Advertisment

ଗୁଜରାଟର ଏକ ହସ୍ପିଟାଲରେ ଅଗ୍ନିକାଣ୍ଡ, 125 ରୋଗୀ ସୁରକ୍ଷିତ ଉଦ୍ଧାର

ଗୁଜରାଟ ଅହମ୍ମଦାବାଦ ସ୍ଥିତ ଏକ ହସ୍ପିଟାଲରେ ଅଗ୍ନିକାଣ୍ଡ। କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା।

ଅଦ୍ୟତନ ହୋଇଛି
Fire In Hospital

Fire In Hospital

Advertisment

ଗୁଜରାଟ ଅହମ୍ମଦାବାଦ ସ୍ଥିତ ଏକ ହସ୍ପିଟାଲରେ ଅଗ୍ନିକାଣ୍ଡ। ଖବର ପାଇ ଅଗ୍ନିଶମ ବାହିନୀ ଫସି ରହିଥିବା 125 ରୋଗୀଙ୍କୁ ଉଦ୍ଧାର କରିଛନ୍ତି। ଆଜି ସକାଳେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଅହମ୍ମଦାବାଦର ଶାହିବାଗସ୍ଥିତ ରାଜସ୍ଥାନ ହସ୍ପିଟାଲର ତଳ ମହଲାରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ଖବର ଲେଖା ହେବା ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା। କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା।

Advertisment

ପୋଲିସ ଇନ୍ସପେକ୍ଟର ଏମଡି ଚମ୍ପାଭତ କହିଛନ୍ତି, "ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବାହିନୀ ନିୟୋଜିତ ଅଛନ୍ତି। ଡାକ୍ତରଖାନାର ତଳ ମହଲାରୁ ଧୂଆଁ ବାହାରୁଛି। ସତର୍କତାମୂଳକ ପଦକ୍ଷେପ ଭାବରେ ଡାକ୍ତରଖାନାରେ ଥିବା ପ୍ରାୟ 125 ରୋଗୀଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି।" ଡାକ୍ତରଖାନାରେ ନବୀକରଣ କାର୍ଯ୍ୟ ଚାଲିଥିବାରୁ ଅନେକ ଆସବାବ ପତ୍ର ଥିଲା, ଏହି କାରଣରୁ ନିଆଁ ଏବଂ ଧୂଆଁର ପ୍ରକୋପ ଅଧିକ ରହୁଛି ବୋଲି ଜଣେ ଅଗ୍ନିଶମ ଅଧିକାରୀ କହିଛନ୍ତି। ସେପଟେ ଘଟଣା ପରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏକ ବୈଠକ ଡକା ଯାଇଛି। 

Fire In Ahmedabad Hospital Gujarat News Fire Breaks Out News Fire IN Hospital
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe