ଉତ୍ତରାଖଣ୍ଡ ସିଡ଼ିକୋଲ ହରିଦ୍ୱାର ନିକଟ ଏକ ପ୍ୟାକେଜିଂ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ହୁହୁ ହୋଇ ଜଳି ଯାଇଛି ଲକ୍ଷାଧିକ ଟଙ୍କାର ସାମଗ୍ରୀ । ନିଆଁ ଏତେ ଜୋର୍ ଲାଗିଥିଲା ଯେ ଗୋଦାମର ସବୁ କିଛି ଜଳିପୋଡ଼ ପାଉଁସ ହୋଇଯାଇଛି।
ଖବର ପାଇ ଦମକଳ ବାହିନୀର ୯ଟି ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଚଲାଇଛନ୍ତି। ତଥାପି ନିଆଁକୁ ଆୟତ୍ତ କରାଯାଇପାରି ନଥିଲା। ଦୀର୍ଘ ସମୟର ପ୍ରଚେଷ୍ଟା ପରେ ନିଆଁ ଆୟତ୍ତ ହୋଇଥିବା ସିଟି ଏସ୍ପି ସ୍ୱତନ୍ତ୍ର କୁମାର ସୂଚନା ଦେଇଛନ୍ତି।
Also Read
ତେବେ ଗୋଦାମରେ ନିଆଁ ଲାଗିବା ସମୟରେ ସୌଭାଗ୍ୟବଶତଃ ତା'ଭିତରେ କେହି ନଥିଲେ। କେଉଁ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଲା ସେ ନେଇ କିଛି ସୂଚନା ମିଳିନାହିଁ। ସଟ୍ସର୍କିଟ୍ ଯୋଗୁ ନିଆଁ ଲାଗିଥାଇପାରେ ବୋଲି ସନ୍ଦେହ କରାଯାଉଛି। ପୁଲିସ ମାମଲାର ତଦନ୍ତ ଜାରି ରଖିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ବିଷ ବଳୟରେ ରାଜଧାନୀ; ‘ସିଭିୟର’ ସ୍ଥିତିରେ ବାୟୁ ପ୍ରଦୂଷଣ
ରବିବାର ଦିନ ୩ଟା ସୁଦ୍ଧା ବାୟୁ ଗୁଣବତ୍ତା ସୂଚକାଙ୍କ ୪୦୬ରେ ପହଞ୍ଚିଛି। ୧୬ ଡିସେମ୍ବର ରାତିରୁ ଲାଗୁ ହୋଇଛି ଗ୍ରାପ-୪ କଟକଣା।
National
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଳିଲା କୁଏତର ସର୍ବୋଚ୍ଚ ସମ୍ମାନ
ପ୍ରଧାନମନ୍ତ୍ରୀ ମୋଦିଙ୍କୁ କୁଏତର ସର୍ବୋଚ୍ଚ ସମ୍ମାନ ‘ଅର୍ଡର ଅଫ୍ ମୁବାରକ୍ ଅଲ୍-କବୀର’ ପ୍ରଦାନ କରାଯାଇଛି। ଏହା ହେଉଛି କୌଣସି ଦେଶ ଦ୍ୱାରା ମୋଦିଙ୍କୁ ପ୍ରଦାନ କରାଯାଇଥିବା ୨୦ଶ ଅନ୍ତର୍ଜାତୀୟ ସମ୍ମାନ।
Politics
ପ୍ରିୟଙ୍କା ଗାନ୍ଧିଙ୍କ ସଦସ୍ୟତାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ
ପ୍ରିୟଙ୍କା ଗାନ୍ଧି ନାମାଙ୍କନ ପତ୍ରରେ ସମ୍ପତ୍ତିର ସବିଶେଷ ତଥ୍ୟ ଦେଇନଥିବା ଅଭିଯୋଗ। କେରଳ ହାଇକୋର୍ଟରେ ପିଟିସନ ଦାଖଲ କଲେ ୱାୟନାଡ ଉପନିର୍ବାଚନରେ ପରାଜିତ ବିଜେପି ନେତ୍ରୀ।
National
ଘର ଲୋକ କେତେ ଭଲ ପାଆନ୍ତି? ନିଜକୁ ନିଜେ ଅପହରଣ କରି ବନ୍ଧା ହେଲା ଯୁବକ
ଡିସେମ୍ବର ୨୦ରେ ପୁଲିସ୍ର ୧୧୨ ହେଲ ନମ୍ବରକୁ ଗୋଟିଏ ଫୋନ କଲ ଆସିବା ପରେ ପୂରା କାହାଣୀ ଆରମ୍ଭ ହୋଇଥିଲା।
Politics
ନିର୍ବାଚନ ନିୟମରେ ସଂଶୋଧନ: ବ୍ୟବସ୍ଥିତ ଷଡ଼ଯନ୍ତ୍ର କଥା କହି କେନ୍ଦ୍ରକୁ ଟାର୍ଗେଟ କଲେ ଖଡଗେ
କେନ୍ଦ୍ର ସରକାର ନିର୍ବାଚନ କମିଶନଙ୍କ ସ୍ୱାଧୀନତାରେ ବୁଝମଣା କରିବାରେ ଲାଗିଛନ୍ତି ଓ ଏପରି ସଂଶୋଧନ ସମ୍ବିଧାନ ଓ ଗଣତନ୍ତ୍ର ଉପରେ ଆକ୍ରମଣ ବୋଲି ଖଡଗେ ଅଭିଯୋଗ କରିଛନ୍ତି।