Advertisment

ସମାଜବାଦୀ ପାର୍ଟି ସାଂସଦଙ୍କ ପୁଅଙ୍କ ନାଁରେ ସାଂଘାତିକ ଅଭିଯୋଗ, ଥାନାରେ ମାମଲା ରୁଜୁ

ଅଜିତ ପ୍ରସାଦ ପ୍ରୋପର୍ଟି ବିଜନେସ ସହିତ ସଂପୃକ୍ତ ଥିବା ବେଳେ ସମାଜବାଦୀ ପାର୍ଟି ଟିକେଟରେ ମିଲକିପୁର ବିଧାନସଭା ଆସନରୁ ଉପ-ନିର୍ବାଚନ ଲଢ଼ିପାରନ୍ତି ବୋଲି କୁହାଯାଉଛି।

author-image
Jitendra Garnayak
ଅଦ୍ୟତନ ହୋଇଛି
 Awadhesh Prasad

Awadhesh Prasad

ସମାଜବାଦୀ ପାର୍ଟି ନେତା ତଥା ଉତ୍ତର ପ୍ରଦେଶର ଫୈଜାବାଦର ସାଂସଦ ଅବଧେଶ ପ୍ରସାଦଙ୍କ ପୁଅ ଅଜିତ ପ୍ରସାଦଙ୍କ ବିରୋଧରେ ଆଜି ଥାନାରେ ମାମଲା ରୁଜୁ ହୋଇଥିବା କୋତୱାଲୀ ସିଟି ପୁଲିସ କହିଛି। ରବି ତିୱାରୀ ନାମକ ଜଣେ ବ୍ୟକ୍ତିଙ୍କ ଅଭିଯୋଗ ଆଧାରରେ ଅଜିତ ପ୍ରସାଦଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଅଜିତଙ୍କ ବିରୋଧରେ ଅପହରଣ, ମାରପିଟ ଓ ହତ୍ୟା ଧମକ ଭଳି ଅଭିଯୋଗ ହୋଇଛି।

Advertisment

ଏକ ଜମି କିଣାରେ କମିଶନକୁ ନେଇ ଗତକାଲି ଏହି ଘଟଣା ଘଟିଥିଲା। ରବି ତିୱାରୀଙ୍କ ଅଭିଯୋଗ ଅନୁଯାୟୀ ଅଜିତ ପ୍ରସାଦ ଓ ଅନ୍ୟ ୫ରୁ ୬ ଜଣ ବ୍ୟକ୍ତି ତାଙ୍କୁ ଅପହରଣ କରି ମାରପିଟ କରିଥିଲେ ଓ ଧମକ ଦେଇଥିଲେ। ପୁଲିସ ଘଟଣାର ତଦନ୍ତ କରୁଛି।

ସାଂସଦ ଅବଧେଶ ପ୍ରସାଦଙ୍କ ପୁଅ ଅଜିତ ପ୍ରସାଦ ପ୍ରୋପର୍ଟି ବିଜନେସ ସହିତ ସଂପୃକ୍ତ ଥିବା ବେଳେ ସମାଜବାଦୀ ପାର୍ଟି ଟିକେଟରେ ମିଲକିପୁର ବିଧାନସଭା ଆସନରୁ ଉପ-ନିର୍ବାଚନ ଲଢ଼ିପାରନ୍ତି ବୋଲି କୁହାଯାଉଛି। ଏହି ଆସନଟି ତାଙ୍କ ବାପାଙ୍କର ଥିଲା। ତେବେ ସେ ଲୋକସଭା ନିର୍ବାଚନ ଜିତିବା ପରେ ଉକ୍ତ ଆସନଟି ଖାଲି ପଡ଼ିଛି। ତେବେ ସେଠାରୁ ଅଜିତଙ୍କୁ ଟିକେଟ ଦିଆଯିବ ନା ନାହିଁ, ସେ ନେଇ ସମାଜବାଦୀ ପାର୍ଟି ପକ୍ଷରୁ କିଛି କୁହାଯାଇନାହିଁ।

Advertisment
Samajwadi Party