Advertisment

ନିର୍ବାଚନ ପରେ କର୍ମଚାରୀଙ୍କୁ ଧରି ଫେରୁଥିଲା ବସ୍‌, ହଠାତ୍‌ ଜଳିଗଲା

ବସ୍‌ରେ ଥିବା ବହୁ ନିର୍ବାଚନୀ ସାମଗ୍ରୀ ଯଥା EVM ଓ VVPAT ଜଳି ଯାଇଥିବା ବେଳେ ସମସ୍ତ କର୍ମଚାରୀ ସୁରକ୍ଷିତ ଥିବା ଜଣାଯାଇଛି।

author-image
Niharika Rout
Fire In Bus

Fire In Bus

ମଧ୍ୟପ୍ରଦେଶର ବୈତୁଲ ଜିଲ୍ଲାରେ ନିଆଁ ଲାଗି ଏକ ବସ୍‌ ସମ୍ପୂର୍ଣ୍ଣ ଜଳି ଯାଇଛି। ନିର୍ବାଚନୀ ଡ୍ୟୁଟି ସାରି ବହୁ ସଂଖ୍ୟକ ସରକାରୀ କର୍ମଚାରୀଙ୍କୁ ଧରି ବସ୍‌ଟି ଫେରୁଥିବା ବେଳେ ଏହି ଅଘଟଣ ଘଟିଛି। ବସ୍‌ରେ ଥିବା ବହୁ ନିର୍ବାଚନୀ ସାମଗ୍ରୀ ଯଥା EVM ଓ VVPAT ଜଳି ଯାଇଥିବା ବେଳେ ସମସ୍ତ କର୍ମଚାରୀ ସୁରକ୍ଷିତ ଥିବା ଜଣାଯାଇଛି। ଡ୍ରାଇଭର ଜଳନ୍ତା ବସ୍‌ରୁ ଡେଇଁ ଫେରାର ହୋଇ ଯାଇଥିବା ଜଣାଯାଇଛି।

Advertisment

ବୈତୁଲ ଜିଲ୍ଲାର ସାଇଁଖେଡା ଥାନା ଅଧୀନ ବିସନୁର ଓ ପୌନି ଗାଁ ମଧ୍ୟରେ ଗତ ରାତିରେ ଏହି ଅଘଟଣ ଘଟିଛି। ଖବର ପାଇ ପୁଲିସ୍‌ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଗ୍ନିଶମ କର୍ମଚାରୀ ବହୁ ସମୟର ପରିଶ୍ରମ ପରେ ଅଗ୍ନିଶମ କର୍ମଚାରୀ ନିଆଁକୁ ନିୟନ୍ତ୍ରଣ କରିଥିଲେ। ଏହାପରେ ବସ୍‌ରୁ ନିର୍ବାଚନ ସାମଗ୍ରୀ ବାହାର କରାଯାଇଥିବା ବେଳେ ସେଥି ମଧ୍ୟରୁ ଅଧିକାଂଶ ପୋଡ଼ି ଯାଇଥିବା ଜଣାଯାଇଛି। ତେବେ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇ ନାହିଁ।

ଗତକାଲି ଦେଶର ବିଭିନ୍ନ ସ୍ଥାନରେ ତୃତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହୋଇଥିବା ବେଳେ ମଧ୍ୟପ୍ରଦେଶର ୯ ଲୋକସଭା ସିଟ୍‌ରେ ଭୋଟ ହୋଇଥିଲା। ଏହି ନିର୍ବାଚନରେ ମଧ୍ୟପ୍ରଦେଶର ବହୁ ହେଭିୱେଟ ନେତାଙ୍କ ଭାଗ୍ୟ ଗତକାଲି ଇଭିଏମ୍‌ରେ ସିଲ୍‌ ହୋଇଛି। ସେମାନଙ୍କ ମଧ୍ୟରେ ରାଜ୍ୟର ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, ଦିଗବିଜୟ ସିଂ, କେନ୍ଦ୍ରୀୟ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ପ୍ରମୁଖ ଅଛନ୍ତି।

Advertisment
Madhya Pradesh Fire Accident