Advertisment

ଷ୍ଟେସନରେ ଲାଗିଲା ନିଆଁ, ହୁ ହୁ ହୋଇ ଜଳିଗଲା ଫୁଟ୍‌ ଓଭରବ୍ରିଜ୍‌

ଅଗ୍ନିକାଣ୍ଡ ଯୋଗୁ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି।

Fire Breakout

Fire Breakout

Advertisment

ଷ୍ଟେସନରେ ଲାଗିଲା ନିଆଁ। ଦେଖୁ ଦେଖୁ ହୁ ହୁ ହୋଇ ଜଳିଗଲା ଫୁଟ୍‌ ଓଭରବ୍ରିଜ୍‌। ଉତ୍ତରପ୍ରଦେଶର ପ୍ରୟାଗରାଜ ରେଳ ଷ୍ଟେସନରେ ଘଟିଛି ଏଭଳି କିଛି ଦୁର୍ଘଟଣା। ଅଗ୍ନିକାଣ୍ଡ ଯୋଗୁ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି।

Advertisment

ସୂଚନା ମୁତାବକ, ଆଜି ଭୋରୁ ପ୍ରୟାଗରାଜ ରେଳ ଷ୍ଟେସନରେ ଥିବା ଓଭରବ୍ରିଜ୍‌ରେ ହଠାତ୍‌ ନିଆଁ ଲାଗିବା ଘଟଣା ସାମ୍ନାକୁ ଆସିଥିଲା। କୁହାଯାଉଛି ଯେ ପ୍ରୟାଗରାଜ ଷ୍ଟେସନର ଦୁଇ ନମ୍ବର ବ୍ରିଜରେ ସ୍ଥାପିତ ପାୱାର କ୍ୟାବିନ ବାକ୍ସରେ ହଠାତ୍ ଅଗ୍ନିକାଣ୍ଡ ଘଟିଥିଲା। ନିଆଁ ଲାଗିବା ବିଷୟରେ ସୂଚନା ପାଇବା ମାତ୍ରେ ଷ୍ଟେସନରେ ଆତଙ୍କ ଖେଳିଯାଇଥିଲା।

ରେଳ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହା ବ୍ୟତୀତ ଅଗ୍ନିଶମ ବାହିନୀକୁ ମଧ୍ୟ ଏ ସମ୍ପର୍କରେ ସୂଚନା ଦିଆଯାଇଥିଲା। କଠିନ ପରିଶ୍ରମ ପରେ ନିଆଁକୁ ନିୟନ୍ତ୍ରଣକୁ କରାଯାଇଛି। ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ନାହାନ୍ତି।

Advertisment

ରେଳ ଅଧିକାରୀଙ୍କ କହିବା ମୁତାବକ, କେବୁଲ ଟ୍ରେରେ ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଛି। ଏଥିଯୋଗୁ ପ୍ରାୟ ୧୦ ମିନିଟ ଯାଏ ହୁ ହୁ ହୋଇ ଜଳିଥିଲା ଓଭରବ୍ରିଜ। ତେବେ ଅଗ୍ନିଶମ ବାହିନୀ ପହଞ୍ଚିବା ପୂର୍ବରୁ ନିଆଁକୁ ଆୟତ୍ତ କରାଯାଇଥିଲା। ଫଳରେ ବଡ଼ ଦୁର୍ଘଟଣା ଘଟିବା ପୂର୍ବରୁ ଏହାକୁ ଏଡାଇ ଦିଆଯାଇଥିଲା। ଅଗ୍ନିକାଣ୍ଡ ଯୋଗୁ କିଛି ସମୟ ପାଇଁ ବିଦ୍ୟୁତ୍‌ ମଧ୍ୟ କାଟି ଦିଆଯାଇଥିଲା।

Railway Station Prayagraj Fire Breakout
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe