Advertisment

ଏୟାର ଇଣ୍ଡିଆ ବିମାନ କ୍ରାଶ ହେବା ପରଠାରୁ ମିଳୁନି ଫିଲ୍ମ ନିର୍ମାତାଙ୍କ ପତ୍ତା

ଲଣ୍ଡନ ଯାଉଥିବା ବିମାନଟି ମେଘାନିନଗରେ ଥିବା ମେଡିକାଲ କଲେଜ କ୍ୟାମ୍ପସରେ ପିଟି ହୋଇ ନିଆଁ ପିଣ୍ଡୁଳାରେ ପରିଣତ ହୋଇଯାଇଥିଲା। ଏଥିରେ ବିମାନରେ ଥିବା ୨୪୨ ଜଣଙ୍କ ମଧ୍ୟରୁ ୨୪୧ ଜଣ ଓ ଘଟଣା ସ୍ଥଳରେ ଉପସ୍ଥିତ ଥିବା ଆଉ ୨୯ ଜଣଙ୍କ ମୃତ୍ୟୁ ହୋଇଛି।

ଅଦ୍ୟତନ ହୋଇଛି
Gujarat

Gujarat

Advertisment

ଗୁରୁବାର ଅହମଦାବାଦ ଏୟାରପୋର୍ଟ ନିକଟରେ ଥିବା ଜନବସତିରେ ଏୟାର ଇଣ୍ଡିଆ ବିମାନ କ୍ରାଶ ହୋଇଯାଇଥିଲା। ଏହି ଭୟଙ୍କର କ୍ରାଶ ବେଳେ ଘଟଣା ସ୍ଥଳରୁ ମାତ୍ର ୭୦୦ ମିଟର ଦୂରରେ ଥିବା ଜଣେ ଫିଲ୍ମ ମେକରଙ୍କ ପତ୍ତା ସେବେଠାରୁ ମିଳୁ ନାହିଁ। ଏହାକୁ ନେଇ ତାଙ୍କ ପରିବାର ଲୋକ ଆଶାଆଶଙ୍କାରେ ଥିବା ବେଳେ ଫିଲ୍ମ ନିର୍ମାତାଙ୍କୁ ଠାବ କରିବାକୁ ଅନୁରୋଧ କରିଛନ୍ତି। ଏଥିସହ ପରିବାର ପକ୍ଷରୁ ସ୍ଥାନୀୟ ହସ୍ପିଟାଲରେ ଡିଏନଏ ନମୁନା ମଧ୍ୟ ଦାଖଲ କରାଯାଇଛି।

Advertisment

ଲଣ୍ଡନ ଯାଉଥିବା ବିମାନଟି ମେଘାନିନଗରେ ଥିବା ମେଡିକାଲ କଲେଜ କ୍ୟାମ୍ପସରେ ପିଟି ହୋଇ ନିଆଁ ପିଣ୍ଡୁଳାରେ ପରିଣତ ହୋଇଯାଇଥିଲା। ଏଥିରେ ବିମାନରେ ଥିବା ୨୪୨ ଜଣଙ୍କ ମଧ୍ୟରୁ ୨୪୧ ଜଣ ଓ ଘଟଣା ସ୍ଥଳରେ ଉପସ୍ଥିତ ଥିବା ଆଉ ୨୯ ଜଣଙ୍କ ମୃତ୍ୟୁ ହୋଇଛି। ଏମାନଙ୍କ ମଧ୍ୟରେ ନରୋଦା ଭିତ୍ତିକ ମହେଶ କଲାୱାଡିଆ ଓରଫ ମହେଶ ଜିରାୱାଲା ରହିଥିବା ଆଶଙ୍କା କରାଯାଉଛି। କିନ୍ତୁ ଏନେଇ ପ୍ରଶାସନ କିଛି ବି ସ୍ପଷ୍ଟ କରିନି।

ମହେଶ ଗୁଜରାଟ ଭାଷାରେ ପ୍ରସ୍ତୁତ ହେଉଥିବା ସଂଗୀତ ଆଲବମ ଓ ଫିଲ୍ମ ଜଗତର ଜଣେ ଚର୍ଚ୍ଚିତ ଚେହେରା। ସେ ଘଟଣା ଦିନ ଜଣଙ୍କୁ ଭେଟିବା ପାଇଁ ଲ’ ଗାର୍ଡେନ ଅଞ୍ଚଳକୁ ଯାଇଥିଲେ ବୋଲି ତାଙ୍କ ପତ୍ନୀ ହେତଲ ସୂଚନା ଦେଇଛନ୍ତି।

Advertisment

ସେ କହିଛନ୍ତି, “ମୋ ସ୍ୱାମୀ ଗୁରୁବାର ଦିନ ୧.୧୪ରେ ଫୋନ କରି ମିଟିଂ ଶେଷ ହୋଇଥିବା କଥା କହିବା ସହ ଘରକୁ ଫେରୁଥିବା ଜଣାଇଥିଲେ। କିନ୍ତୁ ସେ ଘରକୁ ନ ଫେରିବାରୁ ମୁଁ ତାଙ୍କୁ ଫୋନ କରିଥିଲି। ତାଙ୍କ ମୋବାଇଲ ସୁଇଚ ଅଫ କହିଥିଲା। ଆମେ ପୁଲିସ୍‌କୁ ଏ ସମ୍ପର୍କରେ ଜଣାଇବା ପରେ ତଦନ୍ତ ଆରମ୍ଭ ହୋଇଥିଲା। ପୁଲିସ୍‌ ତଦନ୍ତରୁ ଜଣାପଡ଼ିଥିଲା ଯେ ତାଙ୍କ ମୋବାଇଲର ଶେଷ ଲୋକେସନ ବିମାନ କ୍ରାଶ ଠାରୁ ୭୦୦ ମିଟର ଦୂରରେ ରହିଥିଲା।

ତାଙ୍କ ଫୋନ ପ୍ରାୟ ୧.୪୦ରେ ବନ୍ଦ ହୋଇଥିଲା। ବିମାନ କ୍ରାଶ ୧.୩୯ରେ ହୋଇଥିଲା। ତାଙ୍କ ସ୍କୁଟି ଓ ମୋବାଇଲ ଫୋନ ମିଳୁନାହିଁ। କ୍ରାଶ ଯୋଗୁ ସ୍ଥଳ ଭାଗରେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରେ ସେ ରହିଛନ୍ତି କି ନାହିଁ, ସେକଥା ଜାଣିବା ପାଇଁ ଆମେ ଡିଏନଏ ନମୁନା ଦାଖଲ କରିଛୁ।”

ବିମାନ ଦୁର୍ଘଟଣାରେ ମୃତକମାନଙ୍କ ଶରୀର ପୂରା ପୋଡ଼ି ଯାଇଛି। ତେଣୁ ଏହାକୁ ଚିହ୍ନଟ କରିବା ବେଶ କଷ୍ଟକର ହେଉଛି। ଏଥିପାଇଁ ପ୍ରଶାସନ ପକ୍ଷରୁ ମୃତକଙ୍କ ପରିଚୟ ଜାଣିବା ପାଇଁ ସମ୍ପର୍କୀୟଙ୍କୁ ଡିଏନଏ ନମୁନା ଦାଖଲ କରିବାକୁ ଅନୁରୋଧ କରାଯାଇଛି। ଡିଏନଏ ନମୁନାର ପରୀକ୍ଷା ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଉଛି।

Gujarat Air India Air India Flight Plane Crash
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe