Advertisment

ବିଦ୍ୟୁତ୍‌ ମିଟର ଟାମ୍ପରିଂ: ସାଂସଦଙ୍କ ଘରେ ପଶିଲା ପୁଲିସ

ଆଜି ସକାଳୁ ପୁଲିସ ଫୋର୍ସ ସହ ବିଦ୍ୟୁତ ବିଭାଗ ଟିମ୍ ସାଂସଦଙ୍କ ଘରେ ପହଞ୍ଚି ଖୋଳତାଡ଼ କରିଛନ୍ତି।

ଅଦ୍ୟତନ ହୋଇଛି
Zia Ur Reheman Barq

Zia Ur Reheman Barq

Advertisment

ଉତ୍ତରପ୍ରଦେଶ ସମ୍ଭଲର ସମାଜବାଦୀ ପାର୍ଟି ସାଂଦସଙ୍କ ଘରେ ପଶିଲା ପୁଲିସ ଫୋର୍ସ । ସାଂସଦ ଜିୟା ଉର ରେହମାନଙ୍କ ନାଁରେ ବିଦ୍ୟୁତ ମିଟର ଟାମ୍ପରିଂର ଅଭିଯୋଗ ଆସିଛି। ଆଜି ସକାଳୁ ପୁଲିସ ଫୋର୍ସ ସହ ବିଦ୍ୟୁତ ବିଭାଗ ଟିମ୍ ସାଂସଦଙ୍କ ଘରେ ପହଞ୍ଚି ଖୋଳତାଡ଼ କରିଛନ୍ତି।

Advertisment

ନୂଆ କରି ଲାଗିଥିବା ସ୍ମାର୍ଟ ମିଟର ରିଡିଂକୁ ଯାଞ୍ଚ କରାଯାଇଛି। ସାଂସଦଙ୍କ ଘରେ ଲାଗିଥିବା ଦୁଇଟି ମିଟରରେ ଟାମ୍ପରିଂର ପ୍ରମାଣ ମିଳିଛି। ତେବେ ଯାଞ୍ଚ ପାଇଁ ଯାଇଥିବା ପୁଲିସ ଓ ବିଦ୍ୟୁତ୍‌ ବିଭାଗ ଟିମ୍‌କୁ ସାଂସଦ ଧମକାଇଥିବା ଅଭିଯୋଗ ହୋଇଛି। ଏହାପରେ ସାଂସଦଙ୍କ ନାଁରେ ଧାରା ୧୩୫ ଅନୁଯାୟୀ ମାମଲା ରୁଜୁ ହୋଇଛି।

ପୂର୍ବରୁ ବିଦ୍ୟୁତ ବିଭାଗ ସାଂସଦଙ୍କ ଘରେ ଲାଗିଥିବା ପୁରୁଣା ମିଟରକୁ ହଟାଇ ତାକୁ ସିଲ୍ କରିଥିଲେ। ଏହାପରେ ଯାଞ୍ଚ ପାଇଁ ଲ୍ୟାବକୁ ପଠାଇଥିଲେ। ଯାଞ୍ଚରୁ ଜଣାପଡ଼ିଥିଲା ସାଂସଦଙ୍କ ଘରର ବିଜୁଳି ବିଲରେ ବର୍ଷ ବର୍ଷର ରିଡିଂ ଜିରୋ ଥିଲା।

Advertisment

ଏହାପରେ ତାଙ୍କ ଘରର ବିଦ୍ୟୁତ୍ ମିଟରକୁ ଦୁଇ ଦିନ ତଳେ ବଦଳାଇ ନୂଆ ଲଗାଯାଇଥିଲା। କେବଳ ସେତିକି ନୁହେଁ ସାଂସଦଙ୍କ ଘରେ କେତେ ଇଲେକ୍ଟ୍ରୋନିକ୍ ଉପକରଣ ବ୍ୟବହାର କରାଯାଉଛି ତାହା ଜାଣିବା ପାଇଁ ବିଦ୍ୟୁତ୍ ବିଭାଗ ଟିମ୍ ସାଂସଦଙ୍କ ଘରେ ବ୍ୟବହୃତ ଇଲେକ୍ଟ୍ରୋନିକ୍ ଉପକରଣଗୁଡ଼ିକୁ ଯାଞ୍ଚ କରିଥିଲେ।

କହିରଖୁ ସମ୍ଭଲରେ ମସଜିଦ ଏବଂ ମଦ୍ରାସା ସମେତ ଅନେକ ଘରେ ବିଦ୍ୟୁତ୍ ଚୋରି ହେଉଥିଲା। ଏଠାରେ ହୋଇଥିବା ହିଂସା ପରେ ପ୍ରଶାସନ ବିଦ୍ୟୁତ ଚୋରି ବିରୋଧରେ ଅଭିଯାନକୁ ଜୋରଦାର କରିଛି ଏବଂ ଗତ ୩ ମାସ ମଧ୍ୟରେ ୧୨୫୦ ଏଫଆଇଆର ରୁଜୁ କରିଛି। ଏହା ସହିତ ୫ କୋଟି ୨୦ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଛି।

Ziaur Rahman Barq Electricity Theft Sambhal Samajwadi Party
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe