Advertisment

ବିଦ୍ୟୁତ୍ ଖୁଣ୍ଟରୁ ନିଆଁ ବ୍ୟାପି ଜଳିଗଲା କୋଠା, ଜଣେ ମୃତ ୩ ଗୁରୁତର

ବିଦ୍ୟୁତ୍ ଖୁଣ୍ଟରୁ ନିଆଁ ବ୍ୟାପି ଚାରି ମହଲା କୋଠା ଜଳିଯାଇଛି।

author-image
Debibandita Barick
Affected House

Affected House

ଦିଲ୍ଲୀରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଘରେ ସମସ୍ତେ ଶୋଇ ଥିବାବେଳେ ହଠାତ୍ ନିଆଁ ଲାଗି ଗୋଟିଏ ପରିବାରର ଚାରି ଜଣ ଗୁରୁତର ଆହତ ହୋଇଛନ୍ତି। ଏଥିରେ ଜଣେ ଜୀବନ୍ତ ଦଗ୍ଧ ହୋଇଯାଇ ଥିବାବେଳେ ତିନି ଜଣ ଆହତ ହୋଇଛନ୍ତି।

Advertisment

ଆହତଙ୍କ ଅବସ୍ଥା ମଧ୍ୟ ଗୁରୁତର ଥିବା କୁହାଯାଉଛି। ସେମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦିଲ୍ଲୀର ନୋଏଡା ସେକ୍ଟର ୨୭ରେ ଏହି ଅଗ୍ନିକାଣ୍ଡ ଘଟିଛି। 

ସୂଚନା ଅନୁସାରେ, ଗତକାଲି ରାତିରେ ଉକ୍ତ ଘର ସମ୍ମୁଖରେ ଥିବା ବିଦ୍ୟୁତ୍ ଖୁଣ୍ଟରେ ନିଆଁ ଲାଗିଥିଲା। ଏହାପରେ ନିଆଁ ଘରକୁ ବ୍ୟାପି ଯାଇଥିଲା। ଘରେ ବାଣ ଏବଂ ଗ୍ୟାସ୍ ସିଲିଣ୍ଡର ଥିବା ସେଗୁଡ଼ିକ ବିସ୍ଫୋରଣ ଘଟି ଚାରିଆଡ଼କୁ ନିଆଁ ବ୍ୟାପି ଯାଇଥିଲା

Advertisment

ଫଳରେ ସମ୍ପୂର୍ଣ୍ଣ ଚାରି ମହଲା କୋଠାଟି ଜଳି ଯାଇଥିଲା। ଏଥିରେ ଚାରି ଜଣ ଗୁରୁତର ଆହତ ହୋଇଥିଲେ, ଯେଉଁମାନଙ୍କ ମଧ୍ୟରୁ ଜଣଙ୍କର ଜୀବନ ଚାଲିଯାଇଛି। 

ଖବର ପାଇ ଅଗ୍ନିଶମ ବାହିନୀ ଏବଂ ପୁଲିସ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ। ମାତ୍ର ସେତବେଳକୁ ସମ୍ପୂର୍ଣ୍ଣ ଚାରି ମହଲାକୁ ନିଆଁ ବ୍ୟାପି ଯାଇଥିଲା। ପାଖ ପଡୋଶୀଙ୍କୁ ସତର୍କ କରିବା ସହ ପୁଲିସ ତଦନ୍ତ ପ୍ରକ୍ରିୟା ଜାରି ରଖିଛି। 

Fire Incident Noida Fire Delhi Fire Incident