Mahakal Temple in Ujjain
ମଧ୍ୟପ୍ରଦେଶର ଉଜ୍ଜୟିନୀ ମହାକାଳ ମନ୍ଦିରରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । ଏଥିରେ କିଛି ମନ୍ଦିର ପୂଜକଙ୍କ ସମେତ ୧୩ ଜଣ ଗୁରୁତର ହୋଇଛନ୍ତି। ଭସ୍ମ ଆଳତି ବେଳେ ଗର୍ଭଗୃହରେ ନିଆଁ ଲାଗି ଏପରି ଅଘଟଣ ଘଟିଛି।
Advertisment
ଗର୍ଭଗୃରେ ପୂଜା ଚାଲିଥିବା ବେଳେ ବହୁ ଶ୍ରଦ୍ଧାଳୁଙ୍କ ସହ ପୂଜକ ବି ମନ୍ଦିରରେ ଉପସ୍ଥିତ ଥିଲେ। ଭସ୍ମ ଆଳତି ବେଳେ ଅବିର ପକାଯିବାରୁ ତତ୍କ୍ଷଣାତ ସେଥିରୁ ନିଆଁ ବ୍ୟାପିଥିବା କୁହାଯାଉଛି। ଏହି ନିଆଁ ଯୋଗୁ ସେଠାରେ ଉପସ୍ଥିତ ୧୩ ଜଣ ମନ୍ଦିର ପୂଜକ ଓ ଶ୍ରଦ୍ଧାଳୁ ଗୁରୁତର ହୋଇଛନ୍ତି।
ତୁରନ୍ତ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ସେମାନଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି। ଆହତଙ୍କ ଚିକିତ୍ସା ଚାଲିଛି। କ’ଣ ପାଇଁ ନିଆଁ ଖୁବ୍ ଶୀଘ୍ର ବ୍ୟାପିଗଲା ତାହାର ତଦନ୍ତ ଚାଲିଥିବା ଉଜ୍ଜୟିନୀ ଜିଲ୍ଲାପାଳ ପ୍ରକାଶ କରିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
