Advertisment

ରାହୁଲଙ୍କ ନାଁରେ ମାମଲା ରୁଜୁ; ଅମିତ ଶାହଙ୍କୁ ଚିଠି ଲେଖିଲେ ଖଡଗେ

ରାଜ୍ୟରେ ଆଇନଶୃଙ୍ଖଳା ଭଙ୍ଗ କରିବା, ସାଧାରଣ ସମ୍ପତ୍ତିକୁ କ୍ଷତି ପହଞ୍ଚାଇବା ଏବଂ ପୁଲିସ୍‌ ଅଧିକାରୀଙ୍କୁ ଅପବ୍ୟବହାର କରିବା ଅଭିଯୋଗରେ ଗତକାଲି ଶତାଧିକ କଂଗ୍ରେସ କର୍ମୀଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ଆସାମ ମୁଖ୍ୟମନ୍ତ୍ରୀ କହିଛନ୍ତି।

author-image
Niharika Rout
Rahul Gandhi

Rahul Gandhi

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ନିର୍ଦ୍ଦେଶ କ୍ରମେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ପୁଲିସ୍‌ ସହ ମୁହାଁମୁହିଁ ହେବା ତଥା ଭିଡ଼କୁ ଉସକାଇବା ଅଭିଯୋଗରେ କଂଗ୍ରେସ ନେତା ରାହୁଲ ଗାନ୍ଧି, କେସି ବେଣୁଗୋପାଳଙ୍କ ସମେତ ଶତାଧିକ ଦଳୀୟ କର୍ମୀଙ୍କ ନାଁରେ ମାମଲା ରୁଜୁ ହୋଇଛି। ଆସାମ ସରକାର ଜାଣିଶୁଣି ରାହୁଲ ଗାନ୍ଧିଙ୍କୁ ହଇରାଣ କରୁଥିବା ଅଭିଯୋଗ ଆଣି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

Advertisment

ରାଜ୍ୟରେ ଆଇନଶୃଙ୍ଖଳା ଭଙ୍ଗ କରିବା, ସାଧାରଣ ସମ୍ପତ୍ତିକୁ କ୍ଷତି ପହଞ୍ଚାଇବା ଏବଂ ପୁଲିସ୍‌ ଅଧିକାରୀଙ୍କୁ ଅପବ୍ୟବହାର କରିବା ଅଭିଯୋଗରେ ଗତକାଲି ଶତାଧିକ କଂଗ୍ରେସ କର୍ମୀଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ଆସାମ ମୁଖ୍ୟମନ୍ତ୍ରୀ କହିଛନ୍ତି।

ଗତ କିଛି ଦିନ ହେବ ଆସାମରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ବେଳେ ଖଡଗେ ଅମିତ ଶାହଙ୍କୁ ଅବଗତ କରାଇଛନ୍ତି। ରାହୁଲ ଗାନ୍ଧି ଓ କଂଗ୍ରେସ କର୍ମୀଙ୍କ ସୁରକ୍ଷା ନିମନ୍ତେ ସେ ଶାହଙ୍କ ହସ୍ତକ୍ଷେପ ଲୋଡ଼ିବା ସହ  ଆସାମରେ ରାହୁଲ ଗାନ୍ଧିଙ୍କୁ Z+ ସୁରକ୍ଷା ଯୋଗାଇ ଦେବାକୁ ଦାବି କରିଛନ୍ତି। ଏଥିସହ ଏପରି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ନିମନ୍ତେ ଜରୁରୀ ପଦକ୍ଷେପ ନେବାକୁ ଆସାମର ପୁଲିସ୍‌ ଡିଜି ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି।

Advertisment

ବରିଷ୍ଠ କଂଗ୍ରେସ ନେତା ଜୟରାମ କଂଗ୍ରେସ ନିଜ ଟ୍ୱିଟ ଆକାଉଣ୍ଟରେ ଖଡଗେଙ୍କ ଚିଠି ପୋଷ୍ଟ କରି ଆସାମ ସରକାର ରାଜ୍ୟରେ ଭୟର ବାତାବରଣ ଖେଳାଇ ରଖିଥିବା ଉଲ୍ଲେଖ କରିଛନ୍ତି। 

ଗତକାଲି ପାଞ୍ଚ ହଜାରରୁ ଅଧିକ କଂଗ୍ରେସ କର୍ମୀ ଗୌହାଟିକୁ ପ୍ରବେଶ କରିଥିଲେ। ଏହି ସମୟରେ ରାସ୍ତାରୁ ଜନ ସମାଗମ ହଟାଇବା ପାଇଁ ବ୍ୟାପକ ପୁଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଟ୍ରାଫିକ ନିୟନ୍ତ୍ରଣ କରିବା ପାଇଁ ପୁଲିସ କଂଗ୍ରେସ କର୍ମୀଙ୍କୁ ଅନ୍ୟ ରାସ୍ତାରେ ଯିବାକୁ କହିଥିଲା, କିନ୍ତୁ ଏହାକୁ ସେମାନେ ବିରୋଧ କରିଥିଲେ। ଫଳରେ କଂଗ୍ରେସ କର୍ମୀ ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା। ଗୌହାଟିରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ପରେ ପୁଲିସ କଂଗ୍ରେସର ନ୍ୟାୟ ଯାତ୍ରାକୁ ବନ୍ଦ କରି ଦେଇଥିଲା।

ଏହି ମାମଲାରେ ଆସାମ ମୁଖ୍ୟମନ୍ତ୍ରୀ କହିଥିଲେ, 'ଏମାନେ ଆସାମ ସଂସ୍କୃତିର ଅଂଶ ନୁହଁନ୍ତି। ଆମେ ଏକ ଶାନ୍ତିପୂର୍ଣ୍ଣ ରାଷ୍ଟ୍ର। ଏହିପରି ନକ୍ସଲାଇଟ୍ ରଣନୀତି ଆମ ସଂସ୍କୃତିଠାରୁ ସମ୍ପୂର୍ଣ୍ଣ ଭିନ୍ନ। ତେଣୁ ଭିଡକୁ ଉସ୍‌କାଇବା ଅଭିଯୋଗରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସମେତ ବହୁ କଂଗ୍ରେସ କର୍ମୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।

Rahul Gandhi Congress