Advertisment

ପୁଣି ରାଜଧାନୀରେ ଲାଗିଲା ନିଆଁ, ଜଳିଗଲା ବିଲ୍ଡିଂ, ୩ ମୃତ

ବିଲ୍ଡିଂରେ ନିଆଁ ଲାଗି ୧୦ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
building-fire

building-fire

ରାଜଧାନୀ ଦିଲ୍ଲୀରେ ପୁଣି ଘଟିଲା ଆଉ ଏକ ଅଗ୍ନିକାଣ୍ଡ। ବିବେକ ନଗରରେ ଥିବା ବେବି କେୟାର୍‌ ସେଣ୍ଟର ପରେ ଏଠାକାର କୃଷ୍ଣ ନଗର ଅଞ୍ଚଳରେ ଥିବା ଏକ ୪ ମହଲା ବିଲ୍ଡିଂ ନିଆଁ ଲାଗିଛି। ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ୧୦ ଜଣ ଆହତ ହୋଇଛନ୍ତି।

Advertisment

ସୂଚନା ମୁତାବକ, ଆଜି ସକାଳୁ ବିଲ୍ଡିଂର ପାର୍କିଂରେ ଥିବା ୧୧ଟି ଦୁଇ ଚକିଆ ଜାନରେ ପ୍ରଥମେ ନିଆଁ ଲାଗିଥିଲା। ପରେ ଦେଖୁ ଦେଖୁ ଏହି ନିଆଁ ପୂରା ବିଲ୍ଡିଂକୁ ବ୍ୟାପି ଯାଇଥିଲା। ଫଳରେ ଏଥିରେ ୩ ଜଣ ଦଗ୍ଧ ହୋଇଯାଇଛନ୍ତି। ଏଥିସହ ୧୦ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପୁଲିସ ସୂଚନା ମୁତାବକ, ବିଲ୍ଡିଂର ପ୍ରଥମ ଫ୍ଲୋରରୁ ପୂରାପୁରି ଜଳି ଯାଇଥିବା ଏକ ମୃତଦେହ ଉଦ୍ଧାର କରାଯାଇଛି। ସେହିପରି ବିଲ୍ଡିଂ ଭିତରୁ ୧୨ ଜଣଙ୍କ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଚିକିତ୍ସାଧୀନ ଅବସ୍ଥାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

Advertisment

ସେପଟେ ବିଲ୍ଡିଂରେ ନିଆଁ ଲାଗି ପୂରା ଅଞ୍ଚଳ ଧୂଆଁମୟ ହୋଇଯାଇଛି। ଆଖପାଖରେ ଲୋକେ ଧୂଆଁ ଲାଗି ନିଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

Delhi Fire Breakout Fire In Building