Advertisment

ମସଜିଦରେ ପଶି ଜଣଜଣ କରି ମାରିବୁ: ବିଜେପି ବିଧାୟକଙ୍କ ଖୋଲା ଧମକ

ହେଟ୍‌ ସ୍ପିଚ୍‌ ଦେବା ଓ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇଥିବା ଅଭିଯୋଗରେ ନୀତେଶ ରାଣେଙ୍କ ବିରୋଧରେ ଦୁଇଟି ଏଫ୍ଆଇଆର୍ ରୁଜୁ ହୋଇଛି।

ଅଦ୍ୟତନ ହୋଇଛି
Nitesh Rane

Nitesh Rane

Advertisment

'ମସଜିଦ ଭିତରେ ପଶିବୁ। ଜଣ ଜଣ କରି ମାରିବୁ।' ଏଭଳି କିଛି ଖୋଲା ଧମକ ଦେଇଛନ୍ତି ବିଜେପି ବିଧାୟକ ନୀତେଶ ରାଣେ। ଏହାକୁ ନେଇ ତାଙ୍କ ଅଡୁଆ ବଢ଼ିଛି। ତାଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଛି।

Advertisment

ନୀତେଶ ରାଣେ ହେଟ୍‌ ସ୍ପିଚ୍‌ ଦେବା ଓ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ତାଙ୍କ ବିରୋଧରେ ଧାରା ୩୦୨, ୧୫୩ ଏବଂ ଭାରତୀୟ ନ୍ୟାୟିକ ସଂହିତାର ଅନ୍ୟ ବିଭାଗ ଅନୁଯାୟୀ ମାମଲା ରୁଜୁ ହୋଇଛି। ସେପଟେ ବିଜେପି ବିଧାୟକ ନିଜ ବିବାଦୀୟ ବୟାନକୁ ନେଇ କ୍ଷମା ମାଗିବାକୁ ମନା କରିଦେଇଛନ୍ତି।

ଦୁଇଟି ଭିନ୍ନ ଭିନ୍ନ ଘଟଣାରେ ହେଟ୍‌ ସ୍ପିଚ୍ ବା ଘୃଣାପୂର୍ଣ୍ଣ ଭାଷଣ ଦେଇଥିବାରୁ ନୀତେଶ ରାଣେଙ୍କ ବିରୋଧରେ ଦୁଇଟି ଏଫ୍ଆଇଆର୍ ରୁଜୁ ହୋଇଛି। ଗୋଟିଏ ଶ୍ରୀରାମପୁରରେ ଏବଂ ଅନ୍ୟଟି ତୋପଖାନା ପୁଲିସ ଷ୍ଟେସନରେ ପଞ୍ଜିକୃତ ହୋଇଛି। ତୋପଖାନା ପୁଲିସ ଆଜି ନୀତୀଶ ରାଣେଙ୍କୁ ନୋଟିସ ପଠାଇ ତାଙ୍କୁ ପଚରାଉଚରା ପାଇଁ ଡାକିଛି।

Advertisment

ନିକଟରେ ଅହମ୍ମଦନଗରରେ ରାମଗିରି ମହାରାଜଙ୍କ ସମର୍ଥନରେ ଏକ ରାଲି ବାହାରିଥିଲା। ଏହି ରାଲିରେ ହିନ୍ଦୁ ସମ୍ପ୍ରଦାୟର ବହୁ ସଂଖ୍ୟକ ଲୋକ ଯୋଗ ଦେଇଥିଲେ। ରାଲି ପରେ ନୀତେଶ ରାଣେଙ୍କର ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ସେ ସଂଖ୍ୟାଲଘୁଙ୍କୁ ଖୋଲାଖୋଲି ଧମକ ଦେଇଥିଲେ।

ରାଣେ କହିଥିଲେ ଯେ ଯଦି ଆମର ରାମଗିରି ମହାରାଜଙ୍କ ବିରୋଧରେ କେହି କିଛି କୁହନ୍ତି, ତେବେ ସେ ମସଜିଦ ଭିତରେ ପଶି ଜଣ ଜଣ କରି ହତ୍ୟା କରିବେ। ଯେଉଁ ମୁହଁରେ ସେମାନେ କହିବେ, ତାକୁ ଆମେ ରଖିବୁ ନାହିଁ।

AIMIM ନେତା ୱାରିଶ ପଠାନ ନୀତେଶ ରାଣେଙ୍କ ଭିଡିଓ ସେୟାର କରି କହିଛନ୍ତି ଯେ ନିର୍ବାଚନ ପୂର୍ବରୁ ବିଜେପି ସାମ୍ପ୍ରଦାୟିକ ହିଂସା ସୃଷ୍ଟି କରିବାକୁ ଚାହୁଁଛି।

କହିରଖୁ ଯେ, ରାମଗିରି ମହାରାଜ ମୁସଲିମ ସମାଜର ପ୍ରଫେଟ୍‌ ମହମ୍ମଦଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏହା ପରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ମହାରାଜଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହାପରେ ଅହମ୍ମଦନଗରରେ ସମଗ୍ର ହିନ୍ଦୁ ସମ୍ପ୍ରଦାୟ ପକ୍ଷରୁ ବିଜେପି ନେତା ନୀତୀଶ ରାଣେଙ୍କ ନେତୃତ୍ୱରେ ରାମଗିରି ମହାରାଜଙ୍କ ସମର୍ଥନରେ ଏକ ରାଲି ବାହାର କରାଯାଇଥିଲା।

Nitesh Rane Bjp Mla FIR Against MLA Open Threat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe