Advertisment

କାର୍‌ରେ ଥିଲେ ପତ୍ନୀ, ପିଲା; କେନାଲକୁ ଡେଇଁ ପଡ଼ିଲେ ଯୁବକ

ଅତିଷ୍ଠ କଲା ଘରୋଇ କଳହ। ଶ୍ୱଶୁର ଘରୁ ଫେରିବା ବାଟରେ ପତିପତ୍ନୀ କଳହ ନେଲା ଉଗ୍ର ରୂପ । ଶେଷରେ ବ୍ୟକ୍ତିଜଣକ କାର୍‌କୁ ଅଟକାଇ ପାଖରେ ଥିବା କେନାଲକୁ ଡେଇଁ ପଡ଼ିଲେ।

Suicide

Suicide

Advertisment

ଅତିଷ୍ଠ କଲା ଘରୋଇ କଳହ। ଶ୍ୱଶୁର ଘରୁ ଫେରିବା ବାଟରେ ପତିପତ୍ନୀ କଳହ ନେଲା ଉଗ୍ର ରୂପ । ଶେଷରେ ବ୍ୟକ୍ତିଜଣକ କାର୍‌କୁ ଅଟକାଇ ପାଖରେ ଥିବା କେନାଲକୁ ଡେଇଁ ପଡ଼ିଲେ। ଏପରି ଏକ ଘଟଣା ରାଜସ୍ଥାନରେ ଘଟିଛି। ପ୍ରାୟ ୧୦ ଘଣ୍ଟା ପରେ ମୃତଦେହକୁ ୨ କିମି ଦୂରରୁ ଉଦ୍ଧାର କରାଯାଇଛି।

Advertisment

ମୃତକଙ୍କ ନାମ ରଘୁନନ୍ଦନ ଓ ସେ ଭଜନ ମଣ୍ଡଳୀରେ ଢୋଲ ବଜାଉ ପରିବାର ପ୍ରତିପୋଷଣ କରୁଥିଲେ। ରଘୁନନ୍ଦନ ପିଙ୍କିଙ୍କୁ ବିବାହ କରିଥିବା ବେଳେ ପିଙ୍କିଙ୍କର ଏହା ଦ୍ୱିତୀୟ ବିବାହ। ପୂର୍ବ ବିବାହରୁ ତାଙ୍କର ୩ ପିଲା ଥିବା ବେଳେ ସେମାନେ ରଘୁନନ୍ଦନ ଓ ପିଙ୍କିଙ୍କ ପାଖରେ ରହୁଥିଲେ।

ଗତ ରବିବାର ରଘୁନନ୍ଦନ ସକତାପୁରାସ୍ଥିତ ନିଜ ଶ୍ୱଶୁର ଘରକୁ ଯାଇଥିଲେ। ସେଠାରୁ ସେ ପତ୍ନୀ ଓ ପିଲାଙ୍କୁ ଧରି ନିଜ ଘରକୁ ଫେରୁଥିଲେ। ମାତ୍ର ବାଟରେ ଉଭୟ ପତିପତ୍ନୀଙ୍କ ମଧ୍ୟରେ ଝଗଡ଼ା ଜୋରଦାର ହେଲା। ଏଥିରେ ଅତିଷ୍ଠ ରଘୁନନ୍ଦନ ବାଟରେ କାର୍‌କୁ ଅଟକାଇ ନିଜେ କେନାଲକୁ ଡେଇଁ ପଡ଼ିଥିଲେ।

Advertisment

ଏନେଇ ପିଙ୍କି ତୁରନ୍ତ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ବହୁ ଖୋଜାଖୋଜି ପରେ ବି ମୃତଦେହ ପାଇ ନ ଥିଲେ। ଏହାପରେ ରାତି ପାଇଁ ଉଦ୍ଧାର କାର୍ଯ୍ୟକୁ ସ୍ଥଗିତ ରଖାଯାଇଥିଲା। ତା’ ପରଦିନ ସକାଳେ ଖୋଜାଖୋଜି ଆରମ୍ଭ କରାଯାଇଥିବା ବେଳେ ୨ କିମି ଦୂରରୁ ମୃତଦେହକୁ ଉଦ୍ଧାର କରାଯାଇଛି।

ପୁଲିସ୍‌ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ମୃତକଙ୍କ ନାମ ରଘୁନନ୍ଦନ ଓ ସେ ଭଜନ ମଣ୍ଡଳୀରେ ଢୋଲ ବଜାଉ ପରିବାର ପ୍ରତିପୋଷଣ କରୁଥିଲେ। କିଛି ଦିନ ପୂର୍ବେରୁ ଦାମ୍ପତ୍ୟ କଳହକୁ ନେଇ ସେ ସୋଶାଲ ମିଡିଆରେ ଏକ ପୋଷ୍ଟ କରିଥିଲେ। ମାତ୍ର ପରେ ତାହାକୁ ସେ ହଟାଇ ଦେଇଥିଲେ। ତେବେ ସେ ଏପରି ଚରମ ପଦକ୍ଷେପ ନେବା ପଛର କାରଣ ଜଣାପଡ଼ିନି।

Suicide Rajasthan Family Dispute
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe