Advertisment

ସଂସଦରେ କାମଚଳା ବଜେଟ ଉପସ୍ଥାପନ କଲେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ

ପ୍ରଥମ ଏବଂ ଦ୍ୱିତୀୟ ପାଳି ସରକାରର ଅର୍ଥନୀତି ଅବତାରଣା କଲେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ।

author-image
Tapaswini Nayak
ଅଦ୍ୟତନ ହୋଇଛି
Finance Minister Nirmala Sitharaman

Finance Minister Nirmala Sitharaman

ସଂସଦରେ ଆଜି ଉପସ୍ଥାପନ ହୋଇଛି କାମଚଳା ବଜେଟ। ମୋଦି ସରକାରର ଦ୍ୱିତୀୟ ପାଳିରେ ଏହା ଥିଲା ଶେଷ ବଜେଟ। ଅଳ୍ପ ଦିନ ପରେ ନିର୍ବାଚନ ଥିବାରୁ ଆଜି କାମଚଳା ବଜେଟ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସେ କ’ଣ ସବୁ କହିଲେ ଚୁମ୍ବକରେ ପଢ଼ନ୍ତୁ। 

Advertisment
  • ପ୍ରଥମ ଏବଂ ଦ୍ୱିତୀୟ ପାଳି ସରକାରର ଅର୍ଥନୀତି ଅବତାରଣା କଲେ
  • ସମାଜର ସବୁ ବର୍ଗର ଲୋକଙ୍କ ବିକାଶ ପାଇଁ ବ୍ୟବସ୍ଥା ହୋଇଛି
  • ସବ୍‌କା ସାଥ୍‌, ସବକା ବିକାଶ ଓ ସବ୍‌କା ପ୍ରୟାସ ଚାଲୁ ରହିଛି
  • ୨୦୪୭ ସୁଦ୍ଧା ବିକଶିତ ଭାରତ ଆମର ମୂଳ ଲକ୍ଷ୍ୟ
  • ସବୁ ବର୍ଗର ଯୋଗ୍ୟ ବ୍ୟକ୍ତିଙ୍କୁ ସୁବିଧା ଯୋଗାଉଛନ୍ତି ସରକାର
  • ଗରିବ, ମହିଳା, ଯୁବ ଏବଂ ଅନ୍ନଦାତାଙ୍କ ଉନ୍ନତିକୁ ସର୍ବାଧିକ ଗୁରୁତ୍ୱ
  • ଗରିବ କଲ୍ୟାଣ,ଦେଶର କଲ୍ୟାଣ
  • ୨୫ କୋଟି ଲୋକଙ୍କୁ ଗରିବୀରୁ ମୁକ୍ତି ଦିଆଯାଇଛି
  • ଡିବିଟି ଜରିଆରେ ୩୪ ଲକ୍ଷ କୋଟି ପ୍ରଦାନ କରାଯାଇଛି
  • ଜନଧନ ଆକାଉଣ୍ଟ ଜରିଆରେ ହିତାଧିକାରୀଙ୍କୁ ସିଧା ସହାୟତା ମିଳୁଛି
  • ପିଏମ୍ କୃଷକ ସମ୍ମାନ ନିଧି ଯୋଜନାରେ ୧୧.୮ କୋଟି ଚାଷୀଙ୍କୁ ଲାଭ ମିଳୁଛି
  • ଜାତୀୟ ଶିକ୍ଷା ନୀତି ଜରିଆରେ ଶିକ୍ଷାକୁ ଅଧିକ ଉପାଦେୟ କରାଯାଇଛି
  • ୭ଟି ଆଇଆଇଟି, ୧୬ଟି ଟ୍ରିପଲ ଆଇଟି, ୭ଟି ଆଇଆଇଏମ୍‌ ପ୍ରତିଷ୍ଠା ହୋଇଛି
  • ୧୩ଟି ଏମ୍‌ସ ଓ ୩୯୦ ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି
  • ଜିଡିପିକୁ ସରକାର ଗୁରୁତ୍ୱ ଦେଉଛନ୍ତି
  • ଭାରତକୁ ବିକାଶର ଉତ୍ତୁଙ୍ଗ ଶିଖରକୁ ନେବା ଆମର ମୂଳ ଲକ୍ଷ୍ୟ
  • ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ସହ ବିକଶିତ ଭାରତ ଆମର ଲକ୍ଷ୍ୟ
  • ରିଫର୍ମ, ପର୍‌ଫର୍ମ ଓ ଟ୍ରାନ୍ସଫର୍ମକୁ ଆମ ସରକାର ଗୁରୁତ୍ୱ ଦେଇଛି
  • ଭାରତର ବିକାଶରେ ପୂର୍ବାଞ୍ଚଳ ରାଜ୍ୟକୁ ଡ୍ରାଇଭିଂ ସିଟ୍‌କୁ ନିଆଯାଉଛି
  • ଗରିବଙ୍କୁ ପକ୍କା ଘର ଯୋଗାଇ ଦିଆଯାଉଛି- ସୀତାରମଣ
  • ୫ ବର୍ଷରେ ଆଉ ୨ କୋଟି ପକ୍କା ଘର ଯୋଗାଇ ଦିଆଯିବ
  • ୧ କୋଟି ଘରକୁ ୩ଶହ ୟୁନିଟ ମାଗଣା ବିଜୁଳି ଯୋଗାଣ ହେବ
  • ୯ରୁ ୧୪ ବର୍ଷର ବାଳିକାଙ୍କୁ ସର୍ଭାଇକାଲ କ୍ୟାନ୍‌ସର ଟିକା ଦିଆଯିବ
  • ମଧ୍ୟବିତ୍ତଙ୍କ ପାଇଁ ନୂଆ ଘର ନିର୍ମାଣ ଯୋଜନା ଆରମ୍ଭ ହେବ
  • ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ କରାଯିବ
  • ୩ କୋଟି ଲକ୍ଷପତି ଦିଦି ସୃଷ୍ଟି କରାଯିବାକୁ ଲକ୍ଷ୍ୟ
  • ୮୩ ଲକ୍ଷ ଏସ୍‌ଏଚ୍‌ଜିରେ ଏବେ ୯କୋଟି ମହିଳା ସାମିଲ ଅଛନ୍ତି
  • ଏଯାବତ ୧ କୋଟି ମହିଳା ଲକ୍ଷପତି ଦିଦି ହୋଇସାରିଲେଣି
  • ଗବେଷଣା ପାଇଁ ‘ଜୟ ଅନୁସନ୍ଧାନ’
  • ଜୟ ଅନୁସନ୍ଧାନ ଯୋଜନାରେ ୧ ଲକ୍ଷ କୋଟି ଟଙ୍କାର ଋଣ ଦିଆଯିବ
  • ୪୦ ହଜାର ସାଧାରଣ ବଗି ବନ୍ଦେ ଭାରତ ବଗିକୁ ରୂପାନ୍ତର ହେବ
  • ଉଡାନ୍‌ ଯୋଜନାରେ ଆଉ ୫୭୦ ନୂଆ ଏୟାର ରୁଟ୍‌ ହେବ
  • ୫୭୦ ନୂଆ ରୁଟ୍‌ରେ ୧.୦୩ କୋଟି ଯାତ୍ରୀ ସୁବିଧା ପାଇବେ
  • ଲାକ୍ଷାଦ୍ୱୀପକୁ ଅଧିକ ପର୍ଯ୍ୟଟକ ଆକର୍ଷଣ ବ୍ୟବସ୍ଥା କରାଯିବ
  • ଲାକ୍ଷାଦ୍ୱୀପରେ ଭିତ୍ତିଭୂମିର ବ୍ୟାପକ ବିକାଶ କରାଯିବ
  • ରାଜ୍ୟମାନଙ୍କୁ ୭୫ ହଜାର କୋଟି ଟଙ୍କା ପ୍ରଦାନ କରାଯିବ
  • ଟିକସ ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ କରାଯିବ ନାହିଁ
  • ବର୍ତ୍ତମାନ ପ୍ରଚଳିତ ଟିକସ ବ୍ୟବସ୍ଥା ଅପରିବର୍ତ୍ତନ ରହିବ
  • ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ ସହଜ ଏବଂ ସରଳ କରାଯିବ
  • ବିକଶିତ ଭାରତ ନେଇ ଜୁଲାଇ ବଜେଟରେ ବ୍ୟାପକ ଘୋଷଣା ହେବ
  • ବିତ୍ତୀୟ ନିଅଣ୍ଟକୁ ୪.୫%କୁ ହ୍ରାସ କରାଯିବା ଲକ୍ଷ୍ୟ
  • ୨୦୨୪-୨୫ରେ ବିତ୍ତୀୟ ନିଅଣ୍ଟ ୫.୧% ହେବା ଲକ୍ଷ୍ୟ
  • କର୍ପୋରେଟ ଟିକସ ହାର ୩୦%ରୁ ୨୫%କୁ ହ୍ରାସ ଘୋଷଣା
Finance Minister Interim-budget