Advertisment

ସଂକ୍ରାନ୍ତି ପ୍ରସ୍ତୁତି; ଗଞ୍ଜାଙ୍କୁ ଦିଆଯାଉଛି ଭାଏଗ୍ରା

ଭାଏଗ୍ରା ବ୍ୟବହାରରେ କଟକଣା ସତ୍ତ୍ୱେ ଗଞ୍ଜାମାନଙ୍କୁ ଏହି ଡୋଜ୍ ଦିଆଯାଇଥିବା ଖବର ସାମ୍ନାକୁ ଆସିଛି।

ଅଦ୍ୟତନ ହୋଇଛି
Cockfight

Cockfight

Advertisment

ଆନ୍ଧ୍ରପ୍ରଦେଶରେ ଗଞ୍ଜାଙ୍କୁ ଦିଆଯାଉଛି ଭାଏଗ୍ରା ଏବଂ ଅନ୍ୟାନ୍ୟ ଷ୍ଟେରଏଡ୍ ଯୁକ୍ତ ଖାଦ୍ୟ। ଦେଶରେ ଡାକ୍ତରଙ୍କ ବିନା ପ୍ରେସ୍କ୍ରିପ୍ସନରେ ଭାଏଗ୍ରା କିଣିବା ବେଆଇନ ସତ୍ତ୍ୱେ ଗଞ୍ଜାମାନଙ୍କୁ ଏହି ଡୋଜ୍ ଦିଆଯାଇଥିବା ଖବର ସାମ୍ନାକୁ ଆସିଛି। ଗଞ୍ଜା ଲଢେଇ ପାଇଁ ଶକ୍ତିଶାଳୀ କରିବାକୁ ଗଞ୍ଜାମାନଙ୍କୁ ଏହି ଡୋଜ୍ ଦିଆଯାଉଛି। 

Advertisment

ରିପୋର୍ଟ ଅନୁସାରେ, ଆନ୍ଧ୍ରପ୍ରଦେଶରେ ସଂକ୍ରାନ୍ତି ଅବସରରେ ଗଞ୍ଜା ଲଢେଇ ପ୍ରତିଯୋଗିତାର ଏକ ସ୍ୱତନ୍ତ୍ରତା ରହିଛି। ଏହି ପ୍ରତିଯୋଗିତା ପାଇଁ ମାଲିକମାନେ କିଛି ଦିନ ଆଗରୁ ପ୍ରସ୍ତୁତି ଆରମ୍ଭ କରିଦେଇଥାନ୍ତି। ରାଜ୍ୟର ଗୁଣ୍ଟୁର, କୃଷ୍ଣା ଏବଂ ଦୁଇଟି ଗୋଦାବରୀ ଜିଲ୍ଲାରେ ଏହି ପ୍ରତିଯୋଗିତା ଜୋରସୋରରେ ହୋଇଥାଏ। କିନ୍ତୁ ଚଳିତ ବର୍ଷ କୁକୁଡା ଓ ଗଞ୍ଜାମାନଙ୍କୁ ରାଣୀକ୍ଷେତ ନାମକ ଏକ ରୋଗ ବ୍ୟାପୁଛି।

ଏହାର ପ୍ରଭାବରେ ଗଞ୍ଜାମାନଙ୍କର ଶାରୀରିକ ଅସୁସ୍ଥତା ଦେଖାଯାଉଛି। ଫଳରେ ମାଲିକମାନେ ଲଢେଇ ପାଇଁ ଗଞ୍ଜାଙ୍କୁ ଫିଟ୍ କରାଇବାକୁ ଯାଇ ଭାଏଗ୍ରାର ବ୍ୟବହାର କରୁଛନ୍ତି। କିନ୍ତୁ ଭାଏଗ୍ରା ବ୍ୟବହାର ନେଇ ପ୍ରାଣୀ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି।

Advertisment

ବିଶେଷଜ୍ଞମାନେ ଚେତାବନୀ ଦେଇ କହିଛନ୍ତି ଯେ, ହରମନ୍ ବୃଦ୍ଧିକାରୀ ଏହି ଔଷଧ କେବଳ ଗଞ୍ଜାମାନଙ୍କୁ ଦୀର୍ଘସମୟ ଧରି ପଙ୍ଗୁ କରିଦେବନି, ବରଂ ମ୍ୟୁଟେସ (ଡିଏନଏରେ ଏକ ସ୍ଥାୟୀ ପରିବର୍ତ୍ତନ) କରିବ। ଯଦି ଏହି ଗଞ୍ଜା ମାଂସ ଭକ୍ଷଣ କରାଯାଏ ତେବେ ଏହା ସ୍ୱାସ୍ଥ୍ୟ ପାଇଁ ହାନିକାରକ। 

Viagra Sankranti Cockfight Andhra Pradesh Cockfight
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe