Advertisment

ଗୁପଚୁପ ଖାଇବାକୁ ନେଇ ମହାଭାରତ; ବୁଲିଲା ଲାଠି, ଫୁଟିଲା ଗୁଳି

ଗୁପଚୁପ ଖାଇବାକୁ ନେଇ ହେଲା ମହାଭାରତ । ବୁଲିଲା ଲାଠି, ଫୁଟିଲା ଗୁଳି। ଏହି ଘଟଣାରେ ପ୍ରାୟ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।

author-image
Niharika Rout
ଅଦ୍ୟତନ ହୋଇଛି
Clash

Clash

ଗୁପଚୁପ ଖାଇବାକୁ ନେଇ ହେଲା ମହାଭାରତ । ବୁଲିଲା ଲାଠି, ଫୁଟିଲା ଗୁଳି। ଏହି ଘଟଣାରେ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଘଟଣାଟି ଉତ୍ତରପ୍ରଦେଶର କାନପୁରରେ ଘଟିଛି। ଏହି ଘଟଣାରେ ପୁଲିସ୍‌ ୫ ଜଣଙ୍କୁ ଗିରଫ କରିଥିବା ବେଳେ ପ୍ରାୟ ୨୦ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି।

Advertisment

ଫତେପୁର ରୋଶନାଇ ଗାଁର ସତ୍ୟମ ସିଂହ ରାଜେନ୍ଦ୍ର ଛକ ନିକଟରେ ଗତ ବୁଧବାର କାର୍‌ରୁ ଓହ୍ଲାଇଥିଲେ। ସେଠାରେ ପୂର୍ବରୁ ଗଙ୍ଗା ସିଂହ ନାମକ ଯୁବକ ଏକ ଠେଲାରେ ଗୁପଚୁପ ଖାଉଥିଲେ। ସତ୍ୟମ ସିଂହ  ସେଠାକୁ ଗୁପଚୁପ୍‌ ଖାଇବାକୁ ଯାଇଥିବା ବେଳେ କୌଣସି କଥାକୁ ନେଇ ଉଭୟ ଯୁବକଙ୍କ ମଧ୍ୟରେ ମାରପିଟ ହୋଇଥିଲ।

ଏହି ଘଟଣାରେ ପ୍ରାୟ ୨୦ରୁ ଅଧିକ ଯୁବକଙ୍କ ନାଁରେ ମାମଲା ରୁଜୁ କରିଥିଲା ପୁଲିସ୍‌। ଏନେଇ ଉକ୍ତ ଯୁବକମାନେ ଗତକାଲି ଅପରପକ୍ଷର ଦୋକାନ ଉପରେ ଆକ୍ରମଣ କରିଥିଲେ। ସେମାନଙ୍କ ନାମରେ ମିଥ୍ୟା ଅଭିଯୋଗରେ ମାମଲା ରୁଜୁ ହୋଇଥିବା ଅଭିଯୋଗ କରି ସେମାନେ ରକ୍ତମୁଖା ପାଲଟିଥିଲେ।

Advertisment

ଏହାପରେ ହିତାହିତ ଜ୍ଞାନ ଭୁଲି ସେମାନେ ବାଡ଼ିରେ ଆଖିବୁଜା ପିଟିବା ସହ ପଥର ବି ଫିଙ୍ଗାଫିଙ୍ଗି ହୋଇଥିଲେ। ଏପରିକି ରାସ୍ତାରେ ଯାଉଥିବା ଲୋକଙ୍କୁ ବି ପିଟିବା ସହ ଆଖପାଖ ଘରେ ପଶି ମହିଳା, ଶିଶୁଙ୍କୁ ବି ନିର୍ଧୂମ ମାଡ଼ ମାରିଥିଲେ।

ଏହାଦେଖି ଦୋକାନ ମାଲିକ ରବି ଗୁପ୍ତା ଛାତ ଉପରକୁ ଚାଲି ଯାଇ ନିଜ ଲାଇସେନ୍ସପ୍ରାପ୍ତ ବନ୍ଧୁକରୁ ଗୁଳି ଚଳାଇଥିଲେ।

ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ପୁଲିସ୍‌ ଉପରକୁ ଉତ୍ତ୍ୟକ୍ତ ଲୋକେ ଆକ୍ରମଣ କରିଥିଲେ। ଏହାପରେ ଅଧିକ ଫୋର୍ସ ମଗାଯାଇ ପୁଲିସ୍‌ ସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ଏହି ଘଟଣାରେ ପୁଲିସ୍‌ ୫ ଜଣଙ୍କୁ ଗିରଫ କରିଛି।

Uttar Pradesh Group Clash