Advertisment

ସ୍କୁଲ ଭିତରେ ଭୟଙ୍କର ବିସ୍ଫୋରଣ

ସ୍କୁଲର ଷ୍ଟୋର୍‌ ରୁମ୍‌ରେ ବିସ୍ଫୋରଣ ହୋଇଛି।

Fire in bmc school

Fire in bmc school

Advertisment

ସ୍କୁଲ ଭିତରେ ହେଲା ଭୟଙ୍କର ବିସ୍ଫୋରଣ। ଏଥିଯୋଗୁ ସ୍କୁଲ ପରିସରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ହୁ ହୁ ହୋଇ ଜଳି ଯାଇଛି ସ୍କୁଲ। ସିଲିଣ୍ଡର ଫିଟିବା ଯୋଗୁ ଏହି ବିସ୍ଫୋରଣ ହୋଇଥିବା କୁହାଯାଇଛି। ମୁମ୍ବାଇର ପରେଲ ମିଣ୍ଟ କଲୋନୀର ମୋନୋରେଳ ଷ୍ଟେସନ ନିକଟରେ ଥିବା ଏକ ସ୍କୁଲରେ ଏଭଳି କିଛି ଘଟଣା ଘଟିଛି।

Advertisment

ସୂଚନା ମୁତାବକ, ବ୍ରୁହାନ ମୁମ୍ବାଇର ପାଞ୍ଚ ମହଲା ବିଶିଷ୍ଟ ସାଇ ବାବା ସ୍କୁଲରେ ଏହି ବିସ୍ଫୋରଣ ହୋଇଛି। ସ୍କୁଲର ଷ୍ଟୋର୍‌ ରୁମ୍‌ରେ ବିସ୍ଫୋରଣ ହୋଇଛି। ପରେ ନିଆଁ ଚାରିଆଡେ କଳା ଧୂଆଁ ବ୍ୟାପି ଯାଇଛି। ଏହି ପୂରା ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯାହା ସୋଶାଲ ମିଡିଆରେ ଭାଇରାଲ ହୋଇଛି। ଆଜି ସକାଳୁ ଏହି ଘଟଣା ଘଟିଛି। ବିସ୍ଫୋରଣ ଶବ୍ଦ ହେବା ପରେ ଚାରିଆଡେ ଆତଙ୍କ ଖେଳି ଯାଇଛି।

ବିଏମ୍‌ସିର ଜଣେ ଅଧିକାରୀଙ୍କ କହିବା ମୁତାବକ, ଷ୍ଟୋର୍‌ ରୁମରେ ରଖାଯାଇଥିବା ଏକ ସିଲିଣ୍ଡର ଫାଟିବା ଯୋଗୁ ଏହି ବିସ୍ଫୋରଣ ଘଟିଛି। ବିସ୍ଫୋରଣ ପରେ ସେଠାରେ ରଖାଯାଇଥିବା କିଛି ଗଦିରେ ନିଆଁ ଲାଗିଥିଲା। ଫଳରେ ଚାରିଆଡେ କଳା ଧୂଆଁ ବ୍ୟାପି ଯାଇଥିଲା। ତେବେ ଏଥିରେ କେହି ମୃତାହତ ହୋଇ ନାହାନ୍ତି। ସ୍କୁଲଟି ବନ୍ଦ ଥିଲା। ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ମୁମ୍ବାଇ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

Advertisment

Mumbai Fire Breakout Blast In School
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe