Advertisment

ପଦ ରଦ୍ଦ ହେବା ପରେ ରାହୁଲ ଗାନ୍ଧିଙ୍କ ପ୍ରଥମ ଟ୍ୱିଟ, ବାୟୋରୁ ହଟିନି ସାଂସଦ ଟ୍ୟାଗ୍‌

ଗୁରୁବାର ସୁରତର ଜିଲ୍ଲା କୋର୍ଟ ରାହୁଲ ଗାନ୍ଧିଙ୍କୁ ଅପରାଧିକ ମାନହାନୀ କେସ୍‌ରେ ଦୋଷୀ ସାବ୍ୟସ୍ତ କରିଥିଲେ। ଏଥିପାଇଁ କୋର୍ଟ ତାଙ୍କୁ ୨ ବର୍ଷ ଜେଲଦଣ୍ଡ ଓ ୧୫ ହଜାର ଟଙ୍କାର ଫାଇନା ଦେବାକୁ କହିଥିଲେ।

author-image
Hemant Lenka
ଅଦ୍ୟତନ ହୋଇଛି
Rahul Gandhi

Rahul Gandhi

ଦୋଷୀ ସାବ୍ୟସ୍ତ ହୋଇ ସାଂସଦ ପଦ ହରାଇଥିବା ରାହୁଲ ଗାନ୍ଧିଙ୍କୁ ନେଇ ଏବେ ପୂରା ଦେଶରେ ଚର୍ଚ୍ଚା। ରାହୁଲ ଗାନ୍ଧିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବାରୁ ବିରୋଧୀ ଏକ ହୋଇଯାଇଛନ୍ତି। ସେମାନେ କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାର ବିରୋଧରେ ରଣହୁଙ୍କାର ଦେଇଛନ୍ତି। ତେବେ ଲୋକସଭାର ସଦସ୍ୟତା ପଦ ହରାଇବା ପରେ ରାହୁଲ ଗାନ୍ଧି ସନ୍ଧ୍ୟା ୫.୨୭ରେ ଦୁଇ ଧାଡ଼ିକିଆ ଟ୍ୱିଟ କରିଛନ୍ତି।

Advertisment

ସେ ଲେଖିଛନ୍ତି, “ମୁଁ ଭାରତର ସ୍ୱର ପାଇଁ ଲଢ଼େଇ କରୁଛି। ଏଥିପାଇଁ ମୁଁ ସବୁ ପ୍ରକାରର ମୂଲ୍ୟ ଦେବାକୁ ପ୍ରସ୍ତୁତ।” ରାହୁଲଙ୍କ ସଭ୍ୟ ପଦ ରଦ୍ଦ ହୋଇଥିଲେ ମଧ୍ୟ ଏଯାଏ ସେ ତାଙ୍କ ଟ୍ୱିଟର ବାୟୋ ବଦଳାଇ ନାହାନ୍ତି। ଏଥିରେ ଏବେ ବି ସେ ନିଜକୁ ସଂସଦର ଜଣେ ସଦସ୍ୟ ଭାବେ ଉଲ୍ଲେଖ କରିଛନ୍ତି।

ଗୁରୁବାର ସୁରତର ଜିଲ୍ଲା କୋର୍ଟ ରାହୁଲ ଗାନ୍ଧିଙ୍କୁ ଅପରାଧିକ ମାନହାନୀ କେସ୍‌ରେ ଦୋଷୀ ସାବ୍ୟସ୍ତ କରିଥିଲେ। ଏଥିପାଇଁ କୋର୍ଟ ତାଙ୍କୁ ୨ ବର୍ଷ ଜେଲଦଣ୍ଡ ଓ ୧୫ ହଜାର ଟଙ୍କାର ଫାଇନା ଦେବାକୁ କହିଥିଲେ। ତେବେ ସେ ଏହି ରାୟ ବିରୋଧରେ ଉପର କୋର୍ଟରେ ଆବେଦନ କରିବାକୁ ୩୦ ଦିନର ସମୟ ପାଇଛନ୍ତି। କଂଗ୍ରେସ ଆବେଦନ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଲୋକସଭା ସଚିବାଳୟ ଆଜି ବିଜ୍ଞପ୍ତି ଜାରି କରି ରାହୁଲଙ୍କ ସଦସ୍ୟତା ପଦ ରଦ୍ଦ କରିଦେଇଛି। 

Advertisment

ଏହାକୁ ନେଇ ବିରୋଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ରାହୁଲ ଙ୍କ ସଦସ୍ୟତା ପଦ ରଦ୍ଦ ହୋଇଥିବାରୁ କେରଳର ୱାୟନାଡ ଆସନ ଖାଲି ହୋଇଯାଇଛି। ଏବେ ନିର୍ବାଚନ କମିଶନ ଏହି ଆସନ ପାଇଁ ଉପ ନିର୍ବାଚନ ତାରିଖ ଘୋଷଣା କରିପାରିବେ। ସେହିପରି ରାହୁଲ ଗାନ୍ଧିଙ୍କୁ ମାସକ ମଧ୍ୟରେ ଦିଲ୍ଲୀରେ ମିଳିଥିବା ସରକାରୀ ବଙ୍ଗଳା ମଧ୍ୟ ଖାଲି କରିବାକୁ ପଡ଼ିବ।

Bjp Congress Rahul Gandhi