟତକୁ ଧ୍ୱଂସ କରିଦେଇଛି ଓ ନ୍ୟାୟ ମିଳୁନି। ଏବେ ନାକ ଉପରେ ପାଣି ପହଞ୍ଚିଛି। ମହିଳା ରେସଲରଙ୍କ ସମ୍ମାନ ସୁରକ୍ଷା ନିମନ୍ତେ ଅନ୍ୟ ବାଟ ନାହିଁ। ରେସଲରମାନେ ଜୀବନର ଆଶା ଓ ଖେଳ ଛାଡି ସାରିଛନ୍ତି। ନିଜ ସମ୍ମାନ ପାଇଁ ଲଢ଼େଇ କରୁଛନ୍ତି। ୨୦ଦିନ ହେବ ଯନ୍ତରମନ୍ତରରେ ନ୍ୟାୟ ପାଇବା ପାଇଁ ସଂଗ୍ରାମ କରୁଛନ୍ତି। ମାତ୍ର ବ୍ରିଜ୍ ଭୂଷଣଙ୍କ କ୍ଷମତା ପ୍ରଶାସନର ମେରୁଦଣ୍ଡକୁ ଭାଙ୍ଗି ଦେଇଥିବା ଓ ସରକାରକୁ କାଲ, ଅନ୍ଧ କରିଦେଇଥିବା ଅନୁଭବ ହେଉଛି।

ଚିଠିରେ ରେସଲରମାନେ ଅନେକ ଆଶା ଭରସା ପ୍ରକାଶ କରିବା ସହ ମହିଳା ସାଂସଦମାନଙ୍କୁ ସହଯୋଗର ହାତ ବଢ଼ାଇବାକୁ ନିବେଦନ କରିଛନ୍ତି। ଦିଲ୍ଲୀର ଯନ୍ତରମନ୍ତରରେ ପହଞ୍ଚି ରେସଲରଙ୍କ ସହ କିଛି ସମୟ ରହିବାକୁ ଚିଠିରେ ଅନୁରୋଧ ମଧ୍ୟ କରିଛନ୍ତି।

Advertisment

ସୂଚନା ଥାଉକି, ଏହି ରେସଲରମାନେ ଗତ ପ୍ରାୟ ୨୫ ଦିନ ହେବ ଯନ୍ତରମନ୍ତରରେ ଧାରଣାରେ ବସିଛନ୍ତି। ବ୍ରିଜ୍ ଭୂଷଣଙ୍କୁ ଗିରଫ କରାଯିବାକୁ ଦାବି ରଖିଛନ୍ତି। ହେଲେ ଏପର୍ଯ୍ୟନ୍ତ ସରକାର କୌଣସି ଠୋସ୍ ପଦକ୍ଷେପ ନେଇନାହାନ୍ତି।

Delhi Indian Wrestler Protest Against Govt. Molestation In Office