Advertisment

ନୂଆ ନିୟମ: ଏଣିକି ଅଯଥା ହର୍ଣ୍ଣ ବଜାଇଲେ ୧୦ ହଜାର ଫାଇନ୍‌

ସାଇଲେନ୍ସ ଜୋନର ୧୦୦ ମିଟର ପରିଧି ମଧ୍ୟରେ କେହି ବି ହର୍ଣ୍ଣ ବଜାଇ ପାରିବେ ନାହିଁ ବୋଲି ପ୍ରଶାସନ କହିଛି।

honking

honking

Advertisment

ଅନେକ ସମୟରେ ଗାଡ଼ି ଚାଳକମାନେ ଅଯଥାରେ ହର୍ଣ୍ଣ ବଜାଉଥିବା ଆପଣ ଦେଇଥିବେ। ସେମାନେ ଏତେ ଜୋରରେ ଶବ୍ଦ କରୁଥିବେ ଯେ ଆପଣ ବିରକ୍ତ ମଧ୍ୟ ପ୍ରକାଶ କରନ୍ତି। ତେବେ ଏଣିକି ଏହି ସମସ୍ୟା ଆଉ ରହିବ ନାହିଁ। କାରଣ ଅଯଥା ହର୍ଣ୍ଣ ବଜାଇଲେ ୧୦ ହଜାର ଟଙ୍କା ଜୋରିମାନା ଗଣିବେ ଗାଡ଼ି ଚାଳକ।

Advertisment

ପ୍ରାଥମିକ ଅବସ୍ଥାରେ ନୋଏଡା ପ୍ରଶାସନ ଏପରି ନିୟମ ଲାଗୁ କରିବାକୁ ଯାଉଛି। ନୋଏଡାର କିଛି ନିର୍ଦ୍ଦଷ୍ଟ ଅଞ୍ଚଳରେ ଅଯଥା ହର୍ଣ୍ଣ ବଜାଇଲେ ୧୦ ହଜାର ଟଙ୍କା ଯାଏ ଜୋରିମାନା ଆଦାୟ କରିବାର ବ୍ୟବସ୍ଥା କରାଯାଇଛି। ନୋଏଡା ପ୍ରଶାସନର ଟ୍ରାଫିକ ସେଲ ସହରର ମୋଟ ୧୪୦ଟି ଅଞ୍ଚଳକୁ ସାଇଲେଣ୍ଟ ଜୋନ୍‌ ଭାବେ ଚିହ୍ନଟ କରିଛି।

ଉକ୍ତ ସାଇଲେଣ୍ଟ ଜୋନଗୁଡ଼ିକରେ ସାଇନ୍‌ ଲଗାଯିବ। ଫଳରେ ଗାଡ଼ି ଚାଳକ ଉକ୍ତ ଅଞ୍ଚଳଗୁଡ଼ିକରେ ଆଉ ଯଥା ହର୍ଣ୍ଣ ବଜାଇ ବିଶୃଙ୍ଖଳା ସୃଷ୍ଟି କରିବେ ନାହିଁ। ସାଇନ ଲାଗିବା ପରେ ଯଦି କେହି ପ୍ରଥମ ଥର ଅଯଥା ହର୍ଣ୍ଣ ବଜାଇବେ, ତା’ହେଲେ ତାଙ୍କ ଠାରୁ ୧ ହଜାର ଟଙ୍କା ଫାଇନ ଆଦାୟ କରାଯିବ। ସେହିପରି ଦ୍ୱିତୀୟ ଥର ନିୟମ ଉଲ୍ଲଙ୍ଘନ ପାଇଁ ୨ ହଜାର ଟଙ୍କା ଦେବାକୁ ପଡ଼ିବ।

Advertisment

ଯଦି କେହି ବାରମ୍ବାର ନିୟମ ଉଲ୍ଲଙ୍ଘନ କରୁଛି ଓ ଜୋରରେ ଶବ୍ଦ କରିବା ଭଳି ହର୍ଣ୍ଣ ବଜାଉଛି, ତା’ହେଲେ ସେଭଳି ଗାଡ଼ି ଚାଳକଙ୍କ ଠାରୁ ୧୦ ହଜାର ଟଙ୍କା ଜୋରିମାନା ଆଦାୟ ହେବ। ତେବେ ସ୍ୱତନ୍ତ୍ର ସ୍ଥିତିରେ ନିୟମକୁ କୋହଳ କରାଯିବ ବୋଲି ପ୍ରଶାସନ କହିଛି।

ନୋଏଡା ପ୍ରଶାସନ ବର୍ତ୍ତମାନ ସହରକୁ ୩ଟି ଭାଗରେ ବିଭକ୍ତ କରିଛି। ଗୋଟିଏ ହେଲା ଆବାସିକ, ଦ୍ୱିତୀୟଟି ହେଲା ଶିଳ୍ପାଞ୍ଚଳ ଓ ତୃତୀୟଟି ହେଲା ବ୍ୟବସାୟିକ ଅଞ୍ଚଳ। ଏବେ ଏହି ୩ ଅଞ୍ଚଳ ସହ ସାଇଲେନ୍ସ ଜୋନ୍‌ ଯୋଡ଼ି ହେବ। ହସ୍ପିଟାଲ, ଧାର୍ମିକ ସ୍ଥାନ, ଶିକ୍ଷାନୁଷ୍ଠାନ ଓ କୋର୍ଟ ଅଞ୍ଚଳ ସାଇଲେନ୍ସ ଜୋନ ମଧ୍ୟରେ ଆସୁଛି। ସେହିପରି ଅଧିକ ସଂଖ୍ୟକ ବୟସ୍କ ବ୍ୟକ୍ତି ରହୁଥିବା ଅଞ୍ଚଳକୁ ମଧ୍ୟ ସାଇଲେନ୍ସ ଜୋନରେ ପରିବର୍ତ୍ତନ କରାଯିବ। ସାଇଲେନ୍ସ ଜୋନର ୧୦୦ ମିଟର ପରିଧି ମଧ୍ୟରେ କେହି ବି ହର୍ଣ୍ଣ ବଜାଇ ପାରିବେ ନାହିଁ ବୋଲି ପ୍ରଶାସନ କହିଛି।

Fine
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe