Tension Situation
କଲେଜ ପରିସରରେ ଚାଲିଥିବା ଫ୍ରେଶର ପାର୍ଟି। ନାଚଗୀତରେ ମାତିଥିଲେ ଛାତ୍ରମାନେ। ଏହି ସମୟରେ ଆରମ୍ଭ ହେଲା ମହାଭାରତ । ସାମାନ୍ୟ କଥାରୁ ମୁହାଁମୁହିଁ ହେଲେ କଲେଜର କିଛି ଛାତ୍ର ଓ ସେଠାରେ ଉପସ୍ଥିତ ଥିବା ବାଉନ୍ସର। ବାଉନ୍ସରଙ୍କ ମାଡ଼ରେ ଛାତ୍ରମାନଙ୍କ ଅବସ୍ଥା ସାଂଘାତିକ ହୋଇଥିବା ଜଣାଯାଇଛି। ଏପରି ଏକ ଘଟଣା ଉତ୍ତରପ୍ରଦେଶର ଗ୍ରେଟର ନୋଏଡା ଅଞ୍ଚଳରେ ଥିବା ଏକ ଘରୋଇ କଲେଜରେ ଘଟିଛି।
ଶନିବାର ରାତିରେ କଲେଜ କ୍ୟାମ୍ପସ୍ରେ ଫ୍ରେଶର ପାର୍ଟି ଚାଲିଥିଲା। ଏହି ପାର୍ଟିରେ ବହୁ ସଂଖ୍ୟାରେ ଛାତ୍ର ଯୋଗ ଦେଇଥିବା ବେଳେ ସେମାନେ ନାଚଗୀତରେ ମାତିଥିଲେ। ଉକ୍ତ ସମୟରେ କୌଣସି କଥାକୁ ନେଇ କିଛି ଛାତ୍ରଙ୍କର ବାଉନ୍ସରଙ୍କ ସହ ମୁହାଁମୁହିଁ ହୋଇଥିଲା। ଏହାପରେ ଉତ୍ତ୍ୟକ୍ତ ବାଉନ୍ସରମାନେ ଛାତ୍ରଙ୍କୁ ଠେଙ୍ଗା,ବାଡ଼ିରେ ପ୍ରବଳ ପିଟିଥିଲେ। ଫଳରେ ପରିସ୍ଥିତି ଅଣାୟତ ହୋଇ ପଡ଼ିଥିଲା
ଏହି ମାରପିଟରେ ବହୁ ଛାତ୍ର ଗୁରୁତର ଆହତ ହୋଇଥିବା ଜଣାଯାଇଛି। ଏହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଭାଇରାଲ ଭିଡିଓକୁ ଆଧାର କରି ପୁଲିସ୍ ଘଟଣାର ଛାନଭିନ ଆରମ୍ଭ କରିଛି । ପୀଡ଼ିତଙ୍କ ସହ ସମ୍ପର୍କ କରାଯାଉଛି। ସେମାନଙ୍କଠାରୁ ଘଟଣା ସମ୍ପର୍କରେ ବୁଝିବା ପରେ ପରବର୍ତ୍ତୀ ଆକ୍ସନ ନିଆଯିବ ବୋଲି ଅଧିକାରୀ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
