Advertisment

ନଫେ ସିଂହ ରାଠୀ ହତ୍ୟା ମାମଲା: ପୂର୍ବତନ ବିଧାୟକଙ୍କ ସମେତ ୭ ଜଣଙ୍କ ନାଁରେ FIR

ନଫେ ସିଂହ ରାଠୀଙ୍କ ଭଣଜା ରାକେଶ ଓରଫ ସଞ୍ଜୟଙ୍କ ବୟାନ ଆଧାରରେ ପୁଲିସ ଏଫ୍‌ଆଇଆର୍‌ ରୁଜୁ କରିଛି।

ଅଦ୍ୟତନ ହୋଇଛି
Nafe singh rathi murder case

Nafe singh rathi murder case

Advertisment

ଭାରତୀୟ ଜାତୀୟ ଲୋକ ଦଳ (INLD)ର ହରିଆଣା ମୁଖ୍ୟ ନଫେ ସିଂହ ରାଠୀଙ୍କ ହତ୍ୟା ମାମଲାରେ ପୁଲିସ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପୂର୍ବତନ ବିଧାୟକଙ୍କ ସମତେ ସାତ ଜଣଙ୍କ ନାଁରେ ଏଫ୍‌ଆଇଆର୍‌ ରୁଜୁ କରିଛି।

Advertisment

ପୁଲିସ କାର୍‌ ଚାଳକ ଓ ନଫେ ସିଂହ ରାଠୀଙ୍କ ଭଣଜା ରାକେଶ ଓରଫ ସଞ୍ଜୟଙ୍କ ବୟାନ ଆଧାରରେ ପୂର୍ବତନ ବିଧାୟକ ନରେଶ କୌସିକ, ବର୍ତ୍ତମାନର ଅଧ୍ୟକ୍ଷ ସରୋଜ ରାଣୀଙ୍କ ସ୍ୱାମୀ ରମେଶ ରାଠୀ ଓ ଶ୍ୱଶୂର କର୍ମବୀର ରାଠୀ, ଦିଅର କମଲ ରାଠୀ, ପୂର୍ବତନ ମନ୍ତ୍ରୀ ମାଙ୍ଗେରାମ ରାଠୀଙ୍କ ପୁଅ ସତୀଶ ରାଶୀ, ନାତୀ ଗୌରବ ଓ ରହୁଲ ସମେତ ୫ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି।

ନଫେ ରାଠୀଙ୍କ ଭଣଜା ପୁଲିସକୁ ଦେଇଥିବା ବୟାନରେ କହିଛନ୍ତି ଯେ, ଆକ୍ରମଣକାରୀ ତାଙ୍କୁ ଜୀବନ୍ତ ଛାଡି ଦେଇଥିଲେ। ତାଙ୍କ(ନଫେ ରାଠୀ) ଘର ଲୋକଙ୍କୁ କହିଦେବ ଯଦି ସେ ନରେଶ କୌଶିକ, କର୍ମବୀର ରାଠୀ, ସତୀଶ ରାଠୀଙ୍କ ବିରୋଧରେ କୋର୍ଟକୁ ଯାଆନ୍ତି ତେବେ ସମଗ୍ର ପରିବାରକୁ ହତ୍ୟା କରାଯିବ ବୋଲି ଆକ୍ରମଣକାରୀ ଧମକ ଦେଇଥିଲେ। ଏହି ବାୟାନକୁ ଆଧାର କରି ପୁଲିସ ଆଇପିସି ଧାରା ୧୪୭, ୧୪୮, ୧୪୯, ୩୦୭, ୩୦୨, ୧୨୦ ଓ ୨୫-୨୭, ୫୪-୫୯ ଆର୍ମସ୍‌ ଆକ୍ଟ ଅଧୀନରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Advertisment

ସେପଟେ ନଫେ ସିଂହ ରାଠୀଙ୍କ ହତ୍ୟା ସହ ଜଡିତ ସିସିଟିଭି ଫୁଟେଜ ମଧ୍ୟ ସାମ୍ନାକୁ ଆସିଛି। ଆକ୍ରମଣକାରୀଙ୍କ ମଧ୍ୟରେ ୫ରୁ ୬ ଜଣ ଥିବା ଜଣାପଡିଛି। କେବଳ ସେତିକି ନୁହେଁ ସିସିଟିଭିରେ ୧୦ଟି ଗାଡି ମଧ୍ୟ ଦେଖାଯାଉଛି, ଯେଉଁଥିରେ ଶୁଟର୍ସମାନେ ଆସିଥିଲେ। ଘଟଣା ସ୍ଥଳରେ ଲାଗିଥିବା ସିସିଟିଭି କ୍ୟାମେରାରେ ପୁଲିସ ଏକ ସନ୍ଦେହଜନକ କାରକୁ ମଧ୍ୟ ଦେଖିଛି। ଗାଡି ନମ୍ବରକୁ ଟ୍ରେସ୍‌ କରିବା ପାଇଁ ପ୍ରୟାସ ଜାରି ରହିଛି। ତେବେ ପୁଲିସ ହାତରେ ଏପର୍ଯ୍ୟନ୍ତ କୌଣସି ଠୋସ୍ ପ୍ରାମଣ ଲାଗି ନାହିଁ।

କହିରଖୁ ଯେ, ରବିବାର INLDର ହରିଆଣା ମୁଖ୍ୟ ନଫେ ସିଂହ ରାଠୀଙ୍କୁ ଝାଜାର ଜିଲ୍ଲାର ବାହାଦୁରଗଡରେ ଗୁଳିକରି ହତ୍ୟା କରାଯାଇଥିଲା। ଏଥିରେ ଅନ୍ୟ ଜଣେ ଦଳୀୟ କର୍ମୀଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଆକ୍ରମଣକାରୀମାନେ ରାଠୀଙ୍କ ଗାଡିକୁ ଟାର୍ଗେଟ କରି ଗୁଳି ମାଡ଼ କରିଥିଲେ। ରାଠୀ ଏକ ଏସୟୁଭିରେ ଯାତ୍ରା କରୁଥିବା ସମୟରେ ବାହାଦୁରଗଡ ନିକଟରେ ତାଙ୍କ କାର୍‌ ଉପରକୁ ପ୍ରାୟ ୨୦ ରାଉଣ୍ଡ ଗୁଳିମାଡ କରାଯାଇଥିଲା। ଏଥିରେ ଅନେକ ସୁରକ୍ଷା କର୍ମୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି।

Haryana News Nafe Singh Shot Dead Nafe Singh Rathee Murder Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe