Advertisment

ବିଶ୍ୱର ଉଚ୍ଚ ରେଲୱେ ବ୍ରିଜରେ ଗଡ଼ିଲା ସ୍ପିଡ୍ ଟ୍ରେନ୍‌

ଚେନାବ ରେଲୱେ ବ୍ରିଜର ଉଚ୍ଚତା ୩୫୯ ମିଟର। ଯାହା ୩୩୦ ମିଟର ଉଚ୍ଚତା ବିଶିଷ୍ଟ ପ୍ୟାରିସର ଆଇଫିଲ୍ ଟାୱାରଠୁ ବି ଉଚ୍ଚ। ଲମ୍ବ ପ୍ରାୟ ୧ହଜାର ୩୧୫ମିଟର।

Chenab Bridge

Chenab Bridge

Advertisment

ଦୁନିଆର ସବୁଠୁ ଉଚ୍ଚ ରେଲୱେ ବ୍ରିଜରେ ସ୍ପିଡ୍ ଟ୍ରେନର ଫାଇନାଲ୍ ଟ୍ରାଏଲ୍। ବିଶ୍ୱର ସର୍ବୋଚ୍ଚ ରେଲୱେ ବ୍ରିଜ ଚେନାବ ଓ ପ୍ରଥମ କେବୁଲ ଷ୍ଟେ ବ୍ରିଜ ଅଞ୍ଜି ଖଡ ବ୍ରିଜ୍ ଦେଇ ଦ୍ରୁତଗାମୀ ଟ୍ରେନର ଚୂଡ଼ାନ୍ତ ଟ୍ରାଏଲ୍ କରାଯାଇଛି। ରେଲୱେ ସେଫ୍ଟି କମିଶନରଙ୍କ ଉପସ୍ଥିତିରେ ଏହି ଦୁଇ ବ୍ରିଜ ଦେଇ ଟ୍ରେନ୍ ଚଳାଚଳର ଟ୍ରାଏଲ୍ କରାଯାଇଛି।

Advertisment

ଭାରତୀୟ ରେଲୱେର ଡ୍ରିମ୍ ପ୍ରୋଜେକ୍ଟ ଓ ବିଶ୍ୱର ସବୁଠୁ ଉଚ୍ଚ ରେଲୱେ ଚେନାବ୍ ବ୍ରିଜ। ରିଆସି ଜିଲ୍ଲାର ବକାଲ୍ ଓ କଉରି ମଧ୍ୟରେ ଥିବା ଚେନାବ ରେଲୱେ ବ୍ରିଜର ଉଚ୍ଚତା ୩୫୯ ମିଟର। ଯାହା ୩୩୦ ମିଟର ଉଚ୍ଚତା ବିଶିଷ୍ଟ ପ୍ୟାରିସର ଆଇଫିଲ୍ ଟାୱାରଠୁ ବି ଉଚ୍ଚ। ଲମ୍ବ ପ୍ରାୟ ୧ହଜାର ୩୧୫ମିଟର।

ଏଥିରୁ ୫୩୦ ମିଟର ମାଟି ଉପରେ ଓ ଶେଷ ୭୮୫ ମିଟର ଚେନାବ ନଦୀ ଉପରେ ନିର୍ମାଣ ହୋଇଛି। ୧୨୦ ବର୍ଷ ପାଇଁ ଏହାକୁ ଡିଜାଇନ୍ କରାଯାଇଛି। ଏହା ବ୍ଲାଷ୍ଟ ପ୍ରୁଫ ଓ ଭୂକମ୍ପ ନିରୋଧୀ। ଭୂକମ୍ପ ଜୋନ୍-୪ରେ ଚେନାବ ବ୍ରିଜ ଅଞ୍ଚଳ ଆସୁଥିବାରୁ ସେଭଳି ଟେକ୍ନୋଲୋଜି ବ୍ୟବହାର କରାଯାଇଛି। ସେହିପରି ପ୍ରଳୟଙ୍କରୀ ପବନ ବହିଲେ ବି ବ୍ରିଜର କୌଣସି କ୍ଷତି ହେବ ନାହିଁ।

Advertisment

ସେହିପରି କେବୁଲରେ ଝୁଲି ରହିଥିବା ଦେଶର ପ୍ରଥମ ରେଲୱେ ବ୍ରିଜ୍ ଅଞ୍ଜି ଖଡ୍। ଅଞ୍ଜି ନଦୀ ଉପରେ ନିର୍ମାଣ ହୋଇଛି। କଟରାରୁ ରିଆସିକୁ ଯୋଡୁଥିବା ଏହି କେବୁଲ ଷ୍ଟେ ବ୍ରିଜରେ ବି ଦ୍ରୁତଗାମୀ ଟ୍ରେନର ଫାଇନାଲ୍ ଟ୍ରାଏଲ୍ ହୋଇଛି। ଏହି ବ୍ରିଜର ଲମ୍ବ ୭୨୫ ମିଟର। ଏଥିରୁ ୪୭୩ ମିଟର କେବଳ କେବୁଲରେ ଝୁଲି ରହିଛି। ଏହା ଭୂକମ୍ପ ନିରୋଧୀ ଓ ଏହି ବ୍ରିଜ୍ ଉପରେ ଶହେ କିଲୋମିଟର ବେଗରେ ଦୌଡ଼ିପାରିବ ଟ୍ରେନ୍। ... 

Jammu Kashmir Chenab Bridge World's Highest Railway Bridge
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe