Advertisment

ସୂଚନା କମିଶନ ପଦ ପୂରଣ ପାଇଁ କେନ୍ଦ୍ର ଓ ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ସୂଚନା କମିଶନର ପଦବୀ ପୂରଣ ନ ହେଲେ, ସୂଚନା ଅଧିକାର ଆଇନ ୨୦୦୫ ମୃତ ଚିଠିରେ ପରିଣତ ହୋଇଯିବ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।

author-image
Hemant Lenka
RTI

RTI

କେନ୍ଦ୍ରୀୟ ସୂଚନା କମିଶନ ଓ ରାଜ୍ୟ ସୂଚନା କମିଶନରେ ଖାଲି ପଡ଼ିଥିବା ପଦଗୁଡ଼ିକୁ ତୁରନ୍ତ ପୂରଣ କରିବା ଦଗରେ ପଦକ୍ଷେପ ନେବାକୁ ଆଜି କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।

Advertisment

ସୂଚନା କମିଶନର ପଦବୀ ପୂରଣ ନ ହେଲେ, ସୂଚନା ଅଧିକାର ଆଇନ ୨୦୦୫ ମୃତ ଚିଠିରେ ପରିଣତ ହୋଇଯିବ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଜେବି ପାରଡିୱାଲା ଓ ଜଷ୍ଟିସ ମନୋଜ ମିଶ୍ରାଙ୍କ ଖଣ୍ଡପୀଠ ଏପରି କହିବା ସହ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶ ଜାରି କରିଛନ୍ତି।

କେଉଁ ରାଜ୍ୟରେ କେତେ ସଂଖ୍ୟକ ପଦ ଖାଲି ପଡ଼ିଛି, କେତେ ପୂରଣ ହୋଇଛି ଓ କେତେ ଆବେଦନ ପଡ଼ି ରହିଛି, ତା’ର ତଥ୍ୟ ସଂଗ୍ରହ କରିବାକୁ କାର୍ମିକ ବିଭାଗକୁ ସର୍ବୋଚ୍ଚ ଅଦାଲତ କହିଛନ୍ତି।

Advertisment

ଝାରଖଣ୍ଡ, ତ୍ରିପୁରା ଓ ତେଲେଙ୍ଗାନା ଭଳି ରାଜ୍ୟରେ ସୂଚନା କମିଶନ ସଂପୂର୍ଣ୍ଣ ଭାବେ ସ୍ଥାଣୁ ପାଲଟି ଯାଇଥିବା ଅଭିଯୋଗ ହୋଇଥିଲା। ଏହାର ଶୁଣାଣି କରି ସୁପ୍ରିମକୋର୍ଟ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ ଜବାବ ରଖିବା ଏବଂ ପଦବୀ ପୂରଣ କରିବା ପାଇଁ ୩ ସପ୍ତାହର ସମୟ ଦେଇଛନ୍ତି।

କେନ୍ଦ୍ରୀୟ ଓ ରାଜ୍ୟସ୍ତରୀୟ ସୂଚନା କମିଶନରେ ଖାଲି ପଡ଼ୁଥିବା ପଦବୀଗୁଡ଼ିକୁ ତୁରନ୍ତ ପୂରଣ କରିବାକୁ ୨୦୧୯ରେ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏହାକୁ କାର୍ଯ୍ୟକାରୀ କରାଯାଉ ନଥିବା ଦାବି କରି ଆରଟିଆଇ କର୍ମୀ ଅଞ୍ଜଳୀ ଭରଦ୍ୱାଜ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

RTI Supreme Court