Advertisment

କାର୍ଟୁନିଷ୍ଟ ହେମନ୍ତ ମାଲବ୍ୟଙ୍କ ଅଡ଼ୁଆ ବଢ଼ିଲା, ରୁଜୁ ହେଲା ଏଫଆଇଆର୍‌

ଅଭିଯୁକ୍ତ ହେମନ୍ତ ମାଲବ୍ୟ ଜାଣିଣୁଣି ଅପମାନିତ, ଅଭଦ୍ର, ଆପତ୍ତି ଜନକ ବିଷୟବସ୍ତୁ ଫେସବୁକରେ ପୋଷ୍ଟ କରିଛନ୍ତି। ହିନ୍ଦୁ ଧାର୍ମିକ ଭାବନାକୁ ଆଘାତ ଦେବା ପାଇଁ ସେ ଏପରି ପୋଷ୍ଟ କରିଥିବା ବିନୟ ଅଭିଯୋଗ କରିଥିଲେ।

Hemant

Hemant

Advertisment

ମଧ୍ୟପ୍ରଦେଶର ଇନ୍ଦୋର ପୁଲିସ୍‌ ଚର୍ଚ୍ଚିତ କାର୍ଟୁନିଷ୍ଟ ହେମନ୍ତ ମାଲବ୍ୟଙ୍କ ବିରୋଧରେ ଗୋଟିଏ ଏଫଆଇଆର ରୁଜୁ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆରଏସଏସ ଓ ଭଗବାନ ଶିବଙ୍କ ସମ୍ପର୍କରେ ସେ ଆପତ୍ତିଜନକ କାର୍ଟୁନ କରିବା ସହ ଏହାକୁ ଫେସବୁକରେ ପୋଷ୍ଟ କରିଥିବା ଅଭିଯୋଗ ହୋଇଛି।

Advertisment

ଆରଏସଏସ ସଦସ୍ୟ ତଥା ଆଇନଜୀବୀ ବିନୟ ଯୋଶୀ ନିଜର ଅଭିଯୋଗରେ ଦର୍ଶାଇଛନ୍ତି ଯେ ଅଭିଯୁକ୍ତ ହେମନ୍ତ ମାଲବ୍ୟ ଜାଣିଣୁଣି ଅପମାନିତ, ଅଭଦ୍ର, ଆପତ୍ତି ଜନକ ବିଷୟବସ୍ତୁ ଫେସବୁକରେ ପୋଷ୍ଟ କରିଛନ୍ତି। ହିନ୍ଦୁ ଧାର୍ମିକ ଭାବନାକୁ ଆଘାତ ଦେବା ପାଇଁ ସେ ଏପରି ପୋଷ୍ଟ କରିଥିବା ବିନୟ ଅଭିଯୋଗ କରିଥିଲେ।

ହେମନ୍ତ ମାଲବ୍ୟ ଜଣେ କାର୍ଟୁନିଷ୍ଟ ହୋଇଥିବା ବେଳେ ବାହାଘର ଡେକୋରେଟର ଭାବେ ମଧ୍ୟ ସେ କାମ କରନ୍ତି। ସେ ନିୟମିତ ଭାବେ ସୋଶାଲ ମିଡିଆରେ ରାଜନୀତିକ ସ୍ଥିତି ଓ ସାମାଜିକ ପ୍ରସଙ୍ଗକୁ ନେଇ ବ୍ୟଙ୍ଗାତ୍ମକ ପୋଷ୍ଟ କରନ୍ତି। ତାଙ୍କ ଫେସବୁକ ଆକାଉଣ୍ଟରେ ଅନେକ କାର୍ଟୁନ, ଭିଡିଓ ଓ ଫଟୋ ରହିଛି। ସବୁବେଳେ ସେ କ୍ଷମତାରେ ଥିବା ଲୋକଙ୍କୁ ବ୍ୟଙ୍ଗାମତ୍କ ଢଙ୍ଗରେ ଟାର୍ଗେଟ କରୁଥିବା ତାଙ୍କ ପ୍ରୋଫାଇଲକୁ ଦେଖିବା ପରେ ସ୍ପଷ୍ଟ ହୋଇଛି।

Advertisment

ଉଦାହରଣ ସ୍ୱରୂପ- ନିକଟରେ ସେ ତାଙ୍କ ଫେସବୁକରେ ଗୋଟିଏ କାର୍ଟୁନ ପୋଷ୍ଟ କରିଥିଲେ। ଏଥିରେ ଜଣେ ଆରଏସଏସ କର୍ମୀ ଓ ପ୍ରଧାନମନ୍ତ୍ରୀ ମୋଦି ରହିଛନ୍ତି। ଆରଏସଏସ କର୍ମୀ ଜଣଙ୍କ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପଚାରୁଛନ୍ତି, “ଆପଣ ରିଟ୍ରିଟ ସମାରୋହ ଆରମ୍ଭ କରିଦେଇଛନ୍ତି। ବର୍ତ୍ତମାନ ଦୟା କରି ପାଣି ଛାଡ଼ି ଦିଅନ୍ତୁ। ପାକିସ୍ତାନୀ ନିଜକୁ ଏଯାଏ ଧୋଇପାରି ନାହାନ୍ତି। ବହୁତ ଗନ୍ଧ ହେଲାଣି।”

ହେମନ୍ତ ମାଲବ୍ୟ ଆଉ ଏକ ପୋଷ୍ଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ମଧ୍ୟରେ ଥିବା ବନ୍ଧୁତା ସମ୍ପର୍କରେ କମେଣ୍ଟ କରିଛନ୍ତି। ଉକ୍ତ କାର୍ଟୁନରେ ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କହୁଛନ୍ତି, “ ଆମେରିକା ମାଟିରେ ମୁଁ ଶପଥ ନେଉଛି ଯେ ମୁଁ ଆପଣଙ୍କ ଆମ୍ବଗୁଡ଼ିକୁ ବିକ୍ରି ହେବାକୁ ଦେବନି। ଏପରି କି ଆପଣଙ୍କୁ ଆପଲର ଟେଷ୍ଟ କରିବାକୁ ଦେବିନି।”

ଲାସୁଦିୟା ପୁଲିସ ଷ୍ଟେସନର ଇନ-ଚାର୍ଜ ତାରୀଶ ସୋନି ନିଶ୍ଚିତ କରିଛନ୍ତି ଯେ ହେମନ୍ତ ମାଲବ୍ୟଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ଧାରେ ୧୯୬ , ୨୯୯, ୩୫୨ ସମେତ ଆଇଟି ଆକ୍ଟର ଧାରା ୬୭ ଏ ଆଧାରରେ ମାମଲା ହୋଇଛି। ଘଟଣାର ତଦନ୍ତ ଚାଲିଥିବା ବେଳେ ହେମନ୍ତଙ୍କୁ ହେପାଜତକୁ ନିଆଯାଇ ନାହିଁ।

ଏଫଆଇଆର ରୁଜୁ ସମ୍ପର୍କରେ ହେମନ୍ତ ମାଲବ୍ୟ ଫେସବୁକରେ ଗୋଟିଏ ଜୋକ ଦ୍ୱାରା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, “ଗତକାଲି ଯେତେବେଳେ କଂଗ୍ରେସ ପକ୍ଷରୁ ବିଜେପି ଆଇଟି ସେଲ ମୁଖ୍ୟ ଅମିତ ମାଲବ୍ୟଙ୍କ ନାଁରେ ଏଫଆଇଆର ଦିଆଯାଇଥିଲା ସେତେବେଳେ ମୋର ଜଣେ ବନ୍ଧୁ ତାଙ୍କ ନାଁ ବଦଳରେ ଭୁଲରେ ମୋ ନାଁକୁ ଉଲ୍ଲେଖ କରି ଦେଇଥିଲେ। ମୁଁ ଏହାକୁ ବେଶ ଖୁସିର ସହ ଗ୍ରହଣ କରି ଓ ଥଟ୍ଟାମଜାରେ ଶେୟାର କରିଥିଲି। କିନ୍ତୁ ଆଜି ଆଉ ଏହା ମଜା ନୁହେଁ। ଏହା ବାସ୍ତବ ରୂପ ନେଇଛି।”

ହେମନ୍ତ ମାଲବ୍ୟ ଭଲ ଭାବେ ଜାଣିଛନ୍ତି ଯେ ଆରଏସଏସ, ପ୍ରଧାନମନ୍ତ୍ରୀ ମୋଦି ଓ ଭଗବାନ ଶିବଙ୍କ ଉପରେ ସେ କରିଥିବା କାର୍ଟୁନ ପାଇଁ ତାଙ୍କ ନାଁରେ ଏଫଆଇଆର ରୁଜୁ ହୋଇଛି।

Madhya Pradesh Cartoonist FIR
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe