ଓଡ଼ିଶା ଟ୍ରେନ ଟ୍ରାଜେଡି: ସିବିଆଇ ଲଗାଇଥିବା ଦଫାରେ ସର୍ବାଧିକ ୫ ବର୍ଷ ଜେଲ

ପୂରା ବିଶ୍ୱ ଏହି ଘଟଣାରେ ମର୍ମାହତ ମଧ୍ୟ ହୋଇଛି। ତେବେ ସିବିଆଇ ଏଫଆଇଆର୍‌ରେ ଯେଉଁ ସବୁ ଦଫା ଲଗାଇଛି, ସେଥିରେ ଦୋଷୀଙ୍କୁ ମାତ୍ର ୫ ବର୍ଷର ସର୍ବାଧିକ ଜେଲଦଣ୍ଡ ମିଳିବ।

Train Accident

  • Published: Tuesday, 06 June 2023
  • , Updated: 06 June 2023, 07:59 PM IST

ଓଡ଼ିଶାର ବାଲେଶ୍ୱର ଜିଲ୍ଲା ବାହାନଗାରେ ଘଟିଥିବା ଦଶନ୍ଧିର ସବୁଠାରୁ ବଡ଼ ଟ୍ରେନ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି ସିବିଆଇ। ସିବିଆଇର ଗୋଟିଏ ଟିମ ଆଜି ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିବା ସହ ଏଫଆଇଆର ରୁଜୁ କରିଛନ୍ତି। ଭୟଙ୍କର ଦୁର୍ଘଟଣାରେ ୨୮୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୧ ଶହରୁ ଅଧିକ ଲୋକ ଆହତ ହୋଇଛନ୍ତି।

ପୂରା ବିଶ୍ୱ ଏହି ଘଟଣାରେ ମର୍ମାହତ ମଧ୍ୟ ହୋଇଛି। ତେବେ ସିବିଆଇ ଏଫଆଇଆର୍‌ରେ ଯେଉଁ ସବୁ ଦଫା ଲଗାଇଛି, ସେଥିରେ ଦୋଷୀଙ୍କୁ ମାତ୍ର ୫ ବର୍ଷର ସର୍ବାଧିକ ଜେଲଦଣ୍ଡ ମିଳିବ। ଅର୍ଥାତ ତଦନ୍ତ ବେଳେ ଯଦି ଦୁର୍ଘଟଣାକୁ କେହି ଜାଣିଶୁଣି ଘଟାଇଥିବା ପ୍ରମାଣ ମିଳେ, ତା’ହେଲେ ତାଙ୍କୁ ବା ସେମାନଙ୍କୁ ସର୍ବାଧିକ ୫ ବର୍ଷ ଜେଲରେ ରହିବାକୁ ପଡ଼ିବ।

ସିବିଆଇ ରୁଜୁ କରିଥିବା ଏଫଆଇଆରରେ ଆଇପିସିର ଧାରା ୩୩୭, ୩୩୮, ୩୦୪ଏ ଓ ୩୪ ଦଫା ଲାଗିଛି। ସେହିପରି ରେଳବାଇ ଆଇନର ଧାରା ୧୫୩,୧୫୪ ଓ ୧୭୫ ଦଫା ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଏଫଆଇଆରରେ ରହିଥିବା ରେଳବାଇ ଆଇନ ୧୫୩ ଜରିଆରେ ହିଁ ଦୋଷୀଙ୍କୁ ସର୍ବାଧିକ ୫ ବର୍ଷ ଜେଲଦଣ୍ଡ ମିଳି ପାରିବ। ବାକି ସବୁ ଦଫାରେ ୨ ବର୍ଷ କିମ୍ବା ତା’ ଠାରୁ କମ ଜେଲ ଦଣ୍ଡର ବ୍ୟବସ୍ଥା ରହିଛି।

ରେଳ ଦୁର୍ଘଟଣା ପରେ ଓଡ଼ିଶା ପୁଲିସ୍‌ ଏଫଆଇଆର ରୁଜୁ କରିଥିଲା। କିନ୍ତୁ ଏବେ ପୂରା ଘଟଣାର ତଦନ୍ତ ଦାୟିତ୍ୱ ସିବିଆଇ ହାତକୁ ନେଇଛି। ସିବିଆଇ ଆଜି ରୁଜୁ କରିଥିବା ଏଫଆଇଆରରେ କହିଛି ଯେ ଜୁନ ୨ ତାରିଖ ସନ୍ଧ୍ୟା ୬.୫୫ରେ କରମଣ୍ଡଳ ଏକ୍ସପ୍ରେସ, ଯଶବନ୍ତପୁର-ହାୱଡା ଏକ୍ସପ୍ରେସ ଓ ଏକ ମାଲବାହୀ ଟ୍ରେନ ମଧ୍ୟରେ ଦୁର୍ଘଟଣା ହୋଇଥିଲା।

ଏଥିରେ ଶତାଧିକ ଲୋକ ମୃତାହତ ହୋଇଛି। ମୃତାହତଙ୍କୁ ବାଲେଶ୍ୱର, ଭଦ୍ରକ, ସୋର ଓ ଅନ୍ୟାନ୍ୟ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଏବେ ଆଇପିସିର ଧାରା ୩୩୭, ୩୩୮, ୩୦୪ଏ ଓ ୩୪ ଏବଂ ରେଳବାଇ ଆଇନର ଧାରା ୧୫୩,୧୫୪ ଓ ୧୭୫ ଦଫା ଅନୁଯାୟୀ ମାମଲା ରୁଜୁ କରାଯାଇଛି।

ରେଳ ମନ୍ତ୍ରାଳୟର ଅନୁରୋଧ, ଓଡ଼ିଶା ସରକାରଙ୍କ ସହମତି ଓ ଭାରତ ସରକାରଙ୍କ କାର୍ମିକ ଓ ପ୍ରଶିକ୍ଷଣ ବିଭାଗର ନିର୍ଦ୍ଦେଶକ୍ରମେ ଏହି ଘଟଣାରେ ମାମଲା ରୁଜୁ ହୋଇଛି ବୋଲି ଏଫଆଇଆରରେ କୁହାଯାଇଛି।

ସୋମବାର ରାତିରେ କୋଲକାତାରୁ ଗୋଟିଏ ସିବିଆଇ ଟିମ ବାଲେଶ୍ୱରରେ ପହଞ୍ଚିଥିଲା। ଆଜି ଉକ୍ତ ଟିମ ବାହାନଗାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Related story