Advertisment

ଭୋଜପୁରୀ ଗାୟିକା ନେହାଙ୍କ ବିବାଦୀୟ ସୋଶାଲ ମିଡିଆ ପୋଷ୍ଟ; ରୁଜୁ ହେଲା ମାମଲା

ମଧ୍ୟପ୍ରଦେଶରେ ଜଣେ ଆଦିବାସୀ ଶ୍ରମିକଙ୍କ ଉପରେ ପ୍ରବେଶ ଶୁକ୍ଳା ନାମକ ଜଣେ ବ୍ୟକ୍ତି ପରିସ୍ରା କରିବା ଘଟଣାକୁ ନେଇ ଭୋଜପୁରୀ ଗାୟିକା ନେହା ସିଂହ ସୋଶାଲ ମିଡିଆରେ କରିଥିବା ଏକ ପୋଷ୍ଟ ବିବାଦୀୟ ହୋଇପଡ଼ିଛି।

author-image
Jitendra Garnayak
Neha Singh Rathore

Neha Singh Rathore

ମଧ୍ୟପ୍ରଦେଶରେ ଜଣେ ଆଦିବାସୀ ଶ୍ରମିକଙ୍କ ଉପରେ ପ୍ରବେଶ ଶୁକ୍ଳା ନାମକ ଜଣେ ବ୍ୟକ୍ତି ପରିସ୍ରା କରିବା ଘଟଣାକୁ ନେଇ ଭୋଜପୁରୀ ଗାୟିକା ନେହା ସିଂହ ସୋଶାଲ ମିଡିଆରେ କରିଥିବା ଏକ ପୋଷ୍ଟ ବିବାଦୀୟ ହୋଇପଡ଼ିଛି। ଆଉ ଏନେଇ ତାଙ୍କ ନାଁରେ ମାମଲା ରୁଜୁ ହୋଇଛି।

Advertisment

ନେହା ଟ୍ୱଟରେ ପୋଷ୍ଟ କରିଥିବା ଚିତ୍ରରେ ଦୁଇ ଜଣ ବ୍ୟକ୍ତି ଅଛନ୍ତି। ଜଣେ ବସିଥିବା ବେଳେ ଆଉ ଜଣେ ବ୍ୟକ୍ତି ଅର୍ଦ୍ଧନଗ୍ନ ଅବସ୍ଥାରେ ଛିଡ଼ା ହୋଇ ତାଙ୍କ ଉପରେ ପରିସ୍ରା କରୁଛନ୍ତି। ପରିସ୍ରା କରୁଥିବା ବ୍ୟକ୍ତି ମୁଣ୍ଡରେ କଳା ଟୋପି ପିନ୍ଧିଛନ୍ତି। ସେ ଏକ ଧଳା ଶାର୍ଟ ପିନ୍ଧିଥିବା ବେଳେ ତାଙ୍କ ଖାକି ହାପ୍ ପ୍ୟାଣ୍ଟଟି ତଳେ ପଡ଼ିଛି।

ଏହି ଚିତ୍ର ପୋଷ୍ଟ କରି ନେହା ଲେଖିଛନ୍ତି ମଧ୍ୟପ୍ରଦେଶରେ କ’ଣ ଘଟୁଛି? ଏହା ସହିତ ସେ Coming Soon ‍ବୋଲି ଲେଖିଛନ୍ତି।

Advertisment

ନେହା ସିଂହଙ୍କ ଏହି ପୋଷ୍ଟକୁ ନେଇ ହବିବଗଞ୍ଜ ଥାନାରେ ଏକ ମାମଲା ରୁଜୁ ହୋଇଛି। ଭୋପାଲର ସୂରଜ ଖାରେ ନାମକ ଜଣେ ବ୍ୟକ୍ତିଙ୍କ ଅଭିଯୋଗକ୍ରମେ ଏହି ମାମଲା ରୁଜୁ ହୋଇଛି।

ଯେଉଁ ଆଦିବାସୀ ଶ୍ରମିକଙ୍କ ଉପରେ ପ୍ରବେଶ ଶୁକ୍ଳା ପରିସ୍ରା କରିଥିଲା, ଗତକାଲି ତାଙ୍କୁ ଘରକୁ ଡାକି କ୍ଷମା ମାଗିଥିଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ। ତାଙ୍କୁ ଚେୟାରରେ ବସାଇ ତାଙ୍କ ପାଦ ଧୋଇଥିଲେ ମୁଖ୍ୟମନ୍ତ୍ରୀ। 

Controversy