/odisha-reporter/media/post_attachments/uploadimage/library/16_9/16_9_0/Fire__1686760932.jpg)
Fire
ପଶ୍ଚିମବଙ୍ଗର ରାଜଧାନୀ କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ଏୟାରପୋର୍ଟରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ଡିପାଚର ସେକସନର ସିକ୍ୟୁରିଟି ଚେକ୍ ଇନ୍ କାଉଣ୍ଟରରେ ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
Advertisment
ନିଆଁ ଲାଗିବା ଯୋଗୁ ପୂରା ଏୟାରପୋର୍ଟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ସେହିପରି ପ୍ରବଳ ଧୂଆଁ ଯୋଗୁ ସେକସନ ୩କୁ ବନ୍ଦ କରିଦିଆଯାଇଛି। ସେଠାରେ ଥିବା ଯାତ୍ରୀ ଓ ଦୋକାନୀମାନଙ୍କୁ ବାହାରକୁ ଅଣାଯାଇଛି।
ନିଆଁକୁ ଆୟତ୍ତ କରିବା ପାଇଁ ୬ରୁ ଅଧିକ ଅଗ୍ନିଶମ ଗାଡ଼ି ନିୟୋଜିତ ହୋଇଥିବା ବେଳେ ଏଯାଏ ଏହା ଆୟତ୍ତ ହୋଇନାହିଁ। ବରିଷ୍ଠ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତିର ଯାଞ୍ଚ କରୁଥିବା ବେଳେ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
