Advertisment

ଫାଷ୍ଟ ଫୁଡ୍‌ ରେଷ୍ଟୁରାଣ୍ଟରେ ଲାଗିଲା ନିଆଁ, ଭୁଶୁଡ଼ିଲା ଛାତ, ୬ ଆହତ

ଗୋଟିଏ ଚାଇନିଜ୍‌ ଫୁଡ୍‌ କର୍ଣ୍ଣର ଓ ଏକ ରେଷ୍ଟୁରାଣ୍ଟରେ ନିଆଁ ଲାଗିଥିବା ସୂଚନା ମିଳିଛି।

author-image
Madhupriya Mistry
Fire Break Out

Fire Break Out

ଦେଶର ରାଜଧାନୀ ଦିଲ୍ଲୀରେ ଦିନକୁ ଦିନ ବଢ଼ି ଚାଲିଛି ଅଗ୍ନିକାଣ୍ଡ ଘଟଣା। ଏବେ ପୁଣି ଏକ ମାମଲା ସାମ୍ନାକୁ ଆସିଛି। ଏଠାକାର ଆଇଏନ୍‌ଏ ମାର୍କେଟ୍‌ରେ ଥିବା ଏକ ଫାଷ୍ଟ ଫୁଡ୍ ରେଷ୍ଟୁରାଣ୍ଟରେ ନିଆଁ ଲାଗିଯାଇଛି। ଏଥିଯୋଗୁ ରେଷ୍ଟୁରାଣ୍ଟର ଛାତ ଭୁଶୁଡି ପଡିଛି। ଏଥିରେ ୫ରୁ ୬ ଜଣ ଆହତ ହୋଇଥିବା ସୂଚନା ରହିଛି।

Advertisment

ସୂଚନା ମୁତାବକ, ଆହତଙ୍କ ମଧ୍ୟରେ ରେଷ୍ଟୁରାଣ୍ଟ ମାଲିକ ମଧ୍ୟ ସାମିଲ ଥିବା କୁହାଯାଉଛି। ଅଗ୍ନିକାଣ୍ଡ ଯୋଗୁ ପୂରା ରେଷ୍ଟୁରାଣ୍ଟଟି ଜଳି ପୋଡି ପାଉଁଶ ହୋଇଯାଇଛି। ସୂଚନା ମିଳିବା ପରେ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ୮ଟି ଗାଡି ପହଞ୍ଚି ନିଆଁ ଲିଭାଇବା ପାଇଁ ଚେଷ୍ଟା ଚାରି ରଖିଛନ୍ତି।

Advertisment

ଦିଲ୍ଲୀ ଅଗ୍ନିଶମ ବିଭାଗର ଏସ୍‌ଟିଓ ମନୋଜ ମେହଲବତଙ୍କ କହିବା ମୁତାବକ, ଆଜି ଭୋର ୩ଟା ୨୦ ମିନିଟ୍‌ରେ ଗୋଟିଏ ଚାଇନିଜ୍‌ ଫୁଡ୍‌ କର୍ଣ୍ଣର ଓ ଏକ ରେଷ୍ଟୁରାଣ୍ଟରେ ନିଆଁ ଲାଗିଥିବା ନେଇ ସୂଚନା ମିଳିଥିଲା। ଏହାପରେ ଅଗ୍ନିଶମ ବିଭାଗ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଘଟଣାସ୍ଥଳରେ ପହଞ୍ଚିଥିଲା। ନିଆଁ ଲିଭାଇବା ପାଇଁ ଘଟଣାସ୍ଥଳରେ ୭ରୁ ୮ଟି ଦମକଳ ଗାଡି ନିୟୋଜିତ କରାଯାଇଛି।

ଅଗ୍ନିକାଣ୍ଡ ଯୋଗୁ ୪ରୁ ୬ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତମାନଙ୍କ ମଧ୍ୟରେ ଏକ ଫାଷ୍ଟ ଫୁଡ୍ ରେଷ୍ଟୁରାଣ୍ଟର ମାଲିକ ମଧ୍ୟ ଅଛନ୍ତି। ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ରେଷ୍ଟୁରାଣ୍ଟରେ ୧୫ ଟି କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡର ରଖାଯାଇଥିଲା, ଯାହା ଆବଶ୍ୟକତାଠାରୁ ବହୁତ ଅଧିକ। ଏଥିରେ ବିସ୍ଫୋରଣ ଘଟି ନିଆଁ ଲାଗି ଥାଇପାରେ ବୋଲି ସନ୍ଦେହ କରାଯାଉଥିବା ଦିଲ୍ଲୀ ଅଗ୍ନିଶମ ବିଭାଗର ଏସ୍‌ଟିଓ କହିଛନ୍ତି।

Delhi Fire Broke Out At Fast Food Restaurant