Advertisment

ହୋଲି ସ୍ପେଶାଲ ଟ୍ରେନ୍‌ରେ ଲାଗିଲା ନିଆଁ, ହୁହୁ ହୋଇ ଜଳିଲା ବଗି

ରାତି ଅଧରେ ଲୋକମାନ୍ୟ ତିଳକ ହୋଲି ସ୍ପେଶାଲ ଟ୍ରେନ୍‌ରେ ଲାଗିଲା ନିଆଁ। ସର୍ଟ ସର୍କିଟ ଯୋଗୁ ଟ୍ରେନ୍‌ର ଏସି ବଗିରୁ ଲାଗିଥିବା ନିଆଁ ଆଖି ପିଛୁଳାକେ ବ୍ୟାପି ଯାଇଥିଲା।

ଅଦ୍ୟତନ ହୋଇଛି
Fire In Train

Fire In Train

Advertisment

ରାତି ଅଧରେ ଲୋକମାନ୍ୟ ତିଳକ ହୋଲି ସ୍ପେଶାଲ ଟ୍ରେନ୍‌ରେ ଲାଗିଲା ନିଆଁ। ସର୍ଟ ସର୍କିଟ ଯୋଗୁ ଟ୍ରେନ୍‌ର ଏସି ବଗିରୁ ଲାଗିଥିବା ନିଆଁ ଆଖି ପିଛୁଳାକେ ବ୍ୟାପି ଯାଇଥିଲା। ବିହାରର ଭୋଜପୁର ଅନ୍ତର୍ଗତ ଦାନାପୁର- ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ରେଳଖଣ୍ଡର କାରିସାଥ ଷ୍ଟେଶନ ନିକଟରେ ଘଟିଛି। ତେବେ ଏଥିରେ କେହି ମୃତାହତ ହୋଇଥିବା ସୂଚନା ମିଳିନି।

Advertisment

ଦାନପୁରରୁ ମୁମ୍ବାଇ ଅଭିମୁଖେ ହୋଲି ସ୍ପେଶାଲ ଲୋକମାନ୍ୟ ତିଳକ ଟ୍ରେନ୍‌ ଗତକାଲି ରାତିରେ ଯାଉଥିଲା। ରାତି ପ୍ରାୟ ୨ଟା ବେଳେ ଟ୍ରେନ୍‌ଟି ଆରା ଜନଙ୍କନ୍ ନିକଟବର୍ତ୍ତୀ କାରିସାଥ ଷ୍ଟେଶନ ନିକଟରେ ଯାଉଥିବା ବେଳେ ହଠାତ୍‌ ସର୍ଟ ସର୍କିଟ ହୋଇ ଟ୍ରେନ୍‌ର ଏସି ବଗିରେ ନିଆଁ ଲାଗି ଯାଇଥିଲା। ଏହାପରେ ଟ୍ରେନ୍‌ର ବଗି ହୁତୁହୁତୁ ହୋଇ ଜଳିବାକୁ ଲାଗିଲା।

ନିଆଁ ଲାଗିବା ପରେ ବଗିଟି ଆପେଆପେ ଟ୍ରେନ୍‌ରୁ ଅଲଗା ହୋଇ ଯାଇଥିଲା। ଏହାପରେ ଖବର ପାଇ ତୁରନ୍ତ ଅଗ୍ନିଶମ ବାହିନୀ ଓ ରେଲୱେ କର୍ମଚାରୀ ଓ ଅଧିକାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହୋଲି ନିମନ୍ତେ ଟ୍ରେନରେ ଅଳ୍ପ ଯାତ୍ରୀ ଥିବାରୁ କେହି ମୃତାହତ ହୋଇଥିବା ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ କୁହାଯାଇଛି।

Advertisment

ପରିଜନମାନେ ଟ୍ରେନ୍‌ରେ ଥିବା ଯାତ୍ରୀଙ୍କ ସମ୍ପର୍କରେ ଜାଣିବା ପାଇଁ ରେଳବାଇ ପକ୍ଷରୁ ହେଲପ୍‌ ଲାଇନ୍‌ ନମ୍ବର ଜାରି କରାଯାଇଛି। ଏହି ଖବର ପାଇ ରେଳବାଇର ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏଥିସହ ଉକ୍ତ ଲାଇନ୍‌ରେ ଟ୍ରେନ୍‌ ଚଳାଚଳ ବନ୍ଦ କରାଯିବା ସହ ବହୁ ଟ୍ରେନ୍‌ର ଗତିପଥକୁ ବଦଳାଇ ଦିଆଯାଇଛି।

ହୋଲିର ଭିଡ଼କୁ ଲକ୍ଷ୍ୟ କରି ଅଧିକ ୫୪୦ଟି ଟ୍ରେନ୍‌ ଚଳାଇବା ନିମନ୍ତେ ଭାରତୀୟ ରେଳୱେ ପକ୍ଷରୁ ଘୋଷଣା କରାଯାଇଛି। ଏହି ସମସ୍ତ ଟ୍ରଆନ୍‌ ଦେଶର ପ୍ରମୁଖ ସହରକୁ ସଂଯୋଗ କରୁଥିଲା। ଏଥିସହ ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ବିଭିନ୍ନ ଷ୍ଟେଶନରେ ଅଧିକ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଛି।

Bihar Fire Accident Train Fire
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe