Advertisment

କେନ୍ଦ୍ରମନ୍ତ୍ରୀ କୁମାରସ୍ୱାମୀ ଓ ପୁଅଙ୍କ ନାଁରେ ରୁଜୁ ହେଲା ଏଫଆଇଆର

ଆଇପିଏସ୍‌ ଅଧିକାରୀଙ୍କ ଅଭିଯୋଗ ଆଧାରରେ ପୁଲିସ୍‌ ଏଫଆଇଆର ପଞ୍ଜିକୃତ କରିଛି।

Karnataka

Karnataka

Advertisment

କେନ୍ଦ୍ରମନ୍ତ୍ରୀ କୁମାରସ୍ୱାମୀ, ପୁଅ ନିଖିଲ ଓ ଜେଡିଏସ୍‌ର ବିଧାୟକ ସୁରେଶ ବାବଙ୍କ ନାଁରେ ରୁଜୁ ହୋଇଛି ଏଫଆଇଆର। କୁମାରସ୍ୱାମୀଙ୍କ ବିରୋଧରେ ଥିବା ଖଣି ଦୁର୍ନୀତି କେସ୍‌ର ତଦନ୍ତ କରୁଥିବା ଜଣେ ବରିଷ୍ଠ ପୁଲିସ୍‌ ଅଧିକାରୀଙ୍କୁ ଏମାନେ ଧମକ ଦେଇଥିବା ଅଭିଯୋଗ ହୋଇଛି। ଉକ୍ତ ଆଇପିଏସ୍‌ ଅଧିକାରୀଙ୍କ ଅଭିଯୋଗ ଆଧାରରେ ପୁଲିସ୍‌ ଏଫଆଇଆରକୁ ପଞ୍ଜିକୃତ କରିଛି।

Advertisment

ଅତିରିକ୍ତ ମହାନିର୍ଦ୍ଦେଶକ ଏମ ଚନ୍ଦ୍ରଶେଖର ତାଙ୍କ ଅଭିଯୋଗରେ କହିଛନ୍ତି ଯେ କୁମାରସ୍ୱାମୀ ଜଣେ ସରକାରୀ କର୍ମଚାରୀଙ୍କ ଧମକ ଦେଇଛନ୍ତି ଓ ତାଙ୍କୁ ନିଜ କର୍ତ୍ତବ୍ୟ କରିବାରେ ବାଧା ସୃଷ୍ଟି କରିଛନ୍ତି। କୁମାରସ୍ୱାମୀ କର୍ଣ୍ଣାଟକାର ମୁଖ୍ୟମନ୍ତ୍ରୀ ଭାବେ ୨୦୦୬ରୁ ୨୦୦୮ ଯାଏ କାର୍ଯ୍ୟ କରିଥିଲେ।

ଏହି ସମୟରେ ସେ ବେଆଇନ ଭାବେ ବରେଲରେ ଥିବା ୫୫୦ ଏକକର ମାଇନିଂ ଲିଜ୍‌ ଶ୍ରୀ ସାଇ ଭେଙ୍କଟେଶ୍ୱରା ମନିର୍ଲାସକୁ ବେଆଇନ ଭାବେ ଦେଇଥିଲେ।ଏହାର ତଦନ୍ତ ଏସଆଇଟି ଆରମ୍ଭ କରିଛି। ଏସଆଇଟର ନେତୃତ୍ୱ ଚନ୍ଦ୍ରଶେଖର ନେଉଛନ୍ତି। ସେ ତଦନ୍ତ କରୁଥିବା ବେଳେ କୁମାରସ୍ୱାମୀ ଏଥିରେ ବାଧା ଉପୁଜାଇବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି।

Advertisment

ବରିଷ୍ଠ ପୁଲିସ୍‌ ଅଧିକାରୀ ଜଣଙ୍କ ଅଭିଯୋଗ କରିଛନ୍ତି ଯେ କୁମ୍ବାରସ୍ୱାମୀ ତାଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆଣିଛନ୍ତି। ଏଥିପାଇଁ ଅଧିକାରୀ ଜଣଙ୍କ କେନ୍ଦ୍ରମନ୍ତ୍ରୀ କୁମାରସ୍ୱାମୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମଧ୍ୟ ଅନୁମତି ମାଗିଛନ୍ତି।

ନଭେମ୍ବର ୪ରେ ବେଙ୍ଗାଲୁରୁ ସ୍ଥିତ ସଞ୍ଜୟ ନଗର ପୁଲିସ୍‌ ଷ୍ଟେସନରେ ଚନ୍ଦ୍ରଶେଖର କରିଥିବା ଅଭିଯୋଗରେ କହିଛନ୍ତି ଯେ ତଦନ୍ତ ପରେ ଏସଆଇଟି ପାଇଥିବା ପ୍ରମାଣ ଆଧାରରେ ଗୋଟିଏ ରିପୋର୍ଟ ପ୍ରସ୍ତୁତ କରିଥିଲା। ଏହାପରେ ଅଭିଯୁକ୍ତ(କୁମାରସ୍ୱାମୀ)ଙ୍କ ବିରୋଧରେ ମାମଲା ଚଳାଇବାକୁ ଏସଆଇଟି ୨୧/୧୧/୨୦୨୩ରେ ଚିଠି ଲେଖି କର୍ଣ୍ଣାଟକା ରାଜ୍ୟପାଳଙ୍କୁ ଅନୁମିତି ମାଗିଥିଲା।

ତେବେ କୁମାରସ୍ୱାମୀ ଓ ତାଙ୍କ ପୁଅ ନିଖିଲ ମିଳିତ ଭାବେ ଚନ୍ଦ୍ରଶେଖରଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆଣି ତାଙ୍କୁ ଭୟଭୀତ କରାଇବାକୁ ଚେଷ୍ଟା କରିଛନ୍ତି। କର୍ଣ୍ଣାଟକା କ୍ୟାଡର ଅଫିସର ଭାବେ କାର୍ଯ୍ୟ କରିବା ପାଇଁ ସେ ନକଲି ମେଡିକାଲ ପ୍ରମାଣପତ୍ର ଦେଇଥିବା ବାପା-ପୁଅ ଅଭିଯୋଗ କରିଛନ୍ତି।

ଏହାବାଦ କୁମାରସ୍ୱାମୀ ଆଇପିଏସ ଅଧିକାରୀ ଓ ତାଙ୍କ ପରିବାର ପ୍ରତି ଧମକପୂର୍ଣ୍ଣ ବୟାନ ଦେଇଥିବା ମଧ୍ୟ ଚନ୍ଦ୍ରଶେଖର ନିଜ ଅଭିଯୋଗପତ୍ରରେ ଦର୍ଶାଇଛନ୍ତି।

Karnataka JDS HD Kumaraswamy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe