Advertisment

ପାଉଁଶ ହୋଇଗଲା ଗେମିଂ ଜୋନ୍‌; ୨୪ ଜଣଙ୍କ ମୃତ୍ୟୁ

ଗେମିଂ ଜୋନ ମାଲିକଙ୍କ ବିରୋଧରେ ଅଭିଯୋଗ ହେବା ପରେ ପୁଲିସ୍‌ ମାମଲା ରୁଜୁ କରିଛି। ଗେମିଂ ଜୋନ୍‌ ମାଲିକଙ୍କୁ ଅଟକ ରଖି ପଚରାଉଚରା କରୁଛି। ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି।

ଅଦ୍ୟତନ ହୋଇଛି
Fire

Fire

Advertisment

ଗୁଜରାଟ ରାଜକୋଟରେ ଥିବା ଟିଆର୍‌ପି ଗେମିଂ ଜୋନରେ ନିଆଁ। ନିଆଁରେ ପାଉଁଶ ହୋଇଯାଇଛି ପୂରା ଗେମିଂ ଜୋନ୍‌। ୨୪ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଏକାଧିକ ଶିଶୁ ଥିବା ଜଣାପଡ଼ିଛି। ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ।

Advertisment

ଅଭିଯୋଗରୁ ପ୍ରକାଶ, ଆଜକୁ ୪ ଦିନ ତଳେ ସେହି ଗେମିଂ ଜୋନ୍‌ରେ ନିଆଁ ଲାଗିଥିଲା। ଯେଉଁଥିପାଇଁ ଗେମିଂ ଜୋନ୍‌କୁ ବନ୍ଦ ରଖାଯାଇଥିଲା। ଆଜି ଖୋଲିଥିଲା। ସେଥିପାଇଁ ଲୋକଙ୍କର ପ୍ରବଳ ଭିଡ ଜମିଥିଲା। ଅପରାହ୍ନ ପ୍ରାୟ ୫ଟା ବେଳେ ଗେମିଂ ଜୋନରେ ନିଆଁ ଲାଗି ଯାଇଥିଲା। ଏ ସମ୍ପର୍କରେ ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟରେ ଲାଗି ପଡ଼ିଥିଲେ। ବର୍ତ୍ତମାନ ସୁଦ୍ଧା ୨୪ଟି ମୃତଦେହ ଉଦ୍ଧାର କରାଯାଇଛି। ସେଥିରେ ୯ ଜଣ ଶିଶୁ ଥିବା ଜଣାପଡ଼ିଛି। ଅନେକ ମୃତକଙ୍କ ପରିଚୟ ମିଳୁନଥିବା ଜଣାପଡ଼ିଛି।  

ସେପଟେ ଗେମିଂ ଜୋନ ମାଲିକଙ୍କ ବିରୋଧରେ ଅଭିଯୋଗ ହେବା ପରେ ପୁଲିସ୍‌ ମାମଲା ରୁଜୁ କରିଛି। ଗେମିଂ ଜୋନ୍‌ ମାଲିକଙ୍କୁ ଅଟକ ରଖି ପଚରାଉଚରା କରୁଛି। ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି। କେଉଁ କାରଣରୁ ନିଆଁ ଲାଗିଲା, ତାହା ଉପରେ ତଦନ୍ତ ଚଳାଇଛି ପ୍ରଶାସନ।

Advertisment

ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ୍‌। ଗୁରୁତର ଆହତଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

Gujarat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe