Advertisment

କ୍ରାଶ୍‌ ହେଲା ସେନା ବିମାନ, ହୁ ହୁ ହୋଇ ଜଳିଗଲା

ବାୟୁସେନା ପକ୍ଷରୁ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

Plane Crash

Plane Crash

Advertisment

ଦୁର୍ଘଟଣାଗ୍ରସ୍ତ ହେଲା ବାୟୁସେନାର ମିଗ୍-୨୯ ବିମାନ। ରାଜସ୍ଥାନର ବାରମେର ସେକ୍ଟରର ଉତରଲାଇ ଏୟାରବେସ୍‌ ନିକଟରେ ଏହି ଦୁର୍ଘଟଣା ଘଟିଛି। କ୍ରାଶ୍‌ ହେବା ପରେ ବିମାନଟି ହୁ ହୁ ଜଳି ଯାଇଥିବା ଦେଖିବାକୁ ମିଳିଛି।

Advertisment

ବାୟୁସେନା ବିମାନ ମିଗ୍‌-୨୯ ଉତ୍ତରଲାଇ ଅଞ୍ଚଳରୁ ଗତକାଲି ଉଡାଣ ଭରିଥିଲା। ତେବେ ରାତ୍ରୀକାଳୀନ ରୁଟିନ୍ ଟ୍ରେନିଂ ମିଶନ ବେଳେ ବିମାନରେ ହଠାତ୍‌ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ପ୍ରାୟ ରାତି ୧୦ଟା ବେଳେ ବିମାନଟି ନିୟନ୍ତ୍ରଣ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତେବେ ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ ପାଇଲଟ୍ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି। କିନ୍ତୁ ବିମାନଟି ପୂରା ଜଳି ପଡି ପାଉଁଶ ହୋଇଯାଇଛି।

ଏହି ସୂଚନା ମିଳିବା ପରେ ସ୍ଥାନୀୟ ପୁଲିସ ସହ ଏୟାରଫୋର୍ସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ପାଇଲଟଙ୍କୁ ଉଦ୍ଧାର କରିଛନ୍ତି। ବାୟୁସେନା ପକ୍ଷରୁ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଦୁର୍ଘଟଣାସ୍ଥଳର ପ୍ରାୟ ୪୦୦ ମିଟର ଅଞ୍ଚଳକୁ ସିଲ୍‌‌ କରି ତନାଘନା ଜାରି ରହିଛି।

Advertisment

ଏହି ଦୁର୍ଘଟଣା ସମୟର ଦୃଶ୍ୟ କିଛି ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ଯାହା ଭାଇରାଲ ହେବାରେ ଲାଗିଛି। ଏହି ଘଟଣା ସମ୍ପର୍କରେ ସୋଶାଲ ମିଡିଆ ପ୍ଲାଟଫର୍ମ X ରେ ବାୟୁସେନା ମଧ୍ୟ ଟ୍ୱିଟ କରିଛି।

Plane Crash Indian Air Force MiG-29
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe