Advertisment

IOCL ରିଫାଇନରୀରେ ଭୟଙ୍କର ବିସ୍ଫୋରଣ, ଜଣେ ମୃତ, ୨ ଗୁରୁତର

ରାତି ପ୍ରାୟ ସାଢ଼େ ୩ଟାରେ ବେନଜେନ ଷ୍ଟୋରେଜ୍ ଟ୍ୟାଙ୍କରେ ନିଆଁ ଲାଗି ବିସ୍ଫୋରଣ ଘଟିଛି।

author-image
Madhupriya Mistry
IOCL Blast

IOCL Blast

ଇଣ୍ଡିଆନ ଅଏଲ୍‌ କର୍ପୋରେସନ୍‌ ତଥା ଆଇଓସିଏଲ୍‌ ରିଫାଇନରୀ ଷ୍ଟୋରେଜ ଟ୍ୟାଙ୍କରେ ଭୟଙ୍କର ବିସ୍ଫୋରଣ ପରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ଗୁଜରାଟର ବଦୋଦରାରେ ଘଟିଛି ଏଭଳି କିଛି ଘଟଣା।

Advertisment

ଏ ସମ୍ପର୍କରେ ସୂଚନା ଦେଇ ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ ଏହି ଘଟଣାରେ ୩୨ ବର୍ଷ ବୟସ୍କ ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଛି। IOCLର କହିବା ମୁତାବକ, ରାତି ପ୍ରାୟ ସାଢ଼େ ୩ଟାରେ ବେନଜେନ ଷ୍ଟୋରେଜ୍ ଟ୍ୟାଙ୍କରେ ନିଆଁ ଲାଗିଥିବା ଖବର ପାଇବା ପରେ ଅଗ୍ନିଶମ ବିଭାଗ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲା। ତେବେ ନିଆଁ ଆୟତ୍ତ ହୋଇଥିଲେ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ।

ଏହି ଘଟଣା ସମ୍ପର୍କରେ ସୂଚନା ଦେଇ ଜବାହରନଗର ପୁଲିସ ଷ୍ଟେସନର ଇନ୍ସପେକ୍ଟର ଏବି ମୋରି କହିଛନ୍ତି ଯେ, ଏହି ଆଗ୍ନିକାଣ୍ଡରେ ରିଫଇନାରୀରେ ଠିକା ଶ୍ରମିକ ଭାବେ କାମ କରୁଥିବା ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ସେହିପରି ଆଉ ଦୁଇ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Advertisment

ଭଦୋଦରା ପୁଲିସ କମିଶନର ନରସିଂହ କୁମାର କହିଛନ୍ତି ଯେ ଆଇଓସିଏଲ୍‌ କ୍ୟାମ୍ପସରେ ପରିସ୍ଥିତି ନିୟନ୍ତ୍ରଣରେ ରହିଛି। କୁମାର କହିଛନ୍ତି ଯେ ଭଦୋଦରର କୋୟାଲି ଅଞ୍ଚଳରେ ଅବସ୍ଥିତ ବିଶୋଧନାଗାରରେ ବିସ୍ଫୋରଣ ହେତୁ ଏହି ଅଗ୍ନିକାଣ୍ଡ ଘଟିଛି। ଏହାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ବିସ୍ଫୋରଣ ପରେ ଅନ୍ୟ କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ବାହାରକୁ ବାହାର କରାଯାଇଛି।

IOCL Gujarat IOCL Refinery Blast