Plane Crash
ଦୁର୍ଘଟଣାଗ୍ରସ୍ତ ହେଲା ବାୟୁସେନାର ମିଗ୍-୨୯ ବିମାନ। ରାଜସ୍ଥାନର ବାରମେର ସେକ୍ଟରର ଉତରଲାଇ ଏୟାରବେସ୍ ନିକଟରେ ଏହି ଦୁର୍ଘଟଣା ଘଟିଛି। କ୍ରାଶ୍ ହେବା ପରେ ବିମାନଟି ହୁ ହୁ ଜଳି ଯାଇଥିବା ଦେଖିବାକୁ ମିଳିଛି।
ବାୟୁସେନା ବିମାନ ମିଗ୍-୨୯ ଉତ୍ତରଲାଇ ଅଞ୍ଚଳରୁ ଗତକାଲି ଉଡାଣ ଭରିଥିଲା। ତେବେ ରାତ୍ରୀକାଳୀନ ରୁଟିନ୍ ଟ୍ରେନିଂ ମିଶନ ବେଳେ ବିମାନରେ ହଠାତ୍ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ପ୍ରାୟ ରାତି ୧୦ଟା ବେଳେ ବିମାନଟି ନିୟନ୍ତ୍ରଣ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତେବେ ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ ପାଇଲଟ୍ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି। କିନ୍ତୁ ବିମାନଟି ପୂରା ଜଳି ପଡି ପାଉଁଶ ହୋଇଯାଇଛି।
ଏହି ସୂଚନା ମିଳିବା ପରେ ସ୍ଥାନୀୟ ପୁଲିସ ସହ ଏୟାରଫୋର୍ସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ପାଇଲଟଙ୍କୁ ଉଦ୍ଧାର କରିଛନ୍ତି। ବାୟୁସେନା ପକ୍ଷରୁ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଦୁର୍ଘଟଣାସ୍ଥଳର ପ୍ରାୟ ୪୦୦ ମିଟର ଅଞ୍ଚଳକୁ ସିଲ୍ କରି ତନାଘନା ଜାରି ରହିଛି।
राजस्थान : बाड़मेर में IAF का फाइटर प्लेन क्रैश
राजस्थान के बाड़मेर में एक फाइटर प्लेन क्रैश हुआ है. बताया जा रहा है कि ओलानियोक की ढाणी के पास प्लेन क्रैश होने की सूचना मिली है. सूचना मिलने के बाद नागाणा थाना पुलिस मौके पर रवाना हुई है. फाइटर प्लेन मिग 29 है#Rajasthan |… pic.twitter.com/4TuiYVJQk5
— NDTV India (@ndtvindia) September 2, 2024
ଏହି ଦୁର୍ଘଟଣା ସମୟର ଦୃଶ୍ୟ କିଛି ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ଯାହା ଭାଇରାଲ ହେବାରେ ଲାଗିଛି। ଏହି ଘଟଣା ସମ୍ପର୍କରେ ସୋଶାଲ ମିଡିଆ ପ୍ଲାଟଫର୍ମ X ରେ ବାୟୁସେନା ମଧ୍ୟ ଟ୍ୱିଟ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
